ETV Bharat / entertainment

ଅଲ୍ଲୁ ଅର୍ଜୁନଙ୍କ ୪୨ତମ ଜନ୍ମଦିନ: ଘର ବାହାରେ ପେପର ନୋଟ ଉଡାଇଲେ ଫ୍ୟାନ୍ସ - Happy Birthday Allu Arjun

author img

By ETV Bharat Odisha Team

Published : Apr 8, 2024, 4:40 PM IST

Happy Birthday Allu Arjun: ଆଜି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ୪୨ତମ ଜନ୍ମଦିନ । ପୁଷ୍ପାରାଜ ପୁଣିଥରେ ଫ୍ୟାନଙ୍କୁଦେଖା କରିବା ପାଇଁ ବାହାରକୁ ଆସିଲେ । ଅଧିକ ପଢନ୍ତୁ

Happy Birthday Allu Arjun
Happy Birthday Allu Arjun

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଆଜି ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସାଙ୍ଗସାଥୀ, ସେଲିବ୍ରିଟି ଏବଂ ଫ୍ୟାନ୍ସ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ଅଭିନେତାଙ୍କ ଫ୍ୟାନ କେବଳ ସାଉଥରେ ନୁହଁନ୍ତି ବରଂ ପୁରା ଦେଶରେ ଅଛନ୍ତି । ତେବେ ତାଙ୍କର ଏହି ଖାସ ଦିନରେ ଅଭିନେତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ମଧ୍ୟରାତ୍ରିରେ ହାଇଦ୍ରାବାଦ ସ୍ଥିତ ଘର ବାହାରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ସେହିପରି ସୁପରଷ୍ଟାର ପୁଣିଥରେ ଅଭିନେତା ଫ୍ୟାନ୍ସଙ୍କୁ ଦେଖା କରିବାକୁ ବାହାରକୁ ଆସିଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଫ୍ୟାନ୍ସ ଅଭିନେତାଙ୍କ ଉପରେ ପେପର ନୁୋଟ ଉଡାଉଥିବାର ଦେଖିବାକୁ ମିଳିଛି ।

୪୨ତମ ଜନ୍ମଦିନରେ 'ପୁଷ୍ପାରାଜ'ଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୁଣିଥରେ ଅଭିନେତାଙ୍କ ନୂଆ ଭିଡିଓ ସାମ୍ନାକୁ ଆସିଛି । ଜଣେ ସାଉଥ ପାପାରାଜି ସୁପରଷ୍ଟାରଙ୍କ ଲାଟେଷ୍ଟ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ଅଲ୍ଲୁ ଅର୍ଜୁନଙ୍କ ଘର ବାହାରେ ଫ୍ୟାନ୍ସଙ୍କ ଭିଡ ଦେଖିବାକୁ ମିଳିଛି । ଏହି ସମୟରେ ଫ୍ୟାନ୍ସଙ୍କୁ ପେପର ନୋଟ ଉଡାଉଥିବାର ଦେଖିବାକୁ ମିଳିଛି । ଅଭିନେତାଙ୍କ ଟିକେ ଝଲକ ଦେଖିବା ପାଇଁ ଫ୍ୟାନ୍ସ ଗଛ ଉପରେ ମଧ୍ୟ ଚଢିଥିବାର ମଧ୍ୟ ଦେଖିବାକୁ ମିଳିଛି । ବ୍ଲାକ ଟି-ସାର୍ଟ ଓ ଧଳା ପ୍ୟାଣ୍ଟ ସହିତ ସନଗ୍ଲାସରେ ଦେଖିବାକୁ ମିଳିଥିଲା।

ଏହା ମଧ୍ୟ ପଢନ୍ତୁ-୪୨ ବର୍ଷରେ ଅଲ୍ଲୁ ଅର୍ଜୁନ, ମଧ୍ୟରାତ୍ରିରେ ଘର ବାହାରେ ଜମିଲା ଫ୍ୟାନ୍ସଙ୍କ ମେଳି

ସେହିପରି ଗତକାଲି ବିଳମ୍ୱିତ ରାତିରେ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନ ବାହାରେ ଫ୍ୟାନ୍ସଙ୍କ ପ୍ରବଳ ଭିଡ଼ ଜମିଥିଲା । ଏହି ଅବସରରରେ ଅଭିନେତା ଫ୍ୟାନ୍ସଙ୍କୁ ଭେଟିବା ସହ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ ଏବଂ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଦୂରଦୂରାନ୍ତରୁ ଫ୍ୟାନ୍ସ ଯାତ୍ରା କରିଥିବା ନେଇ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଫ୍ୟାନ୍ସ ମଧ୍ୟ ଅଲ୍ଲୁଙ୍କ ଝଲକ ଦେଖି ଦିୱାନା ହୋଇଥିଲେ । ଅନ୍ୟପଟେ ଅଲ୍ଲୁ ଅର୍ଜୁନ ତାଙ୍କ ଜନ୍ମଦିନରେ ଆଜି ଫ୍ୟାନ୍ସଙ୍କୁ ଉପହାର ଦେଇଛନ୍ତି । ପୁଷ୍ପା ନିର୍ମାତା ଆଜି ଫିଲ୍ମର ଟିଜର ରିଲିଜ କରିଛନ୍ତି । ତେବେ 'ପୁଷ୍ପା:ଦ ରୁଲ' ଅଗଷ୍ଟ 15 ତାରିଖ 2024 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.