ETV Bharat / entertainment

ଓଡ଼ିଆ ଚଳଚ୍ଚିତ୍ର 'ଶାନ୍ତି ଆପାର୍ଟମେଣ୍ଟ' ଦେଖିବେ ରାଜ୍ୟପାଳ - ଶାନ୍ତି ଆପାର୍ଟମେଣ୍ଟ ଦେଖିବେ ରାଜ୍ୟପାଳ

Shanti Apartment: ଫେବୃଆରୀ ୨ରେ ରିଲିଜ ହେବ ଓଡ଼ିଆ ଫିଲ୍ମ 'ଶାନ୍ତି ଆପାର୍ଟମେଣ୍ଟ' । ତେବେ ଓଡ଼ିଶାର ମୌଳିକ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଥିବା ବେଳେ ଏହି ଫିଲ୍ମ ଦେଖିବେ ମହାମହିମ ରାଜ୍ୟପାଳ ରଘୁବର ଦାସ ।

ଓଡ଼ିଆ ଚଳଚ୍ଚିତ୍ର 'ଶାନ୍ତି ଆପାର୍ଟମେଣ୍ଟ' ଦେଖିବେ ରାଜ୍ୟପାଳ

author img

By ETV Bharat Odisha Team

Published : Jan 31, 2024, 9:54 AM IST

ଭୁବନେଶ୍ବର: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ଫେବୃଆରୀ ୨ରେ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର 'ଶାନ୍ତି ଆପାର୍ଟମେଣ୍ଟ' । ଓଡ଼ିଶାର ମୌଳିକ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମକୁ ଦେଖିବେ ରାଜ୍ୟପାଳ ରଘୁବର ଦାସ । ଏଥିପାଇଁ ଚଳଚ୍ଚିତ୍ରର ଅଭିନେତ୍ରୀ ରାଗିଣୀ ଓ ନିର୍ଦ୍ଦେଶକ ଅଶ୍ବିନୀ ତ୍ରିପାଠୀ ରାଜ୍ୟପାଳ ଭବନରେ ମହାମହିମ ରାଜ୍ୟପାଳଙ୍କୁ ଭେଟି ପ୍ରିମିୟରରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ । ତେବେ ଚଳଚ୍ଚିତ୍ରର ଟ୍ରେଲର ଦେଖି ମହାମହିମ ରାଜ୍ୟପାଳ ଖୁବ୍ ପ୍ରଶଂସା କରିଛନ୍ତି ଓ ଚଳଚ୍ଚିତ୍ର ଦେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ମହାମହିମ ରାଜ୍ୟପାଳ ଫିଲ୍ମ ଦେଖିବାକୁ ପ୍ରତିଶୃତି ଦେଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଶ୍ବିନୀ ତ୍ରିପାଠୀ । ସେ କହିଛନ୍ତି, ଏଥିରୁ ରାଜ୍ୟପାଳଙ୍କର ଓଡ଼ିଶା, ଓଡ଼ିଶାର ସଂସ୍କୃତି, ପରମ୍ପରା, ଭାଷା ଓ ସିନେମା ପ୍ରତି ଥିବା ଅଗାଧ ଭଲପାଇବା ପ୍ରତୀତ ହୁଏ ।ଏବଂ ଏହା ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିବ । ଏଥିସହ ସେ କହିଛନ୍ତି, 'ଶାନ୍ତି ଆପାର୍ଟମେଣ୍ଟ' ଏକ ଭିନ୍ନ ଧରଣର ସିନେମା । ଏଥିରେ ରହସ୍ୟ, ରୋମାଞ୍ଚ ଭରି ରହିଛି ଏବଂ ଏହା ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ ।

ବିକ୍ରମ ଶଙ୍କର ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଭିଜିତ । ଫିଲ୍ମଟିର କାହାଣୀ ଏବଂ ଚିତ୍ରନାଟ୍ୟ ସହିତ ନିର୍ଦ୍ଦେଶନାର ଦାୟିତ୍ଵ ତୁଲାଇଛନ୍ତି ଅଶ୍ବିନୀ ତ୍ରିପାଠୀ । ସଂଳାପ ଦାୟିତ୍ବରେ ଅଛନ୍ତି ଆଗଧାଡ଼ିର ସଂଳାପକାର ତଥା ନାଟ୍ୟକାର ଡ. ଦୀପକ ଜେନା । ସନ୍ଦୀପ ପଣ୍ଡାଙ୍କ ସଂଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ ଓ ସ୍ବୟଂ ପାଢ଼ୀ । ଏହି ଫିଲ୍ମରେ ଦ୍ବୀପନ୍ବିତ ଦାସମହାପାତ୍ର, ଶୁଭାଶିଷ, ରାଗିଣୀ, ଆଲିଆ, ବରଦା, ସନ୍ତୁ ପ୍ରସନ୍ନଜିତ, ଶକ୍ତି, ରାକ୍ଷୀ, ଅନୁଷ୍କା ପ୍ରମୁଖ ତାରକା ଅଭିନୟ କରିଛନ୍ତି । ଫିଲ୍ମଟି ଫେବୃଆରୀ ୨ରେ ସମୁଦାୟ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ: ଆସିଲା ଓଡ଼ିଆ ଚଳଚ୍ଚିତ୍ର 'ଶାନ୍ତି ଆପାର୍ଟମେଣ୍ଟ'ର ଦମଦାର ଟ୍ରେଲର, ଫେବ୍ରୁଆରୀ ୨ରେ ରିଲିଜ

'ଶାନ୍ତି ଆପାର୍ଟମେଣ୍ଟ'ର କାହାଣୀ ବିଷୟରେ କହିବାକୁ ଗଲେ, ଏହି ସିନେମାଟି ଅଭିନେତା ଶୁଭାଶିଷଙ୍କୁ ଏକ ଭିନ୍ନ ଚରିତ୍ରରେ ପ୍ରତିପାଦିତ କରିଥିବାବେଳେ ଆପାର୍ଟମେଣ୍ଟରେ ହେଉଥିବା ବିଭିନ୍ନ ରହସ୍ୟମୟ ଘଟଣାର ପର୍ଦ୍ଦାଫାସ ହୋଇଛି । ବିଶେଷ କରି ସହରର ବିଭିନ୍ନ ଆପାର୍ଟମେଣ୍ଟ ଗୁଡ଼ିକରେ ବିଭିନ୍ନ ପ୍ରକାର ଅପରାଧ ଘଟୁଛି । ଏପରିକି ନିକଟରେ ରହୁଥିବା ଲୋକମାନେ ମଧ୍ୟ ଏହାର ସୁରାକ ପାଇପାରୁନାହାନ୍ତି । କିଭଳି ଭାବେ ପାଖ ଲୋକଙ୍କୁ ବି ଏହା ଜଣାପଡୁନି ? କାହିଁକି ଏଭଳି ହେଉଛି ? ଏ ବିଷୟରେ ମଧ୍ୟ ସୁନ୍ଦର ବାର୍ତ୍ତା ଫିଲ୍ମ ଜରିଆରେ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.