ETV Bharat / entertainment

କମୁନି କ୍ରେଜ, ବଢୁଛି ଆୟ; 200 କୋଟି କ୍ଲବରେ ଏଣ୍ଟ୍ରି ମାରିଲା 'Goat' - Goat Box Office Collection

author img

By ETV Bharat Entertainment Team

Published : Sep 16, 2024, 11:27 AM IST

Goat Box Office Collection Day 11: ଥାଲାପତି ବିଜୟଙ୍କ ଫିଲ୍ମ 'ଗୋଟ୍' ଘରୋଇ ସିନେମାରେ 200 କୋଟି ଟଙ୍କାର କ୍ଲବରେ ଏଣ୍ଟ୍ରି କରିଛି । ଏହି ସଫଳତା ହାସଲ କରି ଫିଲ୍ମ କୋଲିଉଡର ତୃତୀୟ ଚଳଚ୍ଚିତ୍ର ହୋଇପାରିଛି । ଅଧିକ ପଢନ୍ତୁ,

କମୁନି କ୍ରେଜ, ବଢୁଛି ଆୟ; 200 କୋଟି କ୍ଲବରେ ଏଣ୍ଟ୍ରି ମାରିଲା 'Goat'
କମୁନି କ୍ରେଜ, ବଢୁଛି ଆୟ; 200 କୋଟି କ୍ଲବରେ ଏଣ୍ଟ୍ରି ମାରିଲା 'Goat' (Movie Poster)

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଥାଲାପତି ବିଜୟଙ୍କ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର GOAT ବକ୍ସ ଅଫିସରେ 11 ଦିନ ପୂରଣ କରିଛି । ବିଜୟଙ୍କ ଏହି ଫିଲ୍ମ 5 ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିଥିବା ବେଳେ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଚଳଚ୍ଚିତ୍ର 'ଗୋଟ୍' ବିଶ୍ୱବ୍ୟାପୀ ବକ୍ସ ଅଫିସରେ 300 କୋଟି ଟଙ୍କା ପାର୍ କରିଥିବା ବେଳେ ବର୍ତ୍ତମାନ ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ 200 କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି । ଏହା କରି ବିଜୟଙ୍କ ଚଳଚ୍ଚିତ୍ର 'ଗୋଟ୍' କୋଲିଉଡର ତୃତୀୟ ଚଳଚ୍ଚିତ୍ର ହୋଇପାରିଛି ।

ସାକନିକଙ୍କ ରିପୋର୍ଟ ଅନୁସାରେ, 'ଗୋଟ୍' ତାମିଲନାଡୁରେ 8ମ ଦିନରେ 143.5 କୋଟି ଟଙ୍କା ଆୟ କରିଥିଲା । ଏହାପରେ ଫିଲ୍ମ 11 ଦିନରେ ଅର୍ଥାତ୍ ଦ୍ୱିତୀୟ ଶନିବାରରେ 13.75 କୋଟି ଟଙ୍କା କଲେକ୍ସନ କରିଛି । ଫଳରେ ତାମିଲନାଡୁରେ ଫିଲ୍ମର ମୋଟ ସଂଗ୍ରହ 164 କୋଟି ଟଙ୍କା ହୋଇଛି । ଏଥି ସହିତ ସମସ୍ତ ଭାଷାରେ ଚଳଚ୍ଚିତ୍ରର ମୋଟ ଘରୋଇ କଲେକ୍ସନ 212.50 କୋଟି ଟଙ୍କା ହୋଇଛି । ଏହାପୂର୍ବରୁ ବିଜୟଙ୍କ କ୍ୟାରିୟରର ପୂର୍ବ ଚଳଚ୍ଚିତ୍ର 'ଲିଓ' (215 କୋଟି ଟଙ୍କା) ଏବଂ 'ପୋନିୟିନ୍ ସେଲଭାନ୍ ପାର୍ଟ 1' (213 କୋଟି ଟଙ୍କା) ସଂଗ୍ରହ କରିଥିଲା। ବର୍ତ୍ତମାନ 200 କୋଟି ଟଙ୍କାର କ୍ଲବରେ ଯୋଗ ଦେଇଥିବା ତାମିଲ ସିନେମାର ତୃତୀୟ ଚଳଚ୍ଚିତ୍ର ହୋଇଛି ।

'ଗୋଟ୍' ଭାରତୀୟ ବକ୍ସ ଅଫିସ କଲେକ୍ସନ

  • ପ୍ରଥମ ଦିନ- 44 କୋଟି ଟଙ୍କା
  • ଦ୍ୱିତୀୟ ଦିନ- 25.5 କୋଟି ଟଙ୍କା
  • ତୃତୀୟ ଦିନ- 33.5 କୋଟି ଟଙ୍କା
  • ଚତୁର୍ଥ ଦିନ- 34 କୋଟି ଟଙ୍କା
  • ପଞ୍ଚମ ଦିନ- 14.75 କୋଟି ଟଙ୍କା
  • 6ଷ୍ଠ ଦିନ-11 କୋଟି ଟଙ୍କା
  • 7ମ ଦିନ- 8 କୋଟି ଟଙ୍କା
  • 8ମ ଦିନ- 6.5 କୋଟି ଟଙ୍କା
  • 9ମ ଦିନ- 6.75 କୋଟି ଟଙ୍କା
  • 10ମ ଦିନ- 13.5 କୋଟି ଟଙ୍କା
  • 11ତମ ଦିନ- 14.25 କୋଟି ଟଙ୍କା

ଫିଲ୍ମର ମୋଟ କଲେକ୍ସନ 212.50 କୋଟି ଟଙ୍କା

ଏହା ମଧ୍ୟ ପଢନ୍ତୁ: ରାଜନୀତିରେ ଜବରଦସ୍ତ ଏଣ୍ଟ୍ରି ମାରିଲେ ଅଭିନେତା ବିଜୟ ଥଲାପତି: ଉନ୍ମୋଚନ କଲେ ପାର୍ଟି TVKର ପତାକା ଓ ଚିହ୍ନ

ଖୁବଶୀଘ୍ର ବଜେଟ ମୂଲ୍ୟ ହାସଲ କରିବ 'ଗୋଟ୍'

ଫିଲ୍ମର ବଜେଟ୍ 300 ରୁ 400 କୋଟି ଟଙ୍କା ବୋଲି କୁହାଯାଉଛି । ତେବେ ଫିଲ୍ମ ଖୁବଶୀଘ୍ର ବଜେଟ ମୂଲ୍ୟ ହାସଲ କରିବ । 'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍' ଫିଲ୍ମଟି ଭେଙ୍କଟ ପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ଥାଲାପତି ବିଜୟଙ୍କ ସହ ପ୍ରଭୁ ଦେବା, ମାଇକ ମୋହନ, ପ୍ରଶାନ୍ତ, ସ୍ନେହା, ଲେଲା, ଜୟରାମ, ଯୋଗୀ ବାବୁ ଏବଂ ମୀନାକ୍ଷୀ ଚୌଧୁରୀ ଅଭିନୟ କରିଛନ୍ତି । ଏଥିରେ ବିଜୟ ଡବଲ ରୋଲ ଅର୍ଥାତ ବିଜୟଙ୍କୁ ଏଥିରେ ବାପା ଏବଂ ପୁଅ ଉଭୟ ରୋଲରେ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.