ETV Bharat / entertainment

ନିଜ ଡ୍ରେସରେ ନିଆଁ ଲଗାଇଲେ ଉର୍ଫି ଜାଭେଦ; ଭିଡିଓ ଭାଇରାଲ - Uorfi Javed TV Show Promotion

Uorfi Javed TV Show Promotion In Unique Way: ଉର୍ଫି ଜାଭେଦ୍ ତାଙ୍କର ଅଜବ ଫ୍ୟାଶନ ଲୁକ୍‌ ପାଇଁ ବେଶ ଜଣାଶୁଣା । ଯେତେବେଳେ ଯେକୌଣସି ସ୍ଥାନରେ ଉର୍ଫି ଜାଭେଦଙ୍କୁ ଦେଖାଯାଏ, ସର୍ବପ୍ରଥମେ ତାଙ୍କ କପଡା ଉପରେ ନଜର ପଡେ କି ଆଜି ସେ କ’ଣ ଭିନ୍ନ ପୋଷାକ ପିନ୍ଧିଛନ୍ତି । ବର୍ତ୍ତମାନ ସେହିଭଳି କିଛି ନିଆରା ଲୁକରେ ନଜର ଆସି ନିଜ ଶୋ'ର ପ୍ରମୋସନ କରିଛନ୍ତି ଉର୍ଫି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଦେଖନ୍ତୁ ଭିଡିଓ,

ନିଜ ଡ୍ରେସରେ ନିଆଁ ଲଗାଇଲେ ଉର୍ଫି ଜାଭେଦ; ଭିଡିଓ ଭାଇରାଲ
ନିଜ ଡ୍ରେସରେ ନିଆଁ ଲଗାଇଲେ ଉର୍ଫି ଜାଭେଦ; ଭିଡିଓ ଭାଇରାଲ (IANS, INSTGRAM)
author img

By ETV Bharat Odisha Team

Published : Aug 21, 2024, 11:23 AM IST

ହାଇଦ୍ରାବାଦ: ସର୍ବଦା ନିଜ ଫ୍ୟାଶନ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ସୋସିଆଲ ମିଡିଆରେ ନିଜର ଅଜବ ପୋଷାକ ପାଇଁ ଲାଇମଲାଇଟରେ ରହିଥାନ୍ତି ଉର୍ଫି ଜାଭେଦ । କେତେବେଳେ ତକିଆ (pillow) ତିଆରି ଡ୍ରେସ ତ କେତେବେଳେ ଚିପ୍ସ ପ୍ୟାକଟ ଏଭଳି ଭିନ୍ନ ପ୍ରକାରର ଜିନିଷରେ ତିଆରି ଆଉଟଫିଟ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଉର୍ଫି ନିଜ ଡ୍ରେସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସେ ନିଜ ଡ୍ରେସ ସହ ନିଆରା ଢଙ୍ଗରେ ନିଜ ଆଗାମୀ ଶୋ'ର ପ୍ରମୋସନ କରିଛନ୍ତି । ପ୍ରମୋସନ ସମୟରେ ଉର୍ଫି ନିଜ ନୂଆ ପୋଷାକରେ ନିଆଁ ଲଗାଇଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନିଜ ଡ୍ରେସରେ ଲଗାଇଲେ ନିଆଁ

ସୋସିଆଲ ମିଡିଆ ସେନ୍ସେସନ ଉର୍ଫି ଜାଭେଦ ଛୋଟ ପରଦାରେ ନିଜର ଜଲୱା ଦେଖାଉଥିବା ବେଳେ ବର୍ତ୍ତମାନ ସେ ତାଙ୍କର ଆଗାମୀ ଟିଭି ଶୋ' 'ଫୋଲୋ କର ଲୋ ୟାର' ସହ ଫେରୁଛନ୍ତି । ଉର୍ଫି ଏନେଇ ଜୋରଦାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଉର୍ଫି ଏକ ବ୍ଲାକ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ସେ ମଞ୍ଚ ଉପରେ ଠିଆ ହୋଇଥିବା ସମୟରେ ତାଙ୍କ ପୋଷାକର ଝଲକ ଦେଖାନ୍ତି । ଏହା ପରେ ସେ ପ୍ରଥମେ କରତାଳି ଦିଅନ୍ତି, ଯେଉଁ କାରଣରୁ ତାଙ୍କ ପୋଷାକର ତଳ ଅଂଶ ନିଆଁ ଲାଗିଯାଏ । ନିଆଁ ଲିଭାଇବା ମାତ୍ରେ, “ଫୋଲୋ କର ଲୋ ୟାର, 3 ଦିନ ପରେ ଲେଖାଥିବା ଦେଖିବାକୁ ମିଳେ । ଯାହା ଏବଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଖୁବ ଭାଇରାଲ ହେଉଛି। ଫ୍ୟାନ୍ସମାନେ ଉର୍ଫିଙ୍କ ଏହି ସୃଜନଶୀଳତାକୁ ପରବର୍ତ୍ତୀ ସ୍ତରର ଫ୍ୟାଶନ ବୋଲି କହି ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସିଦ୍ଧବିନାୟକ ମନ୍ଦିରରେ ଉର୍ଫି ଜାଭେଦ, ଫ୍ୟାନ୍‌ଙ୍କ ଦୃଷ୍ଟି ଆକର୍ଷଣ କଲା ଅଭିନେତ୍ରୀଙ୍କ ଚଷମା

'ଫୋଲୋ କର ଲୋ ୟାର' ବିଷୟରେ କହିବାକୁ ଗଲେ,

ଏହି ରିଆଲିଟି ସିରିଜ୍ 'ଫୋଲୋ କର ଲୋ ୟାର' ହେଉଛି ଉର୍ଫି ଜାଭେଦଙ୍କ ଜୀବନ ଉପରେ ଆଧାରିତ ଏକ ଅନଫିଲଟରର୍ଡ ଶୋ । ନଅଟି ପର୍ଯ୍ୟାୟରେ, ଦର୍ଶକମାନେ ଉର୍ଫିଙ୍କ ଦୈନନ୍ଦିନ ଜୀବନ କାହାଣୀ ଦେଖିବାକୁ ପାଇବେ । ଏଥିରେ, ଏହା ପାପାରାଜିଙ୍କ ସହ ତାଙ୍କର କଥାବାର୍ତ୍ତା ଠାରୁ ଆରମ୍ଭ କରି ତାଙ୍କ ଲୋକପ୍ରିୟତା ଏବଂ ଲୋକଙ୍କ ବିଚାରଧାରା ବିଷୟରେ ଦର୍ଶାଇବ । ଏହି ସିରିଜ 23 ଅଗଷ୍ଟରେ OTT ପ୍ଲାଟଫର୍ମ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.