ETV Bharat / entertainment

୩୦ ବର୍ଷ ପରେ କାନ୍ସରେ ଚମକିବ ଭାରତୀୟ ଫିଲ୍ମ, ଆୱାର୍ଡ ରେସରେ ଏହି ସିନେମା - INDIAN FILM AT CANNES - INDIAN FILM AT CANNES

Cannes Film Festival 2024: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାନ୍ସ ଫେଷ୍ଟିଭାଲ ଆୟୋଜିତ ହେବାକୁ ଯାଉଛି । ଦୀର୍ଘ ୩୦ ବର୍ଷ ପରେ ବର୍ତ୍ତମାନ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ଫିଲ୍ମ ସାମିଲ ହୋଇଛି । ୨୦୨୪ କାନ୍ସ ପ୍ରତିଯୋଗିତା ପାଇଁ ନିର୍ଦ୍ଦେଶକ ପାୟଲ କପାଡିଆଙ୍କ 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ମନୋନୀତ ହୋଇଛି ।

୩୦ ବର୍ଷ ପରେ କାନ୍ସରେ ଚମକିବ ଭାରତୀୟ ଫିଲ୍ମ, ଆୱାର୍ଡ ରେସ୍ ରେ ସାମିଲ ହେଲା ଏହି ଫିଲ୍ମ

author img

By ETV Bharat Odisha Team

Published : Apr 12, 2024, 2:00 PM IST

ହାଇଦ୍ରାବାଦ: ଫ୍ରାନ୍ସର କାନ୍ସ ସହରରେ ହେବାକୁ ଥିବା ଦଶ ଦିନିଆ କାନ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଉତ୍ସବର ବିଭିନ୍ନ ବିଭାଗରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର ଗୁଡ଼ିକ ଗୁରୁବାର ଦିନ ଘୋଷଣା କରାଯାଇଥିଲା, ଯେଉଁଥିରେ ସାରା ବିଶ୍ୱରୁ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ରହିଛି । ଚଳିତ ଥର ୭୭ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବାକୁ ଥିବା ବେଳେ ମେ ୧୪ରୁ ମେ ୨୫ଯାଏଁ ଉତ୍ସବ ଚାଲୁ ରହିବ । ତେବେ କାନ୍ସ ଫେଷ୍ଟିଭାଲରେ ପ୍ରାୟ ୩୦ ବର୍ଷ ପରେ ପୁଣି ଭାରତ ତାର ଜଲୱା ଦେଖାଇବାକୁ ଯାଉଛି । ୨୦୨୪ କାନ୍ସ ପ୍ରତିଯୋଗିତା ପାଇଁ ନିର୍ଦ୍ଦେଶକ ପାୟଲ କପାଡିଆଙ୍କ 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ମନୋନୀତ ହୋଇଛି ।

୩୦ ବର୍ଷ ପରେ କାନ୍ସ ରେସରେ ଭାରତୀୟ ଫିଲ୍ମ

ଚଳିତ ବର୍ଷର ଉତ୍ସବ ଭାରତୀୟଙ୍କ ପାଇଁ ସ୍ୱତନ୍ତ୍ର ହୋଇପାରିଛି । କାରଣ ଏହାର ସମ୍ମାନଜନକ ପାମ ଡି’ଅର୍ (Palme d'Or) ଅର୍ଥାତ୍ ଗୋଲଡେନ୍ ପାମ ପୁରସ୍କାର ପାଇଁ ଲେଖକ ତଥା ନିର୍ଦ୍ଦେଶକ ପାୟଲ କପାଡିଆଙ୍କ ଚଳଚ୍ଚିତ୍ର ଅଲ୍ ଉଇ ଇମାଜିନ ଏଜ ଲାଇଟ' ମନୋନୀତ କରାଯାଇଛି । ଏହା ଏକ ବଡ ସଫଳତା କାରଣ ପାୟଲଙ୍କ ଫିଲ୍ମକୁ ୩୦ ବର୍ଷ ପରେ ଏହି ପ୍ରତିଯୋଗିତାରେ ସାମିଲ ହେବାର ସୁଯୋଗ ମିଳିଛି ।

ଏହି ଫିଲ୍ମ ସହ ଟକ୍କର

କପଡିଆଙ୍କ ଫିଲ୍ମ ସହ ଏହି ପ୍ରତିଯୋଗିତାରେ ୧୯ଟି ଚଳଚ୍ଚିତ୍ର ରହିଛି, ଯେପରିକି ୟର୍ଗୋସ୍ ଲାନଥିମୋସ୍ 'କାଇଣ୍ଡ୍ସ ଅଫ କାଇଣ୍ଡନେସ', ଫ୍ରାନ୍ସିସ୍ ଫୋର୍ଡ କପୋଲାଙ୍କ 'ମେଗାଲୋପଲିସ୍', ପଲ୍ ସ୍କ୍ରାଡରଙ୍କ 'ଓହ୍ କାନାଡା', ଆଣ୍ଡ୍ରେଆ ଆର୍ନୋଲ୍ଡଙ୍କ 'ବାର୍ଡ' ଏବଂ ସଚିନ ବେକରଙ୍କ 'ଅନୋରା' ଭଳି ଚଳଚ୍ଚିତ୍ର ରହିଛି ।

ପୂର୍ବରୁ ଏହି ଭାରତୀୟ ଫିଲ୍ମ ହୋଇଥିଲା ମନୋନୀତ

ସୂଚନା ଥାଉ କି, ପାମ ଡି’ଅର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଶେଷ ଭାରତୀୟ ଚଳଚ୍ଚିତ୍ର ୧୯୮୩ ମସିହାରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ମୃଣାଲ ସେନଙ୍କ 'ଖାରିଜ' ଥିଲା । ଏହାପୂର୍ବରୁ, ଏମ୍ ଏସ ସାଥ୍ୟୁଙ୍କ 'ଗର୍ମ ହାୱା' (୧୯୭୪), ସତ୍ୟଜିତ ରାୟଙ୍କ 'ପରଶ ପଥର୍' (୧୯୫୮) ଇତ୍ୟାଦି ଚଳଚ୍ଚିତ୍ର ଥିଲା । କାନ୍ସ ପାଇଁ ରାଜ କପୁରଙ୍କ 'ଆୱାରା' (୧୯୫୩), ଭି ଶାନ୍ତାରାମଙ୍କ 'ଅମର ଭୁପାଲି' (୧୯୫୨) ଏବଂ ଚେତନ ଆନନ୍ଦଙ୍କ 'ନିଚା ନଗର' (୧୯୪୬) ଚୟନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଫାଶୀ ଡିଜାଇନ୍‌ର ଗାଉନ ପିନ୍ଧିଲେ ଇରାନୀୟ ମଡେଲ

'ଅଲ୍ ଉଇ ଇମାଜିନ ଏଜ ଲାଇଟ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହା ଏକ ଇଣ୍ଡୋ-ଫରାସୀ ପ୍ରଡକ୍ସନ ଫିଲ୍ମ ଅଟେ । କାହାଣୀଟି ଦୁଇ ମହିଳାଙ୍କ ଅଟେ । ଏଥିରୁ ଜଣେ ନର୍ସ ଅଟନ୍ତି, ଯିଏକି ଦୀର୍ଘ ସମୟ ପରେ ସ୍ୱାମୀଙ୍କ ଠାରୁ ଉପହାର ଗ୍ରହଣ କରନ୍ତି । ଅନ୍ୟପଟେ ତାଙ୍କ ରୁମମେଟ ତାଙ୍କ ପ୍ରେମିକ ସହ ସମୟ ବିତାଇବା ପାଇଁ ଏକ ଘରୋଇ କୋଠରୀ ଖୋଜନ୍ତି । ପରେ ଉଭୟ ମହିଳା ଏକ ରୋଡ୍ ଟ୍ରିପରେ ଯାଆନ୍ତି, ଯେଉଁଠାରେ ସେମାନଙ୍କର ଜୀବନ ଏକ ନୂଆ ମୋଡ଼ ନେଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.