ଲକ୍ଷ୍ନୌ: ଆଉ କିଛି ସମୟର ଅପେକ୍ଷା, ଭବ୍ୟ ରାମମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା । ଉତ୍ସବମୁଖର ପୁରା ଦେଶ । ରାମ ନାମରେ ପ୍ରକମ୍ପିତ ହେଉଛି ଗଗନ ପବନ । ଏହି ପବିତ୍ର ସମାରୋହ ଅବସରରେ ରାମ ମନ୍ଦିରକୁ ରଙ୍ଗୀନ ଫୁଲରେ ସାଜସଜ୍ଜା କରାଯାଇଛି । ଅନ୍ୟପଟେ ଅନେକ ସ୍ଥାନରେ ବିଭିନ୍ନ ଢ଼ଙ୍ଗରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବର ଆୟୋଜନ କରାଯାଇଛି । ସେନେଇ ଉତ୍ସବ ମୁଖର ସମଗ୍ର ଭାରତବର୍ଷ । ତେବେ ଆମନ୍ତ୍ରିତ ଅତିଥିମାନେ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ତାରକାଙ୍କ ଭିଡ ଦେଖିବାକୁ ମିଳିଲାଣି ।
ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତାରକାମାନେ ରାମ ମନ୍ଦିରର 'ପ୍ରାଣ ପ୍ରତିଷ୍ଠା' ସମାରୋହରେ ଭାଗ ନେବାକୁ ଅଯୋଧ୍ୟା ଅଭିମୁଖେ ଯାଉଛନ୍ତି । ଏହି ସମୟରେ ବଲିଉଡ ଅଭିନେତା ଆମୀର ଖାନ ମୁମ୍ବାଇର ଘରୋଇ ବିମାନବନ୍ଦରରେ ନଜର ଆସିଛନ୍ତି । ଏହାପୂର୍ବରୁ ଅନୁପମ ଖେର ଏବଂ ବିବେକ ଓବରାଇଙ୍କୁ ମଧ୍ୟ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ପାପରାଜି, ସୁପରଷ୍ଟାର ଆମୀର ଖାନଙ୍କ ଭିଡିଓ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରେ ଆମୀର ଖାନ କାରରୁ ଓହ୍ଲାଇଥିବାର ନଜର ଆସିଛି । ସେ ନୀଳ ଜିନ୍ସ ଉପରେ ଏକ କଳା ଟି-ସାର୍ଟ ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ବିମାନବନ୍ଦର ଭିତରକୁ ଯିବା ପୂର୍ବରୁ ସୁପରଷ୍ଟାର ପ୍ୟାପ୍ ପାଇଁ ପୋଜ ଦେଇଥିଲେ । ଏଥି ସହିତ, ଅଭିନେତା ସେଠାରେ ଉପସ୍ଥିତ ଥିବା ଏକ ପରିବାର ସହ ସେ ଫଟୋ ମଧ୍ୟ ଉଠାଇଥିଲେ । ତେବେ ସୁପରଷ୍ଟାରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
-
#WATCH | Uttar Pradesh: Jana Sena chief Pawan Kalyan arrives in Lucknow, ahead of the Ayodhya Ram Temple Pranpratishtha ceremony that will be held tomorrow.
— ANI (@ANI) January 21, 2024 " class="align-text-top noRightClick twitterSection" data="
He says, "This has been a long-cherished dream of the people and after 500 years, it is finally coming into reality, we… pic.twitter.com/JEY4QnO6qn
">#WATCH | Uttar Pradesh: Jana Sena chief Pawan Kalyan arrives in Lucknow, ahead of the Ayodhya Ram Temple Pranpratishtha ceremony that will be held tomorrow.
— ANI (@ANI) January 21, 2024
He says, "This has been a long-cherished dream of the people and after 500 years, it is finally coming into reality, we… pic.twitter.com/JEY4QnO6qn#WATCH | Uttar Pradesh: Jana Sena chief Pawan Kalyan arrives in Lucknow, ahead of the Ayodhya Ram Temple Pranpratishtha ceremony that will be held tomorrow.
— ANI (@ANI) January 21, 2024
He says, "This has been a long-cherished dream of the people and after 500 years, it is finally coming into reality, we… pic.twitter.com/JEY4QnO6qn
ଏହା ମଧ୍ୟ ପଢ଼ନ୍ତୁ... 'ଜୟ ଶ୍ରୀରାମ' ଧ୍ୱନିରେ କମ୍ପିଲା କାଲିଫର୍ଣ୍ଣିଆ, ବିଶାଳ କାର୍ ରାଲି ସହ ଲାଇଟ୍ ଶୋ'
ଅନ୍ୟପକ୍ଷରେ ଲକ୍ଷ୍ନୌ ବିମାନବନ୍ଦରରେ କ୍ୟାମେରାରେ ସାଉଥ ସୁପରଷ୍ଟାର ପୱନ କଲ୍ୟାଣଙ୍କୁ କଏଦ କରାଯାଇଥିଲା । ଆଜି ଅନୁଷ୍ଠିତ ହେବାକୁ ଥିବା ଅଯୋଧ୍ୟା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଜନସେନା ମୁଖ୍ୟ ତଥା ଅଭିନେତା ପୱନ କଲ୍ୟାଣ ଲକ୍ଷ୍ନୌରେ ପହଞ୍ଚିଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, 'ଏହା ଦୀର୍ଘ ଦିନ ଧରି ଲୋକଙ୍କ ସ୍ୱପ୍ନ ଥିଲା ଏବଂ 500 ବର୍ଷ ପରେ ଏହା ବାସ୍ତବରେ ବାସ୍ତବ ରୂପ ନେଉଛି, ଆମେ ବହୁତ ଖୁସି ।' ଏହି ଉତ୍ସବରେ ଯୋଗଦେବା ପାଇଁ ଟିଭି ଅଭିନେତା ଗଜେନ୍ଦ୍ର ଚୌହାନ ମଧ୍ୟ ଅଯୋଧ୍ୟାକୁ ଯାଇଛନ୍ତି । ଏହାପୂର୍ବରୁ ଲକ୍ଷ୍ନୌ ବିମାନବନ୍ଦରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅଭିନେତା କହିଥିଲେ ଯେ ମୁଁ ବିଶ୍ୱାସ କରେକି ରାମ ରାଜ୍ୟ ସ୍ଥାପିତ ହେବ । ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିବା ସହ ମୋଦି ଗ୍ୟାରେଣ୍ଟି କଥା କହିଛନ୍ତି ।
-
#WATCH | Lucknow, UP: Actor Gajendra Chauhan says, "I am confident that 'Ram Rajya' will be established...PM Modi is the Yudhisthira in today's time...He has done whatever he said...This is PM Modi's guarantee." pic.twitter.com/odT9ginXff
— ANI (@ANI) January 21, 2024 " class="align-text-top noRightClick twitterSection" data="
">#WATCH | Lucknow, UP: Actor Gajendra Chauhan says, "I am confident that 'Ram Rajya' will be established...PM Modi is the Yudhisthira in today's time...He has done whatever he said...This is PM Modi's guarantee." pic.twitter.com/odT9ginXff
— ANI (@ANI) January 21, 2024#WATCH | Lucknow, UP: Actor Gajendra Chauhan says, "I am confident that 'Ram Rajya' will be established...PM Modi is the Yudhisthira in today's time...He has done whatever he said...This is PM Modi's guarantee." pic.twitter.com/odT9ginXff
— ANI (@ANI) January 21, 2024