ETV Bharat / entertainment

୩୦୦ କୋଟି କ୍ଲବରେ 'ଫାଇଟର', ଦର୍ଶକଙ୍କୁ କୃତଜ୍ଞତା ଜଣାଇଲେ ନିର୍ମାତା

author img

By ETV Bharat Odisha Team

Published : Feb 5, 2024, 3:50 PM IST

Fighter Box Office: ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି 'ଫାଇଟର' । ରିଲିଜର ୧୧ ଦିନ ମଧ୍ୟରେ ବିଶ୍ବ ବକ୍ସ ଅଫିସରେ ୩୦୦ କୋଟି କ୍ଲବରେ ସାମିଲ ହୋଇଛି ଫିଲ୍ମ । ଅଧିକ ପଢନ୍ତୁ,

୩୦୦କୋଟି କ୍ଲବରେ ଏଣ୍ଟ୍ରି କଲା 'ଫାଇଟର', ଦର୍ଶକଙ୍କୁ କୃତଜ୍ଞତା ଜଣାଇଲେ ନିର୍ମାତା

ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ତାରକା ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଫାଇଟର' ଧମାକା କରୁଛି । ଏହି ଫିଲ୍ମ ଦର୍ଶକଙ୍କ ମନ ଜିତୁଛି । କେବଳ ଭାରତରେ ନୁହଁ ବିଶ୍ବରେ ପାଇଟର କ୍ରେଜ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଫିଲ୍ମ ରିଲିଜର ୧୧ଦିନରେ ପହଞ୍ଚିଥିବା ବେଳେ ବିଶ୍ବରେ ୩୦୦ କୋଟି ପାର୍ କରି ସଫଳତା ହାସଲ କରିଛି । ସେପଟେ ଭାରତରେ ମଧ୍ୟ ଫିଲ୍ମ ୨୦୦ କୋଟି କ୍ଲବରେ ସାମିଲ ହୋଇଛି ।

ନିର୍ମାତା ଅଫିସିଆଲ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସହ ଫିଲ୍ମର କଲେକ୍ସନ ନେଇ ସୂଚନା ଦେଇଛନ୍ତି । ଏଥିରେ ଲେଖାଅଛି ଯେ, ଏହି ଫିଲ୍ମ ବର୍ତ୍ତମାନ ବିଶ୍ବ ବକ୍ସ ଅଫିସରେ ୩୦୨ କୋଟି ଆୟ କରିଛି । ସେହିପରି ଘରୋଇ ବକ୍ସ ଅଫିସରେ ମୋଟ ୨୧୭ କୋଟିରୁ ଅଧିକ ଟଙ୍କା ରୋଜଗାର କରି ସଫଳତା ହାସଲ କରିଛି । ଏହା ସେୟାର କରି ନିର୍ମାତା ଲେଖିଛନ୍ତି, ସମସ୍ତଙ୍କ ଭଲପାଇବା ପାଇଁ ଫାଇଟର ଟିମ ବହୁତ କୃତଜ୍ଞ ।

ଟ୍ରେଡ ଆନାଲିଷ୍ଟ ମୋନବାଲା ବିଜୟବାଲନ ମଧ୍ୟ ଫିଲ୍ମର କଲେକ୍ସନ ନେଇ ଏକ ରିପୋର୍ଟ ସେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି, ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫାଇଟର ୩୦୦ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହା ସହ ଫାଇଟରର ବିଶ୍ବ ବକ୍ସ ଅଫିସ୍ ସଂଗ୍ରହ ବର୍ତ୍ତମାନ ମୋଟ ୩୦୬.୦୬ କୋଟିରେ ପହଞ୍ଚିଛି । ଏହପିର ଫାଇଟର ବର୍,ର ପ୍ରଥମ ଫିଲ୍ମ ଭାବେ ଏହି ସଫଳତା ହାସଲ କରିଛି ।

ଫାଇଟର: ବକ୍ସ ଅଫିସ କଲେକ୍ସନ

  • ପ୍ରଥମ ଦିନ- ୩୬.୦୪ କୋଟି
  • ଦ୍ବିତୀୟ ଦିନ- ୬୪.୫୭ କୋଟି
  • ତୃତୀୟ ଦିନ- ୫୬.୧୯ କୋଟି
  • ୪ର୍ଥ ଦିନ- ୫୨.୭୪ କୋଟି
  • ୫ମ ଦିନ- ୧୬.୩୩ କୋଟି
  • ୬ଷ୍ଠ ଦିନ- ୧୪. ୯୫ କୋଟି
  • ୭ମ ଦିନ- ୧୧.୭୦ କୋଟି
  • ୮ମ ଦିନ- ୧୦.୨୪ କୋଟି
  • ୯ମ ଦିନ- ୯.୭୫ କୋଟି
  • ୧୦ମ ଦିନ- ୧୫.୧୯ କୋଟି
  • ୧୧ତମ ଦିନ- ୧୮.୪୬ କୋଟି
  • ମୋଟ ବକ୍ସ ଅଫିସ କଲେକ୍ସନ ୩୦୬.୧୬ କୋଟିକୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: ଫାଇଟରକୁ ପ୍ରଶଂସାରେ ପୋତି ପକାଇଲେ ଆର ମାଧବନ

କହିରଖୁଛୁ କି, ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ ଏହି ଫିଲ୍ମରେ ଅନୀଲ କପୁର, କରଣ ସିଂ ଗ୍ରୋଭର, ଅକ୍ଷୟ ଓବରୋଏ ପ୍ରମୁଖ ତାରକା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଜାନୁଆରୀ ୨୫ରେ ଗଣତନ୍ତ୍ର ଦିବସରେ ରିଲିଜ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.