ETV Bharat / entertainment

ବକ୍ସ ଅଫିସରେ ଫାଇଟର କ୍ରେଜ, ସପ୍ତାହକରେ ୨୫୦ କୋଟି ପାର୍‌ କଲା ଆୟ

author img

By ETV Bharat Odisha Team

Published : Feb 1, 2024, 4:19 PM IST

Fighter Box Office Day 7: ବିଶ୍ବରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଫାଇଟର'ର ଜଲୱା ଦେଖିବାକୁ ମିଳୁଛି । ଏହି ଫିଲ୍ମ ବର୍ତ୍ତମାନ ରିଲିଜର ସପ୍ତାହକ ମଧ୍ୟରେ ୨୫୦ କୋଟି ପାର୍ କରି ସଫଳତା ହାସଲ କରିଛି ।

ସପ୍ତାହକ ମଧ୍ୟରେ ବିଶ୍ବରେ ୨୫୦ କୋଟି ପାର୍ କଲା 'ଫାଇଟର'

ହାଇଦ୍ରାବାଦ: ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଫାଇଟର' ଜାନୁଆରୀ ୨୫ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ଓପନିଂ ଦିନ ଠାରୁ ଭଲ ପ୍ରଦର୍ଶନ କରୁଛି । କେବଳ ଭାରତରେ ନୁହେଁ ସାରା ବିଶ୍ବରେ ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଫିଲ୍ମ ରିଲିଜର ଏକ ସପ୍ତାହ ମଧ୍ୟରେ ବିଶ୍ବରେ ୨୫୦ କୋଟି ପାର୍ କରି ସଫଳତା ହାସଲ କରିଛି । ସେପଟେ ଭାରତରେ ଖୁବଶୀଘ୍ର ୧୫୦କୋଟି କ୍ଲବରେ ସାମିଲ ହେବ ଫିଲ୍ମ ।

  • " class="align-text-top noRightClick twitterSection" data="">

'ଫାଇଟର' ବିଶ୍ବ ବକ୍ସ ଅଫିସ କଲେକ୍ସନ

ରିପୋର୍ଟ ଅନୁସାରେ, 'ଫାଇଟର' ସପ୍ତମ ଦିନରେ ବିଶ୍ବ ବକ୍ସ ଅଫିସରେ ୧୧.୭୦କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ ବକ୍ସ ଅଫିସ କଲେକ୍ସନ ୨୫୨.୫୨କୁ ବୃଦ୍ଧି ପାଇଛି । ପ୍ରଥମ ଦିନରେ ଏହି ଫିଲ୍ମ ୩୬.୦୪ କୋଟି ଆୟ କରିଥିଲା । ପରେ ଦ୍ବିତୀୟ ଦିନରେ ୬୪.୫୭ କୋଟି, ତୃତୀୟ ଦିନରେ ୫୬.୧୯ କୋଟି, ୪ର୍ଥ ଦିନରେ ୫୨.୭୪ କୋଟି ଏବଂ ପଞ୍ଚମ ଦିନରେ ୧୬.୩୩ କୋଟି ଏବଂ ୬ଷ୍ଠ ଦିନରେ ଏହି ଫିଲ୍ମ ବିଶ୍ବରେ ୧୪.୯୫ କୋଟି ଆୟ କରିଥିଲା ।

'ଫାଇଟର' ଭାରତୀୟ ବକ୍ସ ଅଫିସ କଲେକ୍ସନ

ସେପଟେ 'ଫାଇଟର' ଭାରତୀୟ ବକ୍ସ ଅଫିସ କଲେକ୍ସନ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଭାରତରେ ୨୨.୫ କୋଟି ସହ ଓପନିଂ କରିଥିଲା । ଦ୍ବିତୀୟ ଦିନରେ ଏହା ୩୯.୫ କୋଟି, ତୃତୀୟ ଦିନରେ ୨୭.୫ କୋଟି, ଚତୁର୍ଥ ଦିନରେ ୨୯ କୋଟି, ପଞ୍ଚମ ଦିନରେ ୮କୋଟି, ଷଷ୍ଠ ଦିନରେ ୭.୫ କୋଟି ଏବଂ ସପ୍ତମ ଦିନରେ ୬.୫ କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ କଲେକ୍ସନ ୧୪୦.୫କୋଟିରେ ପହଞ୍ଚିଛି । ଏହିପରି ଖୁବଶୀଘ୍ର ୧୫୦କୋଟି କ୍ଲବରେ ଏଣ୍ଟ୍ରି କରିବ ।

ଏହା ମଧ୍ୟ ପଢନ୍ତୁ: ଫାଇଟରକୁ ପ୍ରଶଂସାରେ ପୋତି ପକାଇଲେ ଆର ମାଧବନ

କହିରଖୁଛୁ କି, ଏହି ଫିଲ୍ମର ଫ୍ୟାନ୍ସ ବ୍ୟତୀତ ବଲିଉଡ ସେଲିବ୍ରିଟି ମଧ୍ୟ ଦିୱାନା ହୋଇଛନ୍ତି । ନିକଟରେ ଅର୍ଜୁନ କପୁର, ଟାଇଗର ଶ୍ରଫ, ଆର ମାଧବନ ଏବଂ ଶିଳ୍ପା ସେଟ୍ଟୀ ଏହି ଫିଲ୍ମର ଖୁବ ପ୍ରଶଂସା କରିବା ସହ ଫିଲ୍ମର ପୁରା ଟିମକୁ ଶୁଭକାମନା ଜଣାଇଥିଲେ । କହିରଖୁଛୁ କି, ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ ଏହି ଫିଲ୍ମରେ ଅନୀଲ କପୁର, କରଣ ସିଂ ଗ୍ରୋଭର, ଅକ୍ଷୟ ଓବରୋଏ ପ୍ରମୁଖ ତାରକା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.