ETV Bharat / entertainment

ବକ୍ସ ଅଫିସରେ ନିଆଁ ଲଗାଇବ ଫାଇଟର ! ପ୍ରଥମ ଦିନ ଏତିକି କରିପାରେ କଲେକ୍ସନ

author img

By ETV Bharat Odisha Team

Published : Jan 25, 2024, 12:42 PM IST

Updated : Jan 25, 2024, 12:51 PM IST

Fighter Box Office Predictions: ବିଶ୍ବରେ ଆଜି ରିଲିଜ ହୋଇଛି ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଫାଇଟର' । ଫିଲ୍ମକୁ ଦର୍ଶକ ବ୍ଲକବ୍ଲଷ୍ଟର ଟ୍ୟାଗ ଦେଇଥିବା ବେଳେ ବର୍ତ୍ତମାନ ଫିଲ୍ମ ପ୍ରଥମ ଦିନରେ ରେକର୍ଡ ସଂଖ୍ୟକ ଆୟ କରିବ ବୋଲି କୁହାଯାଉଛି ।

ମନ ଜିତୁଛି 'ଫାଇଟର', ପ୍ରଥମ ଦିନରେ କରିପାରେ ଏତିକି କଲେକ୍ସନ

ହାଇଦ୍ରାବାଦ: ଗଣତନ୍ତ୍ର ଦିବସ ଅବସରରେ ରିଲିଜ ହୋଇଛି ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଫାଇଟର' । ଏହି ଏରିଆଲ୍ ଆକ୍ସନ୍ ଫିଲ୍ମ ସମାଲୋଚକ ଏବଂ ଫ୍ୟାନ୍ସଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଉଛି । ପ୍ରଥମ ଦିନ ପ୍ରଥମ ଶୋ' ଦେଖି ଫିଲ୍ମ ଉପରେ ପ୍ରତିକ୍ରିୟା ଦେଇ ଫିଲ୍ମର ପ୍ରଶଂସା କରିବା ସହ ଏହାକୁ ବ୍ଲକବ୍ଲଷ୍ଟର ଟ୍ୟାଗ ଦେଇଛନ୍ତି । ଏହାକୁ ଦେଖି ବର୍ତ୍ତମାନ କୁହାଯାଉଛି ଯେ, ହ୍ରିତିକଙ୍କ ଏହି ଫିଲ୍ମ ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିବା ସହ ପ୍ରାୟ ୨୫-୩୦ କୋଟି ଆୟ କରିପାରେ ।

'ଫାଇଟର' ୨ ଘଣ୍ଟା ୪୩ ମିନିଟର ରହିଥିବା ବେଳେ ସେନ୍ସର ବୋର୍ଡ ପକ୍ଷରୁ ଫିଲ୍ମକୁ U/A ସାର୍ଟିଫିକେଟ ମିଳିଛି । ସାରା ଦେଶରେ ୪୨୦୦ ପରଦାରେ ମୁକ୍ତିଲାଭ କରିଥିବା ବେଳେ ଫିଲ୍ମଟି ପ୍ରଥମ ଦିନରେ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ସେପଟେ ସାକନିକଙ୍କ ରିପୋର୍ଟ ଅନୁସାରେ, ଏବେ ସୁଦ୍ଧା ପ୍ରଥମ ଦିନ ପାଇଁ ଫିଲ୍ମର ଆଡଭାନ୍ସ ବୁକିଂରେ ୨ ଲକ୍ଷ ୭୯ ହଜାର ୩୬୭ ଟିକେଟ୍ ବିକ୍ରି କରିଥିବା ବେଳେ ମୋଟ ୮କୋଟିରୁ ଅଧିକ ଆୟ କରିଛି । ଏଥିରୁ ଫିଲ୍ମଟି ପ୍ରଥମ ଦିନରେ ୨୫-୩୦ କୋଟି ଆୟ କରିବାର ସମ୍ଭାବନା ରହିଥିବା ଜଣାପଡିଛି ।

ସେପଟେ ଓପନିଂ ଦିନରେ ଫାଇଟର୍ ଯେତେ କଲେକ୍ସନ୍ କଲେ ମଧ୍ୟ ଏହା ନିଶ୍ଚିତ ଯେ ଗଣତନ୍ତ୍ର ଦିବସ ଛୁଟି ଦିନ ହୋଇଥିବାରୁ ଫିଲ୍ମଟି ପ୍ରଥମ ଦିନ ଅପେକ୍ଷା ଅଧିକ ରୋଜଗାର କରିବ । ଏଥିସହ ଫାଇଟରକୁ ୪ ଦିନର ୱିକେଣ୍ଡ ମିଳୁଛି । ତେଣୁ ଚଳଚ୍ଚିତ୍ର 'ଫାଇଟର' ପ୍ରଥମ ସପ୍ତାହରେ ୨୦୦ରୁ ୩୦୦କୋଟି ସଂଗ୍ରହ କରିବ ବୋଲି ମଧ୍ୟ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା 'ଫାଇଟର', ଫିଲ୍ମକୁ ବ୍ଲକବ୍ଲଷ୍ଟର ଟ୍ୟାଗ ଦେଲେ ଫ୍ୟାନ୍ସ

ସୂଚନା ଥାଉ କି, ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଏରିୟଲ ଆକ୍ସନ ଫିଲ୍ମର କାହାଣୀ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟଙ୍କ ଉପରେ ଆଧାରିତ । ୨୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ଗଣତନ୍ତ୍ର ଦିବସ ଅବସରରେ ରିଲିଜ ହୋଇଛି । ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, କରଣ ସିଂ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିଛନ୍ତି । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି ହ୍ରିତିକ ।

Last Updated : Jan 25, 2024, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.