ETV Bharat / entertainment

ପରଦାକୁ ଆସିଲା ଥାଲାପତିଙ୍କ 'GOAT'; ସାଉଥରେ ସେଲିବ୍ରେସନର ମାହୋଲ; ପୋଷ୍ଟରରେ କ୍ଷୀର ଢାଳି, ନାଚ-ଗୀତରେ ଝୁମିଲେ ଫ୍ୟାନ୍ସ - Thalapathy Vijay GOAT Release

author img

By ETV Bharat Entertainment Team

Published : Sep 5, 2024, 11:20 AM IST

Fans Celebrate On Thalapathy Vijay's GOAT Release: ଫ୍ୟାନ୍ସଙ୍କ ଦୀର୍ଘ ଦିନର ଅପେକ୍ଷାର ହେଲା ଅନ୍ତ । ସାଉଥ ସୁପରଷ୍ଟାର ଥାଲାପତି ବିଜୟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'GOAT' ବଡ଼ ପରଦାରେ ମୁକ୍ତିଲାଭ କରିଛି । ଏହି ଅବସରରେ ସାଉଥରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ସୁପରଷ୍ଟାରଙ୍କ ଫିଲ୍ମ ଫ୍ୟାନ୍ସଙ୍କ ପାଇଁ କୌଣସି ସେଲିବ୍ରେସନ ଠାରୁ କମ ନୁହେଁ । ହଲ ସାମ୍ନାରେ ଫ୍ୟାନ୍ସ ଢୋଲ ବଜାଇ, ବାଣ ଫୁଟାଇ ଧୁମଧାମରେ 'GOAT' ଫିଲ୍ମ ରିଲିଜକୁ ପାଳନ କରିଛନ୍ତି ।

ପରଦାକୁ ଆସିଲା ଥାଲାପତିଙ୍କ 'GOAT'; ସାଉଥରେ ସେଲିବ୍ରେସନର ମାହୋଲ; ପୋଷ୍ଟରରେ କ୍ଷୀର ଢାଳି, ନାଚ-ଗୀତରେ ଝୁମିଲେ ଫ୍ୟାନ୍ସ
ପରଦାକୁ ଆସିଲା ଥାଲାପତିଙ୍କ 'GOAT'; ସାଉଥରେ ସେଲିବ୍ରେସନର ମାହୋଲ; ପୋଷ୍ଟରରେ କ୍ଷୀର ଢାଳି, ନାଚ-ଗୀତରେ ଝୁମିଲେ ଫ୍ୟାନ୍ସ (ETV Bharat Odisha)

ହାଇଦ୍ରାବାଦ: ଥାଲାପତି ବିଜୟ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ, ତାଙ୍କ କ୍ୟାରିଅରରେ ତିନି ଦଶନ୍ଧି ଧରି ସେ ଅନେକ ବ୍ଲକବଷ୍ଟର ହିଟ୍ ଦେଇଛନ୍ତି ଏବଂ ତାଙ୍କର ଚମତ୍କାର ଅଭିନୟ ସହ ଲକ୍ଷ ଲକ୍ଷ ହୃଦୟ ଜିତିଛନ୍ତି । ଥାଲାପତି ବିଜୟଙ୍କ ଭାରତ ସମେତ ବିଶ୍ୱରେ ଅନେକ ଫ୍ୟାନ୍ସ ରହିଛନ୍ତି । ସାଉଥରେ ଅଭିନେତାଙ୍କ ପାଇଁ ଭିନ୍ନ କ୍ରେଜ ରହିଛି । ଏପରି ସମୟରେ ଥାଲାପତିଙ୍କ ଫିଲ୍ମ ରିଲିଜ ହେବା ଫ୍ୟାନ୍ସଙ୍କ ପାଇଁ କୌଣସି ସେଲିବ୍ରେସନ ଠାରୁ କମ ନୁହେଁ ।

ଥାଲାପତି ବିଜୟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'GOAT' ରିଲିଜ (ETV Bharat Odisha)

ପରଦାକୁ ଆସିଲା GOAT

ଆଜି, ସେପ୍ଟେମ୍ୱର 5 (ଗୁରୁ ଦିବସ) ଅବସରରେ ରିଲିଜ ହୋଇଛି ସୁପରଷ୍ଟାରଙ୍କ ଫିଲ୍ମ 'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ(ଗୋଟ)' (GOAT) । ଏପରି ସମୟରେ ସାଉଥରେ ଥାଲାପତିଙ୍କ ଫିଲ୍ମ ରିଲିକୁ ନେଇ ଜୋରଦାର ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ହଲ ସାମ୍ନାରେ ଫ୍ୟାନ୍ସ ଢୋଲ ବଜାଇ, ବାଣ ଫୁଟାଇ ନାଚ ଗୀତରେ ଧୁମଧାମରେ 'GOAT' ଫିଲ୍ମ ରିଲିଜକୁ ପାଳନ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆର ଖୁବ ଭାଇରାଲ ହେବାରେ ଲାଗିଛି ।

'GOAT' ରିଲିଜ ସେଲିବ୍ରେସନ

ଆଜି ଭୋଟ ସକାଳ 4ଟାରୁ ସାଉଥରେ 'ଗୋଟ' ଶୋ' ଆରମ୍ଭ ହୋଇଥିବା ବେଳେ ଅଭିନେତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ପ୍ରଥମ ଦିନର ପ୍ରଥମ ଶୋ' ଦେଖିବାକୁ ଥିଏଟରରେ ବେଶ ଭିଡ଼ ପରିଲକ୍ଷିତ ହୋଇଛି । ଏପରି ସମୟରେ ଚେନ୍ନାଇ, ବାଙ୍ଗାଲୋର, କେରଳ, ତେଲେଙ୍ଗାନା ରାଜ୍ୟର ଅନେକ ଥିଏଟର ବାହାରେ ଫ୍ୟାନ୍ସ ଫିଲ୍ମ ରିଲିଜ ସେଲିବ୍ରେସନ କରିଛନ୍ତି । ଚେନ୍ନାଇର ରୋହିନୀ ଥିଏଟର ବାହାରେ ବିଜୟଙ୍କ ବ୍ୟାନରରେ କ୍ଷୀର ଢାଳି ଫିଲ୍ମ ରିଲିଜକୁ ସେଲିବ୍ରେସନ କରିଛନ୍ତି । ସେହିପରି ଅନ୍ୟ ଥିଏଟର ସାମ୍ନାରେ ମଧ୍ୟ ଥାଲାପତିଙ୍କ ଫ୍ୟାନ୍ସ ବାଣ ଫୁଟାଇ ନାଚ ଗୀତରେ ଫିଲ୍ମ ରିଲିଜକୁ ପାଳନ କରୁଥିବା ନଜର ଆସିଛନ୍ତି ।

'GOAT' ରିଲିଜ ସେଲିବ୍ରେସନ
'GOAT' ରିଲିଜ ସେଲିବ୍ରେସନ (ETV Bharat Odisha)

ଲୋକଙ୍କୁ ମାଗଣା ଖାଇବା ଏବଂ ଫିଲ୍ମ ଟିକେଟ ଦିଆଯାଇଛି

ଥାଲାପତି ବିଜୟଙ୍କ ଫିଲ୍ମ ରିଲିଜ ଅବସରରେ (vijay makkal iyakkam) ବିଜୟ ମକ୍କାଲ ଇରାକ୍କମ ସଂସ୍ଥା ପକ୍ଷରୁ ତାମିଲନାଡୁର କୁମ୍ଭକର୍ଣ୍ଣମର କାର୍ତ୍ତିକ ସିନେମା ଥିଏଟରରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ 50 ରୁ ଅଧିକ ଲୋକଙ୍କୁ ଫିଲ୍ମ ପାଇଁ ମାଗଣା ଟିକେଟ୍ ଦିଆଯାଇଛି । ଏଥିସହ ଚଳଚ୍ଚିତ୍ରର ବୃହତ ସଫଳତା ପାଇଁ 500 ଲୋକଙ୍କୁ ମାଗଣା ଖାଇବା ମଧ୍ୟ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରାଜନୀତିରେ ଜବରଦସ୍ତ ଏଣ୍ଟ୍ରି ମାରିଲେ ଅଭିନେତା ବିଜୟ ଥଲାପତି: ଉନ୍ମୋଚନ କଲେ ପାର୍ଟି TVKର ପତାକା ଓ ଚିହ୍ନ

'ଗୋଟ' ଫିଲ୍ମ ବିଷୟରେ କହିବାକୁ ଗଲେ,

'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍' ଫିଲ୍ମଟି ଭେଙ୍କଟ ପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ଥାଲାପତି ବିଜୟଙ୍କ ସହ ପ୍ରଭୁ ଦେବା, ମାଇକ ମୋହନ, ପ୍ରଶାନ୍ତ, ସ୍ନେହା, ଲେଲା, ଜୟରାମ, ଯୋଗୀ ବାବୁ ଏବଂ ମୀନାକ୍ଷୀ ଚୌଧୁରୀ ଅଭିନୟ କରିଛନ୍ତି । ଏଥିରେ ବିଜୟ ଡବଲ ରୋଲ ଅର୍ଥାତ ବିଜୟଙ୍କୁ ଏଥିରେ ବାପା ଏବଂ ପୁଅ ଉଭୟ ରୋଲରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ବିଜୟଙ୍କ ସହ ଲିଓ ସହ- ଅଭିନେତ୍ରୀ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.