ETV Bharat / entertainment

ଛାଡପତ୍ର ପରେ ଇଶା ଦେଓଲଙ୍କ କ୍ରିପ୍ଟିକ ପୋଷ୍ଟ, କହିଲେ-'କେତେ ବି ଅନ୍ଧାର ହେଉ..'

Esha Deol Shares First Pic After Divorce: ନିକଟରେ ଇଶା ଦେଓଲଙ୍କ ଛାଡପତ୍ର ହୋଇଛି । ଅଭିନେତ୍ରୀ ସ୍ୱାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହୋଇଥିବା ନିଶ୍ଚିତ କରିଥିଲେ । ତେବେ ଛାଡପତ୍ର ପରେ ବର୍ତ୍ତମାନ ସେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଛନ୍ତି ।

ଛାଡପତ୍ର ପରେ ଇଶା ଦେଓଲଙ୍କ କ୍ରିପ୍ଟିକ ପୋଷ୍ଟ, କହିଲେ-'କେତେ ବି ଅନ୍ଧାର ହେଉ....'

author img

By ETV Bharat Odisha Team

Published : Feb 22, 2024, 4:00 PM IST

ହାଇଦ୍ରାବାଦ: ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ଅଭିନେତ୍ରୀ ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ନିକଟରେ ସ୍ୱାମୀ ଭରତ ତଖତାନୀଙ୍କ ଟାରୁ ଅଲଗା ହୋଇଥିଲେ । ଦୀର୍ଘ ୧୧ ବର୍ଷ ପରେ ଉଭୟଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଛି । ଏହାରି ମଧ୍ୟରେ ବର୍ତ୍ତମାନ ସ୍ବାମୀ ଭରତଙ୍କ ଠାରୁ ଅଲଗା ହେବା ପରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି ବଲିଉଡ ଅଭିନେତ୍ରୀ ଇଶା ଦେଓଲ । ଅଭିନେତ୍ରୀଙ୍କ ଏହି ପୋଷ୍ଟରେ ଆଗକୁ ବଢିଥିବା କଥା କହିଛନ୍ତି ।ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସ ମଧ୍ୟ ତାଙ୍କୁ ଆଶ୍ୱସନା ଦେଇଛନ୍ତି ।

ଅଭିନେତ୍ରୀ ଇଶା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ଫଟୋରେ ଅଭିନେତ୍ରୀ କାରରେ ବସି ସେଲଫି ନେଇଥିବାର ନଜର ଆସିଛନ୍ତି । ଏହାକୁ ସେୟାର କରି ସେ କ୍ୟାପସନେରେ ଲେଖିଛନ୍ତି, 'କେତେ ମଧ୍ୟ ଅନ୍ଧାର ହେଉ, ସୂର୍ଯ୍ୟ ଉଦୟ ହୋଇଥାଏ ।' ଏହି ପୋଷ୍ଟ ସେୟାର ହେବା ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ତାଙ୍କୁ ଆଶ୍ୱସନା ଦେଇଛନ୍ତି । ଜଣେ ଲେଖିଛନ୍ତି, ଆପଣ ଦୁଃଖ କରନ୍ତୁ ନାହିଁ, ଆପଣ ସର୍ବଦା ସନସାଇନ ଏବଂ ସୁନ୍ଦର । ଆଉ ଜଣେ ଲେଖିଛନ୍ତି, ଆପଣଙ୍କ ଦୁଃଖ ଆପଣଙ୍କ ଆଖିରେ ଦେଖାଯାଉଛି । ମୁଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣ ସର୍ବଦା ଖୁସିରେ ରୁହନ୍ତୁ ।'

ସୂଚନା ଥାଉ କି, ଉଭୟଙ୍କ ଛାଡପତ୍ର ହୋଇଥିବା ସମ୍ପର୍କରେ ଇଶା ଏବଂ ଭରତ ମିଳିତ ବିବୃତ୍ତି ଦେଇଥିଲେ । ମିଳିତ ବିବୃତ୍ତିରେ କୁହାଯାଇଛି ଯେ, ପାରସ୍ପରିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମ ଜୀବନର ଏହି ପରିବର୍ତ୍ତନ ଦ୍ୱାରା ଆମର ଦୁଇ ଶିଶୁଙ୍କ ଉପରେ ପ୍ରଭାବ ପଡିବନି । ସେମାନଙ୍କ ହିତ ଏବଂ କଲ୍ୟାଣ ଆମ ପାଇଁ ସର୍ବଦା ଗୁରୁତ୍ବପୂର୍ଣ୍ଣ ରହିଛି ଏବଂ ରହିବ । ଆମର ଗୋପନୀୟତାକୁ ସମ୍ମାନ କରାଯାଉ ।

ଏହା ମଧ୍ୟ ପଢନ୍ତୁ: ୧୧ ବର୍ଷର ବୈବାହିକ ଜୀବନରେ ବ୍ରେକ, ଅଲଗା ହେଲେ ଇଶା-ଭରତ

କହିରଖୁଛୁ କି, ଇଶା ଦେଓଲ ଏବଂ ଭରତ ତଖତାନୀ ୨୦୧୨ରେ ବିବାହ କରିଥିବା ବେଳେ ୨୦୧୭ରେ ଉଭୟ ପ୍ରଥମ ଥର ପାଇଁ ପିତାମାତା ହୋଇଥିଲେ । ଏହି ସମୟରେ ଇଶା ନିଜ ଝିଅ ରାଧ୍ୟାଙ୍କୁ ଜନ୍ମ ଦେଇଥିଲେ । ପରେ ଏହି ଦମ୍ପତି ୨୦୧୯ରେ ଦ୍ୱିତୀୟ ଥର ପାଇଁ ମୀରାୟାଙ୍କ ପିତାମାତା ହୋଇଥିଲେ । ରାଧ୍ୟାଙ୍କୁ ୬ ବର୍ଷ ହୋଇଥିବା ବେଳେ ମୀରାୟାଙ୍କୁ ୪ ବର୍ଷ ହୋଇଛି । ଏପରି ସ୍ଥିତିରେ ଇଶା ଏବଂ ଭରତ ବର୍ତ୍ତମାନ ବିବାହର ୧୧ ବର୍ଷ ପରେ ପରସ୍ପରଠାରୁ ଅଲଗା ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରାଜନୀତିରେ ଏଣ୍ଟ୍ରି କରିବେ ଇଶା ଦେଓଲ, ହେମା ଦେଲେ ହିଣ୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.