ETV Bharat / entertainment

୧୧ ବର୍ଷର ବୈବାହିକ ଜୀବନରେ ବ୍ରେକ, ଅଲଗା ହେଲେ ଇଶା-ଭରତ

author img

By ETV Bharat Odisha Team

Published : Feb 7, 2024, 10:22 AM IST

Esha Deol and Bharat Takhtan Divorce: ସ୍ୱାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହେଲେ ଇଶା ଦେଓଲ । ଉଭୟଙ୍କ ଛାଡପତ୍ର ହୋଇଥିବା ନେଇ ଦମ୍ପତି ନିଶ୍ଚିତ କରିଛନ୍ତି । ପ୍ରାୟ ୧୧ ବର୍ଷ ପରେ ଏହି ଦମ୍ପତି ଅଲଗା ହୋଇଛନ୍ତି । ଅଧିକ ପଢନ୍ତୁ

୧୧ ବର୍ଷର ବୈବାହିକ ଜୀବନରେ ବ୍ରେକ, ଅଲଗା ହେଲେ ଇଶା-ଭରତ
୧୧ ବର୍ଷର ବୈବାହିକ ଜୀବନରେ ବ୍ରେକ, ଅଲଗା ହେଲେ ଇଶା-ଭରତ

ହାଇଦ୍ରାବାଦ: ଦୀର୍ଘ ଦିନରୁ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ଅଭିନେତ୍ରୀ ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ଏବଂ ତାଙ୍କ ସ୍ୱାମୀ ଭରତ ତଖତାନୀଙ୍କ ମଧ୍ୟରେ ଛାଡପତ୍ର ହୋଇଥିବା ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ଏହି ଦମ୍ପତି ନିଜେ ଅଲଗା ହୋଇଥିବା ନେଇ ନିଶ୍ଚିତ କରିଛନ୍ତି । ପ୍ରାୟ ୧୧ ବର୍ଷ ପରେ ଏହି ଦମ୍ପତି ଅଲଗା ହୋଇଛନ୍ତି । ଏକ ନ୍ୟୁଜ ପୋର୍ଟାଲ୍ ଅନୁଯାୟୀ, ଉଭୟଙ୍କ ଛାଡପତ୍ର ହୋଇଥିବା ସମ୍ପର୍କରେ ଇଶା ଏବଂ ଭରତ ମିଳିତ ବିବୃତ୍ତି ଦେଇଛନ୍ତି । ଯେଉଁଥିରେ ଲେଖାଅଛି, 'ଆମେ ପାରସ୍ପରିକ ସମ୍ମତି ସହ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ ।'

ମିଳିତ ବିବୃତ୍ତିରେ କୁହାଯାଇଛି ଯେ, ପାରସ୍ପରିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମ ଜୀବନର ଏହି ପରିବର୍ତ୍ତନ ଦ୍ୱାରା ଆମର ଦୁଇ ଶିଶୁଙ୍କ ଉପରେ ପ୍ରଭାବ ପଡିବନି । ସେମାନଙ୍କ ହିତ ଏବଂ କଲ୍ୟାଣ ଆମ ପାଇଁ ସର୍ବଦା ଗୁରୁତ୍ବପୂର୍ଣ୍ଣ ରହିଛି ଏବଂ ରହିବ । ଆମର ଗୋପନୀୟତାକୁ ସମ୍ମାନ କରାଯାଉ । କହିରଖୁଛୁ କି, ଇଶା ଦେଓଲ ଏବଂ ଭରତ ତଖତାନୀ ୨୦୧୨ରେ ବିବାହ କରିଥିବା ବେଳେ ବର୍ତ୍ତମାନ ବିବାହର ୧୧ ବର୍ଷ ପରେ ପରସ୍ପରଠାରୁ ଆଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜୁନ ମାସରେ ଇଶା ଏବଂ ଭାରତ ନିଜ ଏକାଦଶ ବିବାହ ବାର୍ଷିକୀ ପାଳନ କରିଥିଲେ । ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ତାଙ୍କ ସ୍ବାମୀଙ୍କୁ ଶୁଭକାମନା ଜଣାଇଥିଲେ । ସେ କ୍ୟାପସନରେ ଲେଖିଥିଲେ, ''ଅନନ୍ତକାଳ ପାଇଁ ତୁମକୁ ଏକାଦଶ ବିବାହ ବାର୍ଷିକୀ ଶୁଭେଚ୍ଛା ।'' ତେବେ ଗତ ବର୍ଷ ହେମା ମାଳିନୀଙ୍କ ଜନ୍ମଦିନରେ ଭରତଙ୍କ ଦେଖାନଥିବା ବେଳେ ଉଭୟଙ୍କ ଛାଡପତ୍ର ହେବାର କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଇଶାଙ୍କ ଜନ୍ମଦିନ ଉତ୍ସବରେ ମଧ୍ୟ ଭରତ ଯୋଗ ଦେଇନଥିଲେ ।

ଏହା ମଧ୍ୟ ପଢନ୍ତୁ: ପତ୍ନୀ ହେମା ଓ 2 ଝିଅଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର, ଇଶା ଦେଓଲ କହିଲେ ଏମିତି

୨୦୧୨ରେ ବିବାହ କରିଥିବା ବେଳେ ଇଶା ଏବଂ ଭରତ ପ୍ରଥମ ଥର ପାଇଁ ୨୦୧୭ରେ ପିତାମାତା ହୋଇଥିଲେ । ଏହି ସମୟରେ ଇଶା ନିଜ ଝିଅ ରାଧ୍ୟାଙ୍କୁ ଜନ୍ମ ଦେଇଥିଲେ । ପରେ ଏହି ଦମ୍ପତି ୨୦୧୯ରେ ଦ୍ୱିତୀୟ ଥର ପାଇଁ ମୀରାୟାଙ୍କ ପିତାମାତା ହୋଇଥିଲେ । ରାଧ୍ୟାଙ୍କୁ ୬ ବର୍ଷ ହୋଇଥିବା ବେଳେ ମୀରାୟାଙ୍କୁ ୪ ବର୍ଷ ହୋଇଛି । ଏପରି ସ୍ଥିତିରେ ଇଶା ଏବଂ ଭରତ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.