ETV Bharat / entertainment

ହସ୍ପିଟାଲରେ ଭର୍ତ୍ତି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ - Divyanka Tripathi Hospitalized

author img

By ETV Bharat Odisha Team

Published : Apr 19, 2024, 3:31 PM IST

Divyanka Tripathi Hospitalized: ପ୍ରସିଦ୍ଧ ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଗତକାଲି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଫଳରେ ଅଭିନେତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦିବ୍ୟାଙ୍କାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ସ୍ୱାମୀ ବିବେକ ଦାହିୟା ଏହି ସୂଚନା ଦେଇଛନ୍ତି ।

ହସ୍ପିଟାଲରେ ଭର୍ତ୍ତି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ

ହାଇଦ୍ରାବାଦ: ଦୁର୍ଘଟଣାର ଶିକାର ହୋଇଛନ୍ତି ପ୍ରସିଦ୍ଧ ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ । ଅଭିନେତ୍ରୀ ଗତକାଲି ଏକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ବର୍ତ୍ତମାନ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାମୀ ତଥା ଅଭିନେତା ବିବେକ ଦାହିୟା ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସୂଚନା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବିବେକ ଦାହିୟାଙ୍କ ପୋଷ୍ଟ
ବିବେକ ଦାହିୟାଙ୍କ ପୋଷ୍ଟ

ଦିବ୍ୟାଙ୍କା ତ୍ରିପାଠୀଙ୍କ ସ୍ୱାମୀ ତଥା ଅଭିନେତା ବିବେକ ଦାହିୟା ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଅପଡେଟ୍ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ କହିଛନ୍ତି ଯେ ଦିବ୍ୟାଙ୍କା କିପରି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେ ଲେଖିଛନ୍ତି, "ଦିବ୍ୟାଙ୍କା ଏବେ ସୁସ୍ଥ ଅଛନ୍ତି । ଏହି ଘଟଣା ଗତ ସନ୍ଧ୍ୟାରେ ଘଟିଥିଲା, ଯେଉଁଠାରେ ସେ ଉଚ୍ଚତାରୁ ଖସିପଡିଥିଲେ, ଯେଉଁଥିପାଇଁ ତାଙ୍କ ଦୁଇ ହାତର ହାଡ ଭାଙ୍ଗିଯାଇଛି । ଡାକ୍ତର ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ପ୍ରଶଂସକ ଏବଂ ଗଣମାଧ୍ୟମଙ୍କୁ ଧନ୍ୟବାଦ ଯିଏ ଏତେ ଭଲପାଇବା ଦେଇଛନ୍ତି ।''

ସେପଟେ ଅଭିନେତା ବିବେକ ତାଙ୍କ ଲାଇଭ ଶୋ' ସ୍ଥଗିତ ରଖିଛନ୍ତି । ବିବେକଙ୍କ ଟିମ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଆମେ ଘୋଷଣା କରି ଦୁଃଖିତ ଯେ ଆସନ୍ତାକାଲି ପାଇଁ ବିବେକଙ୍କର ଲାଇଭ୍ ଅଧିବେଶନ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏକ ଦୁର୍ଘଟଣାର ଶିକାର ହୋଇ ଦିବ୍ୟାଙ୍କା ବର୍ତ୍ତମାନ ଚିକିତ୍ସାଧୀନ ରହିଥିବା ବେଳେ ବିବେକ ତାଙ୍କ ପାଖରେ ରହିଛନ୍ତି । ଆମେ ଆପଣଙ୍କ ବୁଝାମଣାକୁ ପ୍ରଶଂସା କରୁଛୁ ଏବଂ ଦିବ୍ୟାଙ୍କାଙ୍କୁ ଶୀଘ୍ର ସୁସ୍ଥତା କାମନା କରିବାକୁ ଅପିଲ କରୁଛୁ ।''

ଏହା ମଧ୍ୟ ପଢନ୍ତୁ: ସ୍ବାମୀ ବିବେକଙ୍କ ଜନ୍ମଦିନରେ ଦିବ୍ୟାଙ୍କାଙ୍କ ରୋମାଣ୍ଟିକ ପୋଷ୍ଟ

କହିରଖୁଛୁ ଯେ, ଦିବ୍ୟାଙ୍କା ନିଜ କ୍ୟାରିୟରର ଆରମ୍ଭ GTVର ଏକ ସୋ ‘ବନୁ ମେଁ ତେରି ଦୁଲ୍‌ହନ’ ରୁ କରିଥିଲେ । ଏହି ସୋରେ ତାଙ୍କ କୋ-ଷ୍ଟାର ଶରଦ ମଲହୋତ୍ରା ଥିଲେ । ଆଉ ଏହି ସିରିଏଲ ମାଧ୍ୟମରେ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଗଢି ଉଠିଥିଲା । ଦୁଇ ୮ ବର୍ଷ ସମ୍ପର୍କରେ ରହିବା ପରେ ୨୦୧୫ ରେ ଦୁଇ ଜଣଙ୍କର ବ୍ରେକଅପ ହୋଇଯାଇଥିଲା । ଏହାପରେ ଦିବ୍ୟାଙ୍କା ‘ୟେ ହେ ମୋହବତେଁ’ ସିରିଏଲରେ ବିବେକ ଦାହିୟାଙ୍କ ସହ ଦେଖାହୋଇଥିଲା । ଏହି ସୋ ମାଧ୍ୟମରେ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଗଢି ଉଠିଲା ଏବଂ ଏହାପରେ ଦୁଇ ଜଣ ୮ ଜୁଲାଇ ୨୦୧୬ରେ ବିବାହ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.