ETV Bharat / entertainment

ଓସ୍କାର ଲାଇବ୍ରେରୀରେ ଧନୁଷଙ୍କ ଫିଲ୍ମ 'ରାୟନ', ପୂର୍ବରୁ ଏହି ଭାରତୀୟ ଫିଲ୍ମ ହୋଇସାରିଛି ସାମିଲ - Raayan In Oscars Library

author img

By ETV Bharat Odisha Team

Published : Aug 2, 2024, 7:00 PM IST

Raayan In Oscars Library: ନିକଟରେ ରିଲିଜ୍ ହୋଇଥିବା ସାଉଥ ଅଭିନେତା ଧନୁଷ ଷ୍ଟାରରଙ୍କ ଚଳଚ୍ଚିତ୍ର 'ରାୟନ୍' ବକ୍ସ ଅଫିସରେ ଧମାକା କରିଛି । ଫିଲ୍ମ ଲୋକଙ୍କଠାରୁ ପ୍ରଶଂସା ସାଉଁଟିବା ପରେ ଏବେ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ଆଉ ଏକ ସଫଳତା ହାସଲ କରିଛି । ଅଧିକ ପଢନ୍ତୁ,

ଓସ୍କାର ଲାଇବ୍ରେରୀରେ ଧନୁଷଙ୍କ ଫିଲ୍ମ 'ରାୟନ', ପୂର୍ବରୁ ଏହି ଭାରତୀୟ ଫିଲ୍ମ ହୋଇସାରିଛି ସାମିଲ
ଓସ୍କାର ଲାଇବ୍ରେରୀରେ ଧନୁଷଙ୍କ ଫିଲ୍ମ 'ରାୟନ', ପୂର୍ବରୁ ଏହି ଭାରତୀୟ ଫିଲ୍ମ ହୋଇସାରିଛି ସାମିଲ (Movie Poster)

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଧନୁଷ ଆଜିକାଲି ତାଙ୍କ ଆକ୍ସନ୍-ପ୍ୟାକ୍ ହୋଇଥିବା ଚଳଚ୍ଚିତ୍ର 'ରାୟନ' ସହ ଶିରୋନାମାରେ ରହିଛନ୍ତି। ଫିଲ୍ମଟି ଚଳିତ ଜୁଲାଇ ୨୬ରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିବା ବେଳେ ଲୋକଙ୍କ ମନ ଜିତିବା ସହ ବକ୍ସ ଅଫିସରେ ବମ୍ପର କଲେକ୍ସନ କରୁଛି । ଫିଲ୍ମ ବର୍ତ୍ତମାନ ବିଶ୍ୱରେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିଛି । ଏହିପରି ଫିଲ୍ମ ଲୋକପ୍ରିୟତା ସହ ଏବେ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ଆଉ ଏକ ସଫଳତା ହାସଲ କରିଛି । ଫିଲ୍ମ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ରେକର୍ଡ ସୃଷ୍ଟି କରିଛି ।

ଓସ୍କାର ଲାଇବ୍ରେରୀରେ 'ରାୟନ'

ଆଜି, ଅଗଷ୍ଟ ୨ ରେ, ରିୟାନ୍ ରିଲିଜର ୮ମ ଦିନ ଚାଲିଥିବା ବେଳେ ଫିଲ୍ମ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ରେକର୍ଡ ସୃଷ୍ଟି କରିଛି । ଫିଲ୍ମ 'ରିୟାନ'ର ନିର୍ମାତା ସନ୍ ପିକ୍ଚର୍ସ ଧନୁଷଙ୍କ ପ୍ରଶଂସକଙ୍କ ପାଇଁ ଏହି ଖୁସି ଖବର ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ନିର୍ମାତା ଲେଖିଛନ୍ତି, 'ରାୟନ' ସ୍କ୍ରିନ୍ ଫ୍ଲେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଲାଇବ୍ରେରୀରେ ସ୍ଥାନ ପାଇଛି । ଏହା ସହ ସେ ଲେଖିଛନ୍ତି, ବର୍ତ୍ତମାନ ଫିଲ୍ମ ନିକଟସ୍ଥ ପ୍ରେକ୍ଷାଳୟରେ ଦେଖିପାରିବେ ।

'ରାୟନ'ବକ୍ସ ଅଫିସ କଲେକ୍ସନ

'ରାୟନ୍' 16.50 କୋଟି ଟଙ୍କା ସହ ଓପନିଂ କରିଥିଲା । ଦ୍ୱିତୀୟ ଦିନରେ 16.75 କୋଟି, ତୃତୀୟ ଦିନରେ 18.75 କୋଟି, ଚତୁର୍ଥ ଦିନରେ 7 କୋଟି, ପଞ୍ଚମ ଦିନରେ 5.75 କୋଟି, ଷଷ୍ଠ ଦିନରେ 5 କୋଟି ଏବଂ ସପ୍ତମ ଦିନରେ 4.25 କୋଟି ଟଙ୍କା ରୋଜଗାର କରିଛି । ଗୋଟିଏ ସପ୍ତାହରେ 'ରାୟନ'ର ମୋଟ ସଂଗ୍ରହ 74 କୋଟି ଟଙ୍କା ହୋଇଛି । ଏହି ଫିଲ୍ମ ତାମିଲରେ ମୋଟ 49 କୋଟି, ଆନ୍ଧ୍ରପ୍ରଦେଶ / ତେଲେଙ୍ଗାନାରେ 11 କୋଟି, କର୍ଣ୍ଣାଟକରେ 7 କୋଟି, କେରଳରେ 4.50 କୋଟି ଟଙ୍କା ସଂଗ୍ରହ କରିବା ବ୍ୟତୀତ ସମଗ୍ର ଭାରତରେ 2.50 କୋଟି ଟଙ୍କା କଲେକ୍ସନ କରିଛି। ଏଥିସହ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି ।

'ରିୟାନ'ର ନିର୍ଦ୍ଦେଶନା ଦେଇଛନ୍ତି ନିଜେ ଧନୁଷ

ଧନୁଷ ଏହି ଫିଲ୍ମକୁ ଲେଖିବା ସହ ନିଜେ ନିର୍ଦ୍ଦେଶନା ଦେଇଛନ୍ତି। ଏଥିସହ ସେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । 'ପା ପାଣ୍ଡି' ପରେ 'ରାୟନ୍' ଧନୁଷଙ୍କର ଦ୍ୱିତୀୟ ନିର୍ଦ୍ଦେଶିତ ଫିଲ୍ମ । ଏଥିରେ ଏ ଆର ରେହମାନ ଏହି ଚଳଚ୍ଚିତ୍ରର ସଂଗୀତ ରଚନା କରିଛନ୍ତି । କାଳିଦାସ ଏବଂ ସନ୍ଦୀପ ରୟାନଙ୍କ ଭାଇ ଭୂମିକାରେ ଅଭିନୟ କରୁଥିବାବେଳେ ଦୁଶାରା ତାଙ୍କ ଭଉଣୀ ଭୂମିକାରେ ଅଭିନୟ କରିଛନ୍ତି ।

ଏହି ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ଓସ୍କାର ଲାଇବ୍ରେରୀରେ ସାମିଲ ହୋଇସାରିଛି

'ରାୟନ' ପୂର୍ବରୁ ଅନେକ ଭାରତୀୟ ଚଳଚ୍ଚିତ୍ର ଏହାକୁ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଛନ୍ତି । ଏଥିମଧ୍ୟରେ ମନୋଜ ବାଜପେୟୀଙ୍କ ଜୋରାମ, ହ୍ରିତିକ ରୋଶନଙ୍କ ଗୁଜାରିଶ, ଫରହାନ ଅଖତରଙ୍କ ରକ୍ ଅନ୍, ଶାହାରୁଖ ଖାନଙ୍କ ଚକ ଦେ ଇଣ୍ଡିଆ ଏବଂ ଦେବଦାସ, କପିଲ ଶର୍ମାଙ୍କ ଜ୍ୱିଗାଟୋ ଅନ୍ତର୍ଭୁକ୍ତ।

ଏହା ମଧ୍ୟ ପଢନ୍ତୁ: 'କୁବେର' ସହ ଫେରୁଛନ୍ତି ଧନୁଷ, ଗୋଟିଏ ସିନ ପାଇଁ ଅଳିଆ ଗଦା ସାମ୍ନାରେ କରିଥିଲେ ୧୦ ଘଣ୍ଟାର ସୁଟିଂ

ଓସ୍କାର ଲାଇବ୍ରେରୀରେ ଥିବା ଅନ୍ୟ ଭାରତୀୟ ଚଳଚ୍ଚିତ୍ର:-

  • କଭି ଅଲବିଦା ନା କେହେନା (ଶାହରୁଖ ଖାନ)
  • ଆକ୍ସନ୍ ରିପ୍ଲେ (ଅକ୍ଷୟ କୁମାର)
  • ରାଜନୀତି (ରଣବୀର କପୁର ଏବଂ କ୍ୟାଟ୍ରିନା କୈଫ)
  • ଦ ଭ୍ୟାକ୍ସିନ ୱାର (ବିବେକ ଅଗ୍ନିହୋତ୍ରୀ)
  • ଆର ... ରାଜକୁମାର (ସାହିଦ କପୁର)
  • ହାପି ନ୍ୟୁ ୟର (ଶାହାରୁଖ ଖାନ)
  • ସଲାମ ନମସ୍ତେ (ସୈଫ ଅଲି ଖାନ)
  • ଯୁବରାଜ (ସଲମାନ ଖାନ)
  • ବେବି (ଅକ୍ଷୟ କୁମାର)

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.