ETV Bharat / entertainment

Deepika Padukone: ଆସିଲା ଗୁଡ୍ ନ୍ୟୁଜ୍, ମାଆ ହେଲେ ଦୀପିକା ପାଦୁକୋନ, ରଣଭୀରଙ୍କ ଘରକୁ ଆସିଲେ ଲକ୍ଷ୍ମୀ - RANVEER SINGH DEEPIKA BABY GIRL

author img

By ETV Bharat Entertainment Team

Published : Sep 8, 2024, 1:29 PM IST

Ranveer-Deepika Becomes Parents: ଅପେକ୍ଷାର ହେଲା ଅନ୍ତ । ଗୁଡ୍ ନ୍ୟୁଜ୍ ଦେଲେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ । ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ଅଭିନେତ୍ରୀ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ଦୀପିକା । ଅଭିନେତ୍ରୀ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।

Deepika Padukone: ଆସିଲା ଗୁଡ୍ ନ୍ୟୁଜ୍ ! ମାଆ ହେଲେ ଦୀପିକା ପାଦୁକୋନ, ରଣଭୀରଙ୍କ ଘରକୁ ଆସିଲେ ଲକ୍ଷ୍ମୀ
Deepika Padukone: ଆସିଲା ଗୁଡ୍ ନ୍ୟୁଜ୍ ! ମାଆ ହେଲେ ଦୀପିକା ପାଦୁକୋନ, ରଣଭୀରଙ୍କ ଘରକୁ ଆସିଲେ ଲକ୍ଷ୍ମୀ (ETV Bharat Odisha)

ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ଘରକୁ ଆସିଲେ ନୂଆ ଅତିଥି । ଅଭିନେତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ଖୁସି ଖବର ଦେଇଛନ୍ତି ଦୀପିକା । ଦମ୍ପତିଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି । ଦୀପିକା ପାଦୁକୋନଙ୍କୁ 7 ସେପ୍ଟେମ୍ବରରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଆସିଥିଲା । ଏହା ଶୁଣି ସେବେଠାରୁ ପ୍ରଶଂସକମାନେ ଉତ୍ସାହର ସହ ଏହି ଖବରକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଦୀପଭୀର ଏକ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି । ସୋସିଆଲ ମିଡିଆରେ ଏନେଇ ଦେଲେ ସୂଚନା ।

ଶିଶୁ କନ୍ୟା ଜନ୍ମ ଦେଲେ ଦୀପିକା

ବଲିଉଡ ସୁପରଷ୍ଟାର ଦୀପିକା ପାଦୁକୋନ ଏବଂ ତାଙ୍କ ସ୍ୱାମୀ ରଣଭୀର ସିଂ ଏକ ଶିଶୁ କନ୍ୟାଙ୍କର ପିତାମାତା ହୋଇଛନ୍ତି । ଦୀପିକା ଏକ ଝିଅ ଜନ୍ମ ଦେଇଛନ୍ତି । ଦୀପିକା ଏବଂ ରଣଭୀର ନିଜ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି । ସେପ୍ଟେମ୍ୱର 9, 2024 ଘରକୁ କୁନି ଝିଅ ଆସିଛନ୍ତି । ଏହା ସେୟାର କରିବାର 10 ମିନିଟ ନ ହେଉଣୁ 4 ଲକ୍ଷରୁ ଅଧିକ ଲୋକ ଲାଇକ କରିବା ସହ ଫ୍ୟାନ୍ସଙ୍କ ଠାରୁ ସେଲିବ୍ରିଟି ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଲିଆ ଭଟ୍ଟଙ୍କ ଠାରୁ ଗୋହର ଖାନ ଯାଏଁ ସମସ୍ତ ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

ସୂଚନା ଥାଉ କି, ଶନିବାର ଦିନ ଏହି ଅଭିନେତ୍ରୀଙ୍କୁ ମୁମ୍ବାଇର ଏଚ. ଏନ ରିଲାଏନ୍ସ ହସ୍ପିଟାଲରେ ଦେଖାଯାଇଥିଲା । ସେମାନଙ୍କର ପ୍ରସବ ପୂର୍ବରୁ ଶୁକ୍ରବାର ଦିନ ଦୁହେଁ ନିଜ ପରିବାର ସହ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର ପରିଦର୍ଶନ କରିଥିଲେ । ତେବେ ଗଣେଶ ପୂଜା ପରଦିନ ଅର୍ଥାତ୍ ଆଜି ମାଆ ହୋଇଛନ୍ତି ଦୀପିକା । ରଣଭୀରଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି ।

ପ୍ରେଗନ୍ସି ପାଇଁ ଟ୍ରୋଲ ହୋଇଥିଲେ ଦୀପିକା

ସୂଚନା ଅନୁସାରେ, ଦୀପିକା ପ୍ରେଗନ୍ସି ପରେ ଅନେକ ଇଭେଣ୍ଟରେ ନଜର ଆସିଥିଲେ । ସେହି ସମୟରେ ସେ ହଲ୍ ପିନ୍ଧିଥିବାର ନଜର ଆସିଥିଲେ । ଯାହାକୁ ଦେଖି ଅନେକ ତାଙ୍କୁ ମିଛ ପ୍ରେଗନ୍ସି ନେଇ ଟ୍ରୋଲ କରିଥିଲେ । ଏହା ପରେ ନିକଟରେ ଦୀପିକା ପାଦୁକୋନ୍ ମେଟରନିଟି ଫଟୋସୁଟ କରାଇଥିଲେ । ଯେଉଁଥିରେ ଦୀପିକାଙ୍କ ସହ ରଣଭୀର ସିଂଙ୍କୁ ମଧ୍ୟ କିଛି ଫଟୋରେ ଦେଖିବାକୁ ମିଳିଥିଲା ଏବଂ ଅଭିନେତ୍ରୀ ତାଙ୍କ ବେବି ବମ୍ପ ଲୁକରେ ନଜର ଆସିଥିଲେ । ଏହି ଫଟୋଗୁଡିକ ମାଧ୍ୟମରେ ଅଭିନେତ୍ରୀ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଏହି ମାସରେ ମାଆ ହେବେ ଦୀପିକା; ବେବି ବମ୍ପ ସହ କଲେ ମେଟରନିଟି ଫଟୋସୁଟ୍, ରଣଭୀର ବି ଆସିଲେ ନଜର

ବିବାହର ୬ବର୍ଷ ପରେ ମାଆ ହେଲେ ଦୀପିକା

ବିବାହର ୬ ବର୍ଷ ପରେ ପିତାମାତା ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ରଣଭୀର ଏବଂ ଦୀପିକା ମଧ୍ୟରେ ପ୍ରେମସମ୍ପର୍କ ୨୦୧୨ରେ ଆରମ୍ଭ ହୋଇଥିଲା । ଦୀର୍ଘ ବର୍ଷର ଡେଟିଂ ପରେ ଏହି ଦମ୍ପତି ନଭେମ୍ୱର 14, ୨୦୧୮ରେ ବିବାହ କରିଥିଲେ । ବିବାହର ୬ବର୍ଷ ପରେ ପିତାମାତା ହୋଇଛନ୍ତି ଦୀପଭୀର । ଉଭୟ ଚଳିତ ଫେବୃଆରୀରେ ପିତାମାତା ହେବା ଖୁସି ଖବର ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ସେପ୍ଟେମ୍ୱରରେ କୁନି ଅତିଥି ଆସିବେ ବୋଲି ମଧ୍ୟ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.