ETV Bharat / entertainment

ଫିଲ୍ମ ଫ୍ରାଇଡେରେ ‘ଭଗିଆ ଭାରିଯା’ ରିଲିଜ, ଦେଖିବାକୁ ମିଳିଲା ହର-ଦେବଯାନୀଙ୍କ କେମେଷ୍ଟ୍ରି - odia film bhagia bharija release

Odia Film Bhagia Bharija Release: ଫିଲ୍ମ ଫ୍ରାଇଡେ ଅର୍ଥାତ୍ ଆଜି, ଅଗଷ୍ଟ ୯ରେ ସାରା ରାଜ୍ୟରେ ମୁକ୍ତିଲାଭ କଲା ‘ଭଗିଆ ଭାରିଯା’ । ଓଡ଼ିଆ ମୌଳିକ କାହାଣୀ ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମ ଦେଖିବାକୁ ପ୍ରେକ୍ଷାଳୟରେ ଜମୁଛି ଭିଡ଼ । ଅଧିକ ପଢନ୍ତୁ,

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ‘ଭଗିଆ ଭାରିଯା’, ଦେଖିବାକୁ ମିଳିଲା ହର-ଦେବଯାନୀଙ୍କ କେମେଷ୍ଟ୍ରି
ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ‘ଭଗିଆ ଭାରିଯା’, ଦେଖିବାକୁ ମିଳିଲା ହର-ଦେବଯାନୀଙ୍କ କେମେଷ୍ଟ୍ରି (ETV Bharat Odisha)
author img

By ETV Bharat Odisha Team

Published : Aug 9, 2024, 7:42 PM IST

ଭୁବନେଶ୍ୱର: ଫିଲ୍ମ ଫ୍ରାଇଡେରେ ଫିଲ୍ମ ଫ୍ରାଇଡେ ଅର୍ଥାତ୍ ଆଜି, ଅଗଷ୍ଟ ୯ରେ ସାରା ରାଜ୍ୟରେ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ ‘ଭଗିଆ ଭାରିଯା’ । ସ୍ୱାମୀ ସ୍ତ୍ରୀ ସମ୍ପର୍କ ଭିତରେ ଥିବା ଦୃଢ଼ ଆତ୍ମବିଶ୍ବାସ ସହ ଓଡ଼ିଆ ମୌଳିକ କାହାଣୀ ଉପରେ ଆଧାରିତ ହୋଇଥିବା ଏହି ଚଳଚିତ୍ରରେ ଓଡ଼ିଆ ମାଟି, ପାଣି ଓ ପବନର ଛାପ ଦେଖିବାକୁ ମିଳିଛି । ଚଳଚ୍ଚିତ୍ରଟି ଆଜିକାଲି ସମାଜର ଘଟଣା ଉପରେ ପର୍ଯ୍ୟବେସିତ । ଓଡ଼ିଆରେ ମୌଳିକ ସିନେମା ହେଉନାହିଁ ବୋଲି ଯେଉଁମାନେ ଅଭିଯୋଗ କରୁଛନ୍ତି ଏହି ମୌଳିକ କାହାଣୀଟି ‘ଭଗିଆ ଭାରିଯା’ ସେମାନେ ନିଶ୍ଚିତ ଭାବେ ଦେଖିବା ପାଇଁ ଅନୁରୋଧ କରିଛନ୍ତି ଅଭିନେତା ବା ପ୍ରଯୋଜକ ହରିହର ମହାପାତ୍ର ।

ଭଗିଆ ଭାରିଯା (ETV Bharat Odisha)

'ଭଗିଆ ଭାରିଯା' ଷ୍ଟାରକାଷ୍ଟ
ତେବେ ନାୟକ ଭାବେ ହରିହର ମହାପାତ୍ର ରହିଥିବା ବେଳେ ନାୟିକା ଦେବଯାନୀଙ୍କ ସହ ଅନ୍ୟ ଭୂମିକାରେ ବବି ମିଶ୍ର ଓ ପୁପିନ୍ଦର ରହିଥିବା ବେଳେ କିନ୍ନର ଭୂମିକାରେ ନଜର ଆସିଛନ୍ତି । ହରିହର ମହାପାତ୍ରଙ୍କ ସହ ଡ. ଭୀଷ୍ମ ରଥ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଥିବା ବେଳେ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ରହିଛନ୍ତି । କାହାଣୀ ମଧ୍ୟ ହରିହର ମହାପାତ୍ର ଲେଖିଥିବା ବେଳେ ଗୀତିକାର ଅରୁଣମନ୍ତ୍ରୀ ଓ ସ୍ୱର ସଜେଇଛନ୍ତି ମଳୟ ମିଶ୍ର । ଡିଓପିରେ ମୁମ୍ବାଇରେ ରହୁଥିବା ଓଡ଼ିଆ କ୍ୟାମେରାମ୍ୟାନ୍ ମାନସ ମିଶ୍ର ଥିବା ବେଳେ ସମ୍ପାଦନାରେ ଅଛନ୍ତି ରାଜେଶ ଦାଶ । ଏହି ଫିଲ୍ମ ହରିବୋଲ ଏଣ୍ଟରଟେନମେଣ୍ଟ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ନିର୍ମିତ ।

'ଭଗିଆ ଭାରିଯା' ଫିଲ୍ମର କାହାଣୀ

ଚଳଚ୍ଚିତ୍ରଟି ଏକ ନିଛକ କାହାଣୀକୁ ନେଇ ନିର୍ମିତ ହେଉଥିବା ବେଳେ ଯୁଗ ସହ କିଭଳି ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କ ବଦଳେ ଓ ଜଣେ ଜଣଙ୍କୁ ସମର୍ଥନ କରି ସଂସାରକୁ ଆଗେଇ ନିଅନ୍ତି ଆଉ ଉଭୟ ଉଭୟଙ୍କ କାର୍ଯ୍ୟକୁ ମଧ୍ୟ ସଫଳ କରନ୍ତି ତାହାହିଁ ଏଥିରେ ଦେଖିବାକୁ ମିଳିବ । ସ୍ତ୍ରୀର ସ୍ୱପ୍ନ ପୂରଣ କରିବାକୁ ଯାଇ ସ୍ୱାମୀଟି କିପରି ସଂଘର୍ଷ କରୁଛି ଆଉ ସ୍ତ୍ରୀ ଟିଏ ମଧ୍ୟ ନିଜର ସ୍ବପ୍ନ ପୁରଣ ପାଇଁ କିଭଳି ସଂଘର୍ଷର କରୁଛି ତାହା ହିଁ ଚଳଚ୍ଚିତ୍ରରେ ଚିତ୍ରିତ ହୋଇଛି । ଆଜିକାଲି ରିଲ୍ସ ନେଇ ସୋସିଆଲ ମିଡିଆରେ ଛାଡ଼ିବା ଏକ ଫ୍ୟାସନ ହେଇଗଲାଣି । ଏଥିରେ ମାତି ଖରାପ ବାର୍ତ୍ତା ଦେଉଛନ୍ତି ତାହା ନୁହେଁ, ଅନେକ ଭଲ ବାର୍ତ୍ତା ବି ଦେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ରିଲ୍ ଡ୍ରାଇଭର ଚଳାଇଲେ ରିୟଲ ଅଟୋ, ହେଲେ କାହିଁକି ?

'ପରିବାର ସହ ସବୁ ବର୍ଗର ଲୋକେ ଏହି ଫିଲ୍ମ ଦେଖିବାକୁ ଅନୁରୋଧ'

ଏକ ନିପଟ ମଫସଲରେ ରହୁଥିବା ଅଟୋ ଚାଳକ ଭଗିଆର ଭାରିଯାକୁ ଏହି ନିଶା ଘାରିଛି । ରିଲ୍ସ୍ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି ପାଇଁ ସେ ଲକ୍ଷ୍ୟ ରଖିଛି । ହେଲେ ସେ ଲକ୍ଷ୍ୟ କେବେ ପୂରଣ ହେଉଛି ନା ସଂଘର୍ଷର କ୍ଷତି ପଥରରେ କଷି ହୋଇ ସେ ହାରିଯାଉଛି ତାହା ଏଥିରେ ଦେଖୁବାକୁ ପାଇବେ ଦର୍ଶକ । ଜଣେ ଅଟୋଚାଳକଙ୍କ ସଂଘର୍ଷ ଓ ପାରିବାର ସମର୍ଥନ ବି ଏଥିରେ ଥିବାରୁ ସମାଜକୁ ଏକ ନିଆରା ବାର୍ତ୍ତା ଦେଇଛି ବୋଲି ଦର୍ଶକ କହିଛନ୍ତି । ଏହାସହ ପୁପିନ୍ଦରଙ୍କର କିନ୍ନର ଭୂମିକାରେ ଏକ ସକାରାତ୍ମକ ଚରିତ୍ରରେ ଅଭିନୟ କରିଥିବା ବେଳେ ଏହା କିନ୍ନର ସମାଜ ପାଇଁ ଭଲ ବାର୍ତ୍ତା ବହନ କରୁଛି ବୋଲି କହିଛନ୍ତି କିନ୍ନର ମେଘନା ସାହୁ । ତେବେ ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସିନେମାରେ ମନୋରଞ୍ଜନର ଭରପୁର ଉପାଦାନ ରହିଛି । ତେଣୁ ପରିବାର ସହ ଆସି ସିନେମାରେ ଥିବା ମନୋରଞ୍ଜନ ସହ ନିଛକ କାହାଣୀଟିକୁ ଦର୍ଶକ ଦେଖନ୍ତୁ ଓ ତାଙ୍କ ମତ ଦିଅନ୍ତୁ ବୋଲି କହିଛନ୍ତି ହରିହର ମହାପାତ୍ର ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.