ETV Bharat / entertainment

ପ୍ରଥମ ଥର ପାଇଁ ମୁମ୍ବାଇରେ ନିକ ଜୋନାସ ବଦର୍ସଙ୍କ କନସର୍ଟ; ଭିଣେଇଙ୍କୁ ଚିଅରଅପ କଲେ ତାପସୀ - ନିକ ଜୋନାସଙ୍କ କନସର୍ଟ

Nick Jonas in Mumbai: ପ୍ରଥମ ଥର ପାଇଁ ଭାରତରେ ଜୋନାସ ବଦର୍ସଙ୍କ କନସର୍ଟ ଆୟୋଜିତ ହୋଇଥିଲା । ଏଥିରେ ନିକ ଜୋନାସ ନିଜ ଭାଇମାନଙ୍କ ସହ ଦମଦାର ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିଛନ୍ତି । ଏହି କାର୍ଯ୍ୟକ୍ରମରେ ତାପସୀ ପନ୍ନୁ ସାମିଲ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଝଲକ ଦେଖାଇଛନ୍ତି ।

ପ୍ରଥମ ଥର ପାଇଁ ମୁମ୍ବାଇରେ ନିକ ଜୋନାସ ବଦର୍ସଙ୍କ କନସର୍ଟ; ଭିଣୋଇଙ୍କୁ ଚିଅରଅପ କଲେ ତାପସୀ

author img

By ETV Bharat Odisha Team

Published : Jan 28, 2024, 12:13 PM IST

ହାଇଦ୍ରାବାଦ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ଆମେରିକୀୟ ଗାୟକ ନିକ ଜୋନାସ ନିଜ ଭାଇମାନଙ୍କ ସହ ପ୍ରଥମ ଥର ପାଇଁ ଭାରତରେ ଫରଫର୍ମ କରିଛନ୍ତି । ଶନିବାର ଆୟୋଜିତ ଲୋଲାପାଲୋଜା ଇଣ୍ଡିଆ ୨୦୨୪ରେ ଦମଦାର ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିଛନ୍ତି ନିକ ଜୋନାସ । ଏହି ସମୟରେ ଜୋନାସ ବଦର୍ସଙ୍କୁ ଜୋରଦାର ସ୍ବାଗତ କରାଯାଇଥିବା ବେଳେ 'ଜିଜୁ ଜିଜୁ' ନାରାରେ କମ୍ପିଥିଲା ଶୋ'ର ମାହୋଲ । ସେପଟେ ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ସାମିଲ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏହାର ଝଲକ ଦେଖାଇଛନ୍ତି ।

ତାପସୀ ପନ୍ନୁଙ୍କ ପୋଷ୍ଟ
ତାପସୀ ପନ୍ନୁଙ୍କ ପୋଷ୍ଟ

ମୁମ୍ବାଇରେ ଲୋଲାପାଲୋଜା କନସର୍ଟ ଆୟୋଜିତ ହୋଇଥିଲା, ଯେଉଁଥିରେ ନିକ ନିଜ ଭାଇ କେଭିନ ଏବଂ ଜୋଙ୍କ ସହ ଦମଦାର ଫରଫର୍ମ କରିଛନ୍ତି । ଏହି ସମୟରେ ଜୋ ଏବଂ କେଭିନ ନିକଙ୍କୁ 'ଭିଣୋଇ' ଭାବରେ ପରିଚିତ କରାଇଥିଲେ । ଏହା ପରେ 'ଜିଜୁ ଜିଜୁ' ନାରାରେ କମ୍ପିଥିଲା ଶୋ'ର ମାହୋଲ । ମ୍ୟୁଜିକ୍ କନସର୍ଟର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଭିଡିଓରେ ନିକ ୟେଲୋ ଆଉଟଫିଟରେ ନଜର ଆସିଛନ୍ତି । ଶୋ'ରେ ନିକ ବିଦେଶୀ ଗୀତ ଗାଇବା ସହ ଲୋକପ୍ରିୟ ଗାୟକ କିଙ୍ଗଙ୍କ ସହ 'ତୁ ମାନ ମେରି ଜାନ' ଗାଇ ଭାରତୀୟ ଫ୍ୟାନ୍ସଙ୍କୁ ଉତ୍ସାହିତ କରିଥିବା ନଜର ଆସିଛନ୍ତି ।

ସେହିପରି ଅଭିନେତ୍ରୀ ତାପସୀ ପନ୍ନୁ ଏଥିରେ ସାମିଲ ହୋଇଥିବା ବେଳେ ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କନସର୍ଟର ଝଲକ ସେୟାର କରିଛନ୍ତି । ଏକ ଡେନିମ୍ ଜମ୍ପସୁଟରେ ଷ୍ଟାଇଲିସ୍ ଲୁକରେ ନଜର ଆସିଛନ୍ତି ତାପସୀ । ସେ ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ମଞ୍ଚ ଉପରେ ଭିଣୋଇ ଅଛନ୍ତି ।' ସୂଚନା ଥାଉ କି, ପ୍ରିୟଙ୍କା ଚୋପ୍ରା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ ।

ଏହା ମଧ୍ୟ ପଢନ୍ତୁ: ଶ୍ବଶୁର ଘରେ ବିଦେଶୀ ଜ୍ବାଇଁ, ପ୍ରଥମ ଥର ପାଇଁ ଭାରତରେ କରିବେ ଶୋ'

ନିକ୍ ତାଙ୍କର ମୁମ୍ବାଇ କନସର୍ଟକୁ ଏକ ମଜାଳିଆ ଢଙ୍ଗରେ ଆରମ୍ଭ କରିଥିଲେ । ୨୦୧୮ରେ ପ୍ରିୟଙ୍କାଙ୍କ ସହ ତାଙ୍କ ବିବାହର ପୁରୁଣା ସ୍ମୃତିକୁ ମନେ ପକାଇ ସେ କହିଛନ୍ତି, 'ଏହା ଭାରତରେ ମୋର ପ୍ରଥମ ପ୍ରଦର୍ଶନ । ମ୍ୟୁଜିକର କିଛି ଗଣନା ନାହିଁ । ଏହା ପରେ ନିକ କହିଛନ୍ତି, "ଗୋଟିଏ ପରିବାର ଭାବରେ ଆମର ଦେଶ ସହ ଆମର ଗଭୀର ସମ୍ପର୍କ ଅଛି । ଆମ ସହ ରହିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।" ଏହି କନସର୍ଟ ପରେ ଜୋନାସ୍ ବ୍ରଦର୍ସଙ୍କୁ ନତାଶା ପୁନାୱାଲାଙ୍କ ପାର୍ଟିରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ସୋନମ କପୁର, ଆନନ୍ଦ ଆହୁଜା ଏବଂ ମଲାଇକା ଆରୋରା, ମାଧୁରୀ ଦିକ୍ଷୀତଙ୍କ ପରି ସେଲିବ୍ରିଟିଙ୍କ ସହ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.