ETV Bharat / entertainment

ରଶ୍ମିକା ମନ୍ଦାନା ଡିପଫେକ୍‌ ମାମଲା, ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ଦିଲ୍ଲୀ ପୋଲିସ

Rashmika Mandanna Deepfake Video Case: ରଶ୍ମିକା ମନ୍ଦାନା ଡିପଫେକ୍‌ ମାମଲାରେ ଦିଲ୍ଲୀ ପୋଲିସକୁ ସଫଳତା । ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 20, 2024, 5:13 PM IST

Rashmika Mandanna Deepfake Video
ରଶ୍ମିକା ମନ୍ଦାନା ଡିପଫେକ୍‌ ମାମଲା

ହାଇଦ୍ରାବାଦ: ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ମାମଲାରେ ଜଣକୁ ବାନ୍ଧିଲା ଦିଲ୍ଲୀ ପୋଲିସ । IFSO ୟୁନିଟ୍ ଡିସିପି ହେମନ୍ତ ତିୱାରୀ ଏନେଇ ସୂଚନା ଦେଇଛନ୍ତି । ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ତିଆରି କରିବାରେ ଏହି ବ୍ୟକ୍ତି ମାଷ୍ଟର ମାଇଣ୍ଡ ରହିଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

  • Delhi | Main accused in the case of deep fake profiles of actor Rashmika Mandana arrested: DCP Hemant Tiwari, IFSO Unit

    — ANI (@ANI) January 20, 2024 " class="align-text-top noRightClick twitterSection" data=" ">

ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ମୁତାବକ, ଗିରଫ ଅଭିଯୁକ୍ତକୁ ଦକ୍ଷିଣ ଭାରତରୁ ପୋଲିସ ଗିରଫ କରିଥିବା ବେଳେ ଦିଲ୍ଲୀକୁ ଅଣାଯାଇ ପଚରାଉଚରା କରାଯାଉଛି । ରଶ୍ମିକା ମନ୍ଦାନାଙ୍କ ଡିପଫେକ ଭିଡିଓ ଭାଇରାଲ ହେବା ପରେ ଆଇଏଫଏସଓରେ ମାମଲା ପଞ୍ଜିକୃତ ହୋଇଥିଲା । ଏହାପରେ IFSO(ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟାଟରଜିକ ଅପରେସନ) ୟୁନିଟ୍ ପକ୍ଷରୁ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଥିଲା । ମେଟାକୁ ୟୁଆରଏଲ ଏବଂ ଅନ୍ୟ ବିବରଣୀ ମଗାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Fake Alert: ରଶ୍ମିକା ମନ୍ଦାନାଙ୍କ ଫେକ୍ ଭିଡିଓ ଭାଇରାଲ, ତାତିଲେ ବିଗ ବି'

ରଶ୍ମିକାଙ୍କ ପରି ଦେଖାଯାଉଥିବା ଜଣେ ମହିଳା ବ୍ଲାକ ସ୍ୱିମ୍‌ ସୁଟ୍ ପିନ୍ଧି ଲିଫ୍ଟରେ ଏଣ୍ଟ୍ରି କରୁଥିବା ନଜର ଆସିଥିଲେ । ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା । ଅନ୍ୟ ଏକ ଯୁବତୀଙ୍କ ଚେହେରା ପରିବର୍ତ୍ତେ ରଶ୍ମିକା ମନ୍ଦାନାଙ୍କ ଚେହେରା ଏଡିଟ କରି ଏକ ଡିପଫେକ୍ ଭିଡିଓ ଭାଇରାଲ କରାଯାଇଥିଲା । ଯାହା ପରେ ଅଭିନେତ୍ରୀ ଘଟଣା ନେଇ ପ୍ରତିକ୍ରିୟା ରଖିବା ସହ ଅନେକ ସେଲିବ୍ରିଟି ସମେତ ରାଜନେତା ଏନେଇ ତାଙ୍କୁ ସମର୍ଥନ କରିବା ସହ ଘଟଣାକୁ ନେଇ ନିନ୍ଦା କରିଥିଲେ । କେବଳ ରଶ୍ମିକା ନୁହେଁ ଏହା ପରେ ଅନେକ ସେଲିବ୍ରିଟି ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ ଏବଂ କାଜୋଲ ମଧ୍ୟ ଡିପଫେକର ଶିକାର ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ରଶ୍ମିକା ମନ୍ଦାନା ଡିପଫେକ୍‌ ମାମଲା; ୪ ସନ୍ଦିଗ୍ଧ ଚିହ୍ନଟ

ରଶ୍ମିକା ମନ୍ଦାନାଙ୍କ ଡିପଫେକ ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ଭିଡିଓ ଦେଖି ଅମିତାଭ ବଚ୍ଚନ ମଧ୍ୟ ରାଗି ଯାଇଥିଲେ । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ବର୍ତ୍ତମାନ ସମୟରେ ଡିପଫେକ ଏକ ଚିନ୍ତାର ବିଷୟ ସାଜିଛି । ଅନେକ କଳାକାରଙ୍କ ସହ ଷ୍ଟାର ଖେଳାଳୀ ଏବଂ ରାଜନେତା ଏହାର ଶିକାର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ, କଟ୍ରିନା କୈଫ, ସଚ୍ଚିନ ତେନ୍ଦୁଲୁକରଙ୍କର ଭିଡିଓ ଭାଇରାଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.