ETV Bharat / entertainment

ବକ୍ସ ଅଫିସରେ ୟାମି-ବିଦ୍ୟୁତଙ୍କ ଟକ୍କର, 'କ୍ରାକ'କୁ ପଛରେ ପକାଇଲା 'ଆର୍ଟିକିଲ ୩୭୦' - କ୍ରାକ ବକ୍ସ ଅଫିସ କଲେକ୍ସନ

Crakk vs Article 370 Box Office Day 3: ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ 'କ୍ରାକ' ଏବଂ ୟାମି ଗୌତମଙ୍କ ଫିଲ୍ମ 'ଆର୍ଟିକିଲ ୩୭୦' ଏକାସାଙ୍ଗେ ରିଲିଜ ହୋଇଥିବା ବେଳେ ଉଭୟ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । 'ଆର୍ଟିକିଲ ୩୭୦' ଏବଂ 'କ୍ରାକ' ରିଲିଜର ୩ୟ ଦିନ ମଧ୍ୟରେ କେତେ ଆୟ କରିଛି ? ଜାଣନ୍ତୁ

ବକ୍ସ ଅଫିସରେ ୟାମୀ-ବିଦ୍ୟୁତଙ୍କ ଟକ୍କର, 'କ୍ରାକ'କୁ ଫଛରେ ପକାଇଲା 'ଆର୍ଟିକିଲ ୩୭୦'

author img

By ETV Bharat Odisha Team

Published : Feb 26, 2024, 10:10 AM IST

ହାଇଦ୍ରାବାଦ: ଫେବୃଆରୀ ୨୩ରେ ଏକାସାଙ୍ଗେ ରିଲିଜ ହୋଇଛି ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ 'କ୍ରାକ' ଏବଂ ୟାମି ଗୌତମଙ୍କ ଫିଲ୍ମ 'ଆର୍ଟିକିଲ ୩୭୦' । ଭିନ୍ନ ଭିନ୍ନ କାହାଣୀକୁ ନେଇ ନିର୍ମିତ ହୋଇଥିବା ଉଭୟ ଫିଲ୍ମର ଭିନ୍ନ ସ୍ୱାଦ ଚାଖୁଛନ୍ତି ଦର୍ଶକ । ସେପଟେ ରୋଜଗାର ବିଷୟରେ କହିବାକୁ ଗଲେ, ୟାମିଙ୍କ ଫିଲ୍ମ 'ଆର୍ଟିକିଲ ୩୭୦' ବିଦ୍ୟୁତଙ୍କ ଫିଲ୍ମ 'କ୍ରାକ'କୁ ପଛରେ ପକାଇଛି । କ୍ରାକ ଅପେକ୍ଷା ଆର୍ଟିକିଲ ୩୭୦କୁ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । ଆର୍ଟିକିଲ ୩୭୦ ଫିଲ୍ମ ରିଲିଜର ୩ଦିନ ମଧ୍ୟରେ ୨୦କୋଟିରୁ ଅଧିକ ଆୟ କରିଥିବା ବେଳେ କ୍ରାକ ୧୦ କୋଟି ପାଖାପାଖି ଆୟ କରିଛି ।

  • " class="align-text-top noRightClick twitterSection" data="">

ସାକନିକଙ୍କ ରିପୋର୍ଟ ଅନୁସାରେ, ୟାମି ଗୌତମଙ୍କ ଫିଲ୍ମ 'ଆର୍ଟିକିଲ ୩୭୦' ରିଲିଜର ୩ଦିନ ମଧ୍ୟରେ ୨୦ କୋଟିରୁ ଅଧିକ ଆୟ କରିଛି । 'ଆର୍ଟିକିଲ ୩୭୦' ଶୁକ୍ରବାର (ଫେବୃଆରୀ ୨୩) ପ୍ରଥମ ଦିନ ୫.୯ କୋଟି ସହ ଓପନିଂ କରିଥିଲା । ସେହିପରି ଦ୍ୱିତୀୟ ଦିନ, ଶନିବାର (ଫେବୃଆରୀ ୨୪)ରେ ଫିଲ୍ମ ୭.୪ କୋଟି ଆୟ କରିଛି । ଅନ୍ୟପଟେ ତୃତୀୟ ଦିନ, ରବିବାର (ଫେବୃଆରୀ ୨୫)ରେ ଦ୍ୱିତୀୟ ଦିନ ଅପେକ୍ଷା ୨୫.୪୨% ଅଧିକ କଲେକ୍ସନ କରିଛି । ଫିଲ୍ମ ୩ୟ ଦିନ ୯.୫୦ କୋଟି ଆୟ କରିଥିବା ବେଳେ ମୋଟ ୨୨.୮୦ କୋଟି କଲେକ୍ସନ କରିବାରେ ସକ୍ଷମ ହୋଇଛି ।

ସେହିପରି ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ 'କ୍ରାକ' ମଧ୍ୟ ଶୁକ୍ରବାର (ଫେବୃଆରୀ ୨୩)ରେ ରିଲିଜ ହୋଇଥିବା ବେଳେ ୪.୨୫ ସହ ଓପନିଂ କରିଥିଲା । ଏହା ପରେ ଫିଲ୍ମର ଆୟ ହ୍ରାସ ପାଇବାରେ ଲାଗିଲା । ଦ୍ୱିତୀୟ ଦିନରେ ୨.୧୫ କୋଟି ଆୟ କରିଥିବା ବେଳେ ତୃତୀୟ ଦିନ ଫିଲ୍ମ ୨.୪୦ କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ କଲେକ୍ସନ ୮.୮୦ କୋଟିକୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: 'ଆର୍ଟିକିଲ ୩୭୦'କୁ ଝଟକା, ଏହି ଦେଶରେ ବ୍ୟାନ ହେଲା ଫିଲ୍ମ

'କ୍ରାକ... ଜିତେଗା ତୋ ଜିଏଗା'ର ହେଉଛି ଏକ ସ୍ପୋର୍ଟ୍ସ୍‌ ଆକ୍ସନ୍ ଫିଲ୍ମ । ଏହି ଚଳଚ୍ଚିତ୍ର ବିଦ୍ୟୁତ କେବଳ ଅଭିନୟ କରିନାହାନ୍ତି ବରଂ ଏହାର ନିର୍ମାତା ମଧ୍ୟ ଅଟନ୍ତି । ଏହି ଫିଲ୍ମକୁ ନିର୍ଦ୍ଦେଶକ ଆଦିତ୍ୟ ଦତ୍ତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ବିଦ୍ୟୁତଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ନୋରା ଫତେହି ଏବଂ ଆମି ଜ୍ୟାକସନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସେପଟେ 'ଆର୍ଟିକିଲ ୩୭୦' ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରଟି ଜମ୍ମୁ-କାଶ୍ମୀରରୁ ଧାରା 370କୁ ହଟାଇବା ପ୍ରସଙ୍ଗ ଉପରେ ଆଧାରିତ । ଏହି ଫିଲ୍ମକୁ ଜ୍ୟୋତି ଦେଶପାଣ୍ଡେ, ଆଦିତ୍ୟ ଧର ଏବଂ ଲୋକେଶ ଧରଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜାମ୍ବଲେଙ୍କ ଦ୍ୱାରା ନିର୍ଦ୍ଦେଶିତ । ୟାମିଙ୍କ ବ୍ୟତୀତ ସାଉଥ ଅଭିନେତ୍ରୀ ପ୍ରିୟା ମଣି, ଅରୁଣ ଗୋବିଲ, ବୈଭବ ତତ୍ବବାଦୀ, ସ୍କନ୍ଦ ଠାକୁର ଏବଂ ଅଶ୍ବିନୀ କୌଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ଚାଲୁନି ବିଦ୍ୟୁତଙ୍କ ଯାଦୁ, ଦୁଇ ଦିନରେ 'କ୍ରାକ' ଏତିକି କଲା କଲେକ୍ସନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.