ETV Bharat / entertainment

ଅଡୁଆରେ କମଲ ହାସନ, ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ ଆଣିଲେ 'ଉତ୍ତାମା ଭିଲିଆନ' ନିର୍ମାତା - Complaint Against Kamal Haasan - COMPLAINT AGAINST KAMAL HAASAN

Complaint Against Kamal Haasan: କମଲ ହାସନଙ୍କ ବିରୋଧରେ ଅଭିଯୋଗ ଆଣିଲେ 'ଉତ୍ତାମା ଭିଲିଆନ' ନିର୍ମାତା । ଅଭିନେତା କଣ୍ଟ୍ରାକ୍ଟ ଉଲ୍ଲଘଂନ କରିଥିବା ଅଭିଯୋଗ କରିଛନ୍ତି ନିର୍ମାତା । ଅଧିକ ପଢନ୍ତୁ

ଅଡୁଆରେ କମଲ ହାସନ, ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ ଆଣିଲେ 'ଉତ୍ତାମା ଭିଲିଆନ' ନିର୍ମାତା
ଅଡୁଆରେ କମଲ ହାସନ, ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ ଆଣିଲେ 'ଉତ୍ତାମା ଭିଲିଆନ' ନିର୍ମାତା (Etv Bharat Odisha)
author img

By ETV Bharat Odisha Team

Published : May 3, 2024, 5:56 PM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର କମଲ ହାସନଙ୍କ ନାଁରେ ଅଭିଯୋଗ । ନିର୍ଦ୍ଦେଶକ ତଥା ନିର୍ମାତା ଲିଙ୍ଗାସ୍ୱାମୀ ଏବଂ ସହ-ନିର୍ମାତା ସୁଭାଷ ଚନ୍ଦ୍ର ବୋଷ ସୁପରଷ୍ଟାରଙ୍କ ବିରୋଧରେ ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି । ତାମିଲ ଚଳଚ୍ଚିତ୍ର ପ୍ରଡ୍ୟୁସର କାଉନସିଲରେ ଏହି ଅଭିଯୋଗ କରିଛନ୍ତି ନିର୍ମାତା ।

ସୂଚନା ଅନୁସାରେ, ୨୦୧୫ ମସିହାରେ ରିଲିଜ ହୋଇଥିବା ଏହି ଉଭୟ ନିର୍ମାତାଙ୍କ ଚଳଚ୍ଚିତ୍ର 'ଉତ୍ତାମା ଭିଲିଆନ'ରେ କମଲ ହାସନ ନଜର ଆସିଥିଲେ । ନିର୍ମାତାଙ୍କ ଅଭିଯୋଗ ଅନୁସାରେ, ଏହି ଫିଲ୍ମ ପ୍ଲପ ପରେ ଅଭିନେତା ତାଙ୍କ ସହ ପୁଣି ଏକାଠି ଫିଲ୍ମ କରିବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ନଅ ବର୍ଷ ପରେ ମଧ୍ୟ ଅଭିନେତା ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି ।

ମେ ୨ ତାରିଖ ଦିନ ତାଙ୍କ ବିବୃତ୍ତିରେ ଲିଙ୍ଗାସ୍ୱାମୀ କହିଛନ୍ତି ଯେ କମଲ ହାସନ ସ୍କ୍ରିପ୍ଟରେ ଅନେକ ଥର ପରିବର୍ତ୍ତନ କରିଥିଲେ, ଯେଉଁ କାରଣରୁ ଫିଲ୍ମ 'ଉତ୍ତାମା ଭିଲିଆନ' ବକ୍ସ ଅଫିସରେ ଫ୍ଲପ୍ ହୋଇଥଲା । ତାଙ୍କ ଅଭିଯୋଗରେ ନିର୍ମାତା ଏହା କହିଛନ୍ତି ଯେ ସେ କମଲ ହାସନଙ୍କ ସହ ମାଲାୟାଲମ ସୁପରହିଟ ଫିଲ୍ମ 'ଦୃଶ୍ୟମ'ର ରିମେକ କରିବାକୁ ଚାହୁଁଛନ୍ତି, କିନ୍ତୁ ସୁପରଷ୍ଟାର ଏହା କରିବାକୁ ମନା କରିଦେଇଛନ୍ତି ଏବଂ କିଛି ସପ୍ତାହ ପରେ ସେ ଅନ୍ୟ କିଛି ବ୍ୟାନରରେ ଫିଲ୍ମ ଆରମ୍ଭ କରିଥିଲେ ।

ନିର୍ମାତାଙ୍କ ଅନୁଯାୟୀ, ବକ୍ସ ଅଫିସରେ 'ଉତ୍ତାମା ଭିଲିଆନ'ର ବିଫଳତା ପରେ କମଲ ହାସନ ତାଙ୍କ ସହ କ୍ଷତିପୂରଣ ଦେବା ପାଇଁ ୩୦କୋଟି ଟଙ୍କା ବଜେଟରେ ତାଙ୍କ ସହ ଆଉ ଏକ ଫିଲ୍ମ କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନଥିଲେ । ଏଭଳି ପରିସ୍ଥିତିରେ ସୁଭାଷ ଚନ୍ଦ୍ର ବୋଷ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ପାଇଁ ନିର୍ମାତା ଘର ସହାୟତା ଲୋଡିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଏହି ଅଭିଯୋଗ ଉପରେ ପରିଷଦ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ: ଥଗ୍ ଲାଇଫ; ଆଜିଠୁ କମଲ ହାସନଙ୍କ ଫିଲ୍ମ ସୁଟିଂ ଆରମ୍ଭ, ଏହି ତାରକା ବି ଆସିବେ ନଜର

'ଉତ୍ତାମା ଭିଲିଆନ' ବିଷୟରେ କହିବାକୁ ଗଲେ, ଏହା ଏକ କମେଡି ଡ୍ରାମା ଚଳଚ୍ଚିତ୍ର ଥିଲା, ଯାହାର ନିର୍ଦ୍ଦେଶନା ଦେଇଥିଲେ ରମେଶ ଅରବିନ୍ଦ । ଏହା ହେଉଛି ଜଣେ ଅଭିନେତାଙ୍କ କାହାଣୀ ଯିଏ ମସ୍ତିଷ୍କ ଟ୍ୟୁମରରେ ପୀଡିତ ହୋଇଛନ୍ତି । ତାଙ୍କ ପାଖରେ ବଞ୍ଚିବାର କମ ସମୟ ରହିଛି । ଏପରି ସମୟରେ ତାଙ୍କ ସମସ୍ୟାର ସମାଧାନ ପାଇଁ ଅଭିନେତା ତାଙ୍କ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେବା ପାଇଁ ଏକ ମେଣ୍ଟରଙ୍କ ନିକଟକୁ ଯାଆନ୍ତି । ତେବେ ଏହି ଚଳଚ୍ଚିତ୍ରରେ କମଲ ହାସନ, କେ ବିଶ୍ୱନାଥ, କେ ବାଲାଚନ୍ଦର, ଜୟରାମ, ଆଣ୍ଡ୍ରିୟୁ ଜିର୍ମିୟା, ପୂଜା କୁମାର, ନାସିର, ପାର୍ବତୀ ଥିରୁଭୁଟୁ ଏବଂ ଉର୍ବଶୀ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.