ETV Bharat / entertainment

ବକ୍ସ ଅଫିସରେ ହେବନି ବିକି-ଅଲ୍ଲୁ ଅର୍ଜୁନଙ୍କ ଟକ୍କର, ଘୁଞ୍ଚିଲା 'ଛାବା' ରିଲିଜ ଡେଟ୍ - CHHAAVA NEW RELEASE DATE OUT

ବକ୍ସ ଅଫିସରେ 'ଛାବା ଏବଂ ପୁଷ୍ପା 2' ମଧ୍ୟରେ ହେବନି ଟକ୍କର । ଘୁଞ୍ଚିଲା ବିକି କୌଶଲଙ୍କ ଫିଲ୍ମ 'ଛାବା' ରିଲିଜ ଡେଟ୍ । କେବେ ହେବ ରିଲିଜ ?ଜାଣନ୍ତୁ,

chhaava new release date out
chhaava new release date out (film poster)
author img

By ETV Bharat Entertainment Team

Published : Nov 28, 2024, 12:34 PM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨' ଡିସେମ୍ବର 5ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମ ବିକି କୌଶଲଙ୍କ 'ଛାବା' ସହିତ ସଂଘର୍ଷ କରିବାକୁ ଯାଉଥିଲା। ତେବେ ବର୍ତ୍ତମାନ 'ଛାବା' ନିର୍ମାତାମାନେ ଏହାର ରିଲିଜ ଡେଟ୍ ଘୁଞ୍ଚାଇ ଦେଇଛନ୍ତି । ବାଣିଜ୍ୟ ବିଶ୍ଳେଷକ ତାରନ ଆଦର୍ଶ ତାଙ୍କ ଏକ୍ସ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ତେବେ କେବେ ରିଲିଜ ହେବ ଫିଲ୍ମ ? ଜାଣନ୍ତୁ,

କେବେ ରିଲିଜ ହେବ 'ଛାବା' ?

ବିକି କୌଶଲଙ୍କ ଫିଲ୍ମ 'ଛାବା' ବର୍ତ୍ତମାନ ଆସନ୍ତା ବର୍ଷ ମୁକ୍ତିଲାଭ କରିବ । ତରଣ ଆଦର୍ଶ ଏକ୍ସରେ 'ଛାବା' ପୋଷ୍ଟର ରିଲିଜ କରି ଲେଖିଛନ୍ତି, 'ଛାବା' ନୂତନ ରିଲିଜ୍ ତାରିଖ ଘୋଷଣା । ବର୍ତ୍ତମାନ ଏହି ଫିଲ୍ମ 14 ଫେବୃଆରୀ 2025ରେ ମୁକ୍ତିଲାଭ କରିବ। ରିଲିଜ୍ ତାରିଖ ବିଶେଷ ମହତ୍ୱ ରଖିଛି କାରଣ ଏହା ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ସହ 19 ଫେବୃଆରୀ 2025 ଜଡିତ ।

ବକ୍ସ ଅଫିସରେ ହେବନି 'ପୁଷ୍ପା 2' ସହ ଟକ୍କର

ପୂର୍ବରୁ 'ଛାବା' ଡିସେମ୍ୱର 6ରେ ରିଲିଜ ନେଇ ଘୋଷଣା ହୋଇଥିଲା । ଯାହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର 5ରେ 'ପୁଷ୍ପା ୨' ରିଲିଜ ହେବ । ଫଳରେ ପରଦାରେ ଉଭୟ ଫିଲ୍ମ ମଧ୍ୟରେ ସଂଘର୍ଷ ହେବାକୁ ଥିବା ବେଳେ ବର୍ତ୍ତମାନ ନିର୍ମାତା 'ଛାବା' ରିଲିଜ ସ୍ଥଗିତ କରି ଆସନ୍ତାବର୍ଷକୁ ଘୁଞ୍ଚାଇଛନ୍ତି । କହିରଖୁଛୁ କି, ରଶ୍ମିକା ମନ୍ଦାନାଙ୍କ 'ଛାବା ଏବଂ ପୁଷ୍ପା 2' ଉଭୟ ଫିଲ୍ମ ବେଶ ସ୍ୱତନ୍ତ୍ର । କାରଣ ଉଭୟ ଫିଲ୍ମରେ ସେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆସିଲା 'ଛାବା' ଟିଜର, ନୂଆ ରୂପରେ ନଜର ଆସିଲେ ବିକି କୌଶଲ

'ଛାବା' ଫିଲ୍ମ ବିଷୟରେ କହିବାକୁ ଗଲେ, 'ଛାବା'କୁ ଲକ୍ଷ୍ମଣ ଉତ୍ତେକର ନିର୍ଦ୍ଦେଶନା ଦେଇଛନ୍ତି, ଯିଏକି ବିକି କୌଶଲଙ୍କ ସହ ଫିଲ୍ମ 'ଜରା ହଟକେ ଜରା ବଚକେ' ନିର୍ଦ୍ଦେଶନା ଦେଇଥିଲେ । ଏଥିସହ ଏହି ଫିଲ୍ମରେ ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ବିକିଙ୍କ ସହ ନଜର ଆସିବେ । ପ୍ରଥମ ଥର ପାଇଁ ଏହି ଯୋଡି ପରଦାରେ ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ବିକି କୌଶଲ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜ୍ୟେଷ୍ଠପୁତ୍ର ଛତ୍ରପତି ସମ୍ୱାଜୀ ମହାରାଜ ଭୂମିକାରେ ନଜର ଆସିବେ। ୟସୁବାଇ ଭୋସଲେଙ୍କ ଭୂମିକାରେ ରଶ୍ମିକା ମନ୍ଦନା ଅଭିନୟ କରିବେ। ଏହି ଚଳଚ୍ଚିତ୍ରରେ ଅରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖନ୍ନା ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ମାତା ଦୀନେଶ ଭାଇଜାନ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.