ETV Bharat / entertainment

ରିଲିଜ ପୂର୍ବରୁ ଇତିହାସ ରଚିଲା 'ଚନ୍ଦୁ ଚାମ୍ପିଅନ' - Chandu Champion At Burj Khalifa

Chandu Champion At Burj Khalifa: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଚନ୍ଦୁ ଚାମ୍ପିଅନ'ର ଆଡଭାନ୍ସ ବୁକିଂ ଆଜି ଦୁବାଇର ବୁର୍ଜ ଖଲିଫାରେ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 9, 2024, 10:41 PM IST

Chandu Champion
Chandu Champion (INSTAGRAM)

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଚନ୍ଦୁ ଚାମ୍ପିଅନ' ଆସନ୍ତା ଜୁନ 14ରେ ରିଲିଜ ହେବାକୁ ଯାଉଛି । ଆଜି ଦୁବାଇର ବୁର୍ଜ ଖଲିଫାରେ ଆଡଭାନ୍ସ ବୁକିଂ ଆରମ୍ଭ କରିବା ନେଇ ମେସେଜ ଦେଇ ଇତିହାସ ରଚିଛି ଏହି ଫିଲ୍ମ । ଚନ୍ଦୁ ଚାମ୍ପିଅନକୁ ସାଜିଦ ନାଦିଆଡୱାଲା ଏବଂ କବୀର ଖାନ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି । ଗତ ମେ 19 ତାରିଖ ଦିନ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଫିଲ୍ମର ଟ୍ରେଲର ଦେଖି ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହ ଖୁବ ପ୍ରଶଂସା କରିଥିଲେ ଏବଂ ଫିଲ୍ମ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Chandu Champion
Chandu Champion (INSTAGRAM)

ବୁର୍ଜ ଖଲିଫାରେ ଚନ୍ଦୁ ଚାମ୍ପିଅନ

ବୁର୍ଜ ଖଲିଫାରେ ଏହି ଫିଲ୍ମର ଆଡଭାନ୍ସ ବୁକିଂ ପାଇଁ ମେସେଜ ଡିସପ୍ଲେ ହେବାର କାର୍ତ୍ତିକ ଆର୍ଯ୍ୟନ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ଏବଂ କବୀର ଖାନ ବୁର୍ଜ ଖଲିଫା ସମ୍ମୁଖରେ ଠିଆ ହୋଇଛନ୍ତି ଏବଂ ବୁର୍ଜ ଖଲିଫାରେ 'ଚନ୍ଦୁ ଚାମ୍ପିଅନ'ର ଆଡଭାନ୍ସ ବୁକିଂ ଘୋଷଣା କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଭିଡ଼ିଓ ସେୟାର କରି କାର୍ତ୍ତିକ କ୍ୟାପସନରେ ଲେଖିଛନ୍ତି "ଆଡଭାନ୍ସ ବୁକିଂଏବେ ଆରମ୍ଭ ହୋଇଛି, ଫିଲ୍ମ ପାଇଁ ଆଉ 5ଦିନ ବାକି ରହିଛି । ଏବେ ଆପଣ ଟିକେଟ୍ ବୁକ କରନ୍ତୁ । ଚନ୍ଦୁ ଚାମ୍ପିଅନ୍' ଜୁନ୍ 14, 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।"

ଏହା ମଧ୍ୟ ପଡ଼ନ୍ତୁ.. ଆସିଲା 'ଚନ୍ଦୁ ଚାମ୍ପିଅନ' ଟ୍ରେଲର; ଫିଲ୍ମ ପାଇଁ ୧୮ କିଲୋ ଓଜନ କମାଇଛନ୍ତି କାର୍ତ୍ତିକ - Chandu Champion Trailer

କାର୍ତ୍ତିକ ଏହି ଫିଲ୍ମରେ ନିଜ ଭୂମିକା ପାଇଁ କଠିନ ପରିଶ୍ରମ କରିଛନ୍ତି । ସେ ଏଥିପାଇଁ ୧୮ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି । ଚନ୍ଦୁ ଚାମ୍ପିଅନ୍ ଫିଲ୍ମ କ୍ରୀଡା ଡ୍ରାମା ଜଣେ କ୍ରୀଡ଼ାବିତଙ୍କ ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଭାରତର ପ୍ରଥମ ପାରାଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ମୁରଲିକାନ୍ତ ପେଟକରଙ୍କ ବାୟୋପିକ୍ ଅଟେ । ମୁରଲିକାନ୍ତ ହେଉଛନ୍ତି ଜଣେ ବ୍ୟକ୍ତି ଯିଏ ଯୁଦ୍ଧରେ ୯ଟି ଗୁଳିରେ ଆହତ ହୋଇଥିଲେ ଏବଂ ଦୁଇ ବର୍ଷ କୋମାରେ ଥିଲେ ମଧ୍ୟ ସେ ହାର ମାନିନଥିଲେ ଏବଂ ପରେ ଦମଦାର ପ୍ରତ୍ୟାବର୍ତ୍ତନ କରି କ୍ରୀଡା କ୍ଷେତ୍ରରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଚନ୍ଦୁ ଚାମ୍ପିଅନରେ ଫିଲ୍ମରେ କାର୍ତ୍ତିକ ଚନ୍ଦୁ ରୋଲରେ ନଜର ଆସିବେ । ତେବେ କାର୍ତ୍ତିକ ଆର୍ଯ୍ୟନଙ୍କୁ ପ୍ରଥମ ଥର ପାଇଁ ଏକ କ୍ରୀଡା ଡ୍ରାମା ଫିଲ୍ମରେ ଦେଖିବାକୁ ମିଳିବ । ସାଜିଦ ନାଦିଆଡୱାଲାଙ୍କ ବ୍ୟାନର ନାଡିଆଡୱାଲା ନାତି ଚିତ୍ତବିନୋଦନ ଏବଂ କବୀର ଖାନ ପ୍ରଡକ୍ସନ୍ସ ଦ୍ୱାରା ଚନ୍ଦୁ ଚାମ୍ପିଅନ ମିଳିତ ଭାବେ ନିର୍ମିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.