ETV Bharat / entertainment

କାନ୍ସ ଫିଲ୍ମ ଫେଷ୍ଟିଭାଲ; ଓପନିଂ ସେରମନିରେ ସମ୍ମାନିତ ହେଲେ ମେରିଲ ଷ୍ଟ୍ରିପ - meryl streep honoured at cannes

author img

By ETV Bharat Odisha Team

Published : May 15, 2024, 3:09 PM IST

Cannes Film Festival 2024: କାନ୍ସ ଫିଲ୍ମ ଫେଷ୍ଟିଭାଲ୍ 2024 ଆରମ୍ଭ ହୋଇଛି । ଉଦଘାଟନୀ ସମାରୋହରେ ମେରିଲ ଷ୍ଟ୍ରିପଙ୍କୁ ପାମ ଡି’ଅର୍ ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

କାନ୍ସ ଫିଲ୍ମ ଫେଷ୍ଟିଭାଲ; ଓପନିଂ ସେରମନିରେ ସମ୍ମାନିତ ହେଲେ ମେରିଲ ଷ୍ଟ୍ରିପ
କାନ୍ସ ଫିଲ୍ମ ଫେଷ୍ଟିଭାଲ; ଓପନିଂ ସେରମନିରେ ସମ୍ମାନିତ ହେଲେ ମେରିଲ ଷ୍ଟ୍ରିପ (Etv Bharat)

ହାଇଦ୍ରାବାଦ: ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଗତକାଲି (ଏପ୍ରିଲ ୧୪) ଠାରୁ ଆରମ୍ଭ ହୋଇଛି । ଓପନିଂ ସମାରୋହରେ ହଲିଉଡ କିମ୍ବଦନ୍ତୀ ଅଭିନେତ୍ରୀ ମେରିଲ ଷ୍ଟ୍ରିପଙ୍କୁ ପାମ ଡି’ଅର୍ ପୁରସ୍କାରରେ ସମ୍ମାନିତ କରାଯାଇଛି । ଫ୍ରାନ୍ସର ଅଭିନେତ୍ରୀ ଜୁଲିଏଟ୍ ବିନୋଚ୍ ଷ୍ଟ୍ରିପଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଅଭିନେତ୍ରୀଙ୍କୁ ସମ୍ମାନିତ କରିବା ସମୟରେ ୨.୫ ମିନିଟ ଯାଏଁ ସେଠାରେ ଉପସ୍ଥିତି ସମସ୍ତ ଅତିଥିଗଣ ତାଙ୍କର ପାଇଁ କରତାଳି ଦେଇଥିଲେ ।

ମେରିଲ ଷ୍ଟ୍ରିପଙ୍କୁ ପାମ ଡି’ଅର୍ ପୁରସ୍କାରରେ ସମ୍ମାନ

ଏହି ସମୟରେ ମେରିଲ ଷ୍ଟ୍ରିପଙ୍କୁ ଏହି ପୁରସ୍କାର ପ୍ରଦାନ କରିବା ସହ ଜୁଲିଏଟ ବିନୋଚ ତାଙ୍କର ଖୁବ ପ୍ରଶଂସା କରିଛନ୍ତି । ବିନୋଚ କହିଛନ୍ତି, 'ଆପଣ ମହିଳାଙ୍କ ପ୍ରତି ଦୃଷ୍ଟି ବଦଳାଇ ଦେଇଛନ୍ତି । ଏହାପରେ ଷ୍ଟ୍ରିପ୍ କହିଛନ୍ତି, ସିନେମା ଜଗତରେ ଏହି ପୁରସ୍କାର ଅତୁଳନୀୟ ଏବଂ ଏହାକୁ ଗ୍ରହଣ କରି ମୁଁ ଅତ୍ୟଧିକ ଗୌରବାନ୍ୱିତ ଅଟେ । ସେ ତାଙ୍କ ହେୟାର ଏବଂ ମେକଅପ ଷ୍ଟାଇଲିଷ୍ଟ ଜେ ରଏ ହେଲାଣ୍ଡଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଗତ ଅର୍ଦ୍ଧ ଶତାବ୍ଦୀରେ ମୁଁ କରିଥିବା ପ୍ରାୟ ସମସ୍ତ ଚରିତ୍ରରେ ସେ ମୋ ସହ ଅଛନ୍ତି । ସେ କହିଛନ୍ତି ଯେ ଗତଥର ସେ କାନ୍ସରେ ଥିବାବେଳେ ତାଙ୍କୁ ୪୦ ବର୍ଷର ହୋଇଥିଲେ ଏବଂ ସେ ତିନି ସନ୍ତାନର ମାଆ ଥିଲେ ।

ଖୁସିବ୍ୟକ୍ତ କଲେ ମେରିଲ ଷ୍ଟ୍ରିପ

ଷ୍ଟ୍ରିପ ଆହୁରି କହିଛନ୍ତି, 'ମୁଁ ଭାବିଲି ମୋର କ୍ୟାରିଅର୍ ସମାପ୍ତ ହୋଇଛି, ଏବଂ ସେହି ସମୟରେ ଅଭିନେତ୍ରୀମାନଙ୍କ ପାଇଁ ଏହା ଏକ ଅବାସ୍ତବ ଆଶା ନୁହେଁ । ଆଜି ରାତିରେ ମୁଁ ଏଠାରେ ଅଛି ଏବଂ ଜାରି ରଖିବାର ଏକମାତ୍ର କାରଣ ହେଉଛି, ଯେଉଁମାନଙ୍କ ସହ ମୁଁ କାମ କରିଥିଲି, ସେମାନଙ୍କ ମଧ୍ୟରେ ମ୍ୟାଡାମ୍ ଲା ପ୍ରେସିଡେଣ୍ଟ ଗେରିୱିଗ୍ ମଧ୍ୟ ଅଛନ୍ତି । ଏହି ସମ୍ମାନ ପାଇ ମୁଁ ଗର୍ବିତ ଏବଂ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।'

ଓସ୍କାର ବିଜେତା ରହିସାରିଛନ୍ତି ମେରିଲ

ସୂଚନା ଥାଉ କି, ମେରିଲ ଏହି ପୁରସ୍କାର ଦୀର୍ଘ ୩୫ ବର୍ଷ ପରେ ପାଇଛନ୍ତି । ମେରିଲ ୧୯୮୯ ଚଳଚ୍ଚିତ୍ର ଇଭିଲ ଆଞ୍ଜେଲ୍ସ ଅ କ୍ରାୟ ଇନ ଦ ଡାର୍କ ପାଇଁ କାନ୍ସରେ ସାମିଲ ହୋଇଥିଲେ । ଏଠାରେ ସେ ଏହି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । କେବଳ ଏତିକି ନୁହଁ ୭୪ ବର୍ଷୀୟ ମେରିଲ୍ ଷ୍ଟ୍ରିପ୍ ଜଣେ ଓସ୍କାର ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ । ପ୍ରାୟ ୪୦ ବର୍ଷ ବ୍ୟାପିଥିବା କ୍ୟାରିୟରରେ ସେ ୨୧ ଥର ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ସେଥିମଧ୍ୟରୁ ସେ ୩ ଥର ପୁରସ୍କାର ଜିତିଛନ୍ତି । ସେ ୩୩ ଥର ଗୋଲ୍ଡେନ ଗ୍ଲୋବସ୍ ପାଇଁ ମନୋନୀତ ହୋଇଛନ୍ତି, ସେଥିମଧ୍ୟରୁ ସେ ୮ ଥର ଜିତିଛନ୍ତି ।

ସେ ୧୯୭୭ରେ ଚଳଚ୍ଚିତ୍ର ଜୁଲିଆ ସହ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ୧୯୭୮ ହୋଲକୋଷ୍ଟ ମିନି ସିରିଜ୍ ପାଇଁ ସେ ତାଙ୍କର ପ୍ରଥମ ପ୍ରାଇମ ଟାଇମ୍ ଏମି ପୁରସ୍କାର ଜିତିଥିଲେ । ମେରିଲଙ୍କୁ ଶେଷ ଥର ପାଇଁ ୨୦୨୧ ଚଳଚ୍ଚିତ୍ର 'ହଟ ଲୁକ ଅପ' ରେ ଦେଖିବାକୁ ମିଲିଥିଲା । ସେ ଲିଓନାର୍ଡୋ ଡି କାପ୍ରିଓ ଏବଂ ଜେନିଫର୍ ଲରେନ୍ସଙ୍କ ଅଭିନୀତ ଚଳଚ୍ଚିତ୍ରରେ ରାଷ୍ଟ୍ରପତି ଜେନି ଅର୍ଲିନଙ୍କ ଭୂମିକାରେ ଅଭିନୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: କାନ୍ସରେ ପୁଣି ଚମକିବ ଭାରତ; ଆୱାର୍ଡ ରେସରେ ୨୨ ଫିଲ୍ମ, ଏହି ତାରକା ଲଗାଇବେ ଗ୍ଲାମର ତଡକା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.