ETV Bharat / entertainment

'ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ' ରିଲିଜରେ ରୋକ ଲଗାଇଲେ ବମ୍ବେ ହାଇକୋର୍ଟ - The Indrani Mukerjea Story

Indrani Mukerjea Web Series: ବମ୍ବେ ହାଇକୋର୍ଟ ବର୍ତ୍ତମାନ ' ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ'ର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସିବିଆଇର ଏକ ପିଟିସନର ଶୁଣାଣି ସମୟରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ,

'ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ' ରିଲିଜରେ ରୋକ ଲଗାଇଲେ ବମ୍ବେ ହାଇକୋର୍ଟ

author img

By PTI

Published : Feb 22, 2024, 8:53 PM IST

ହାଇଦ୍ରାବାଦ: ନେଟଫ୍ଲିକ୍ସର ଡକ୍ୟୁମେଣ୍ଟାରୀ ସିରିଜ 'ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ- ବରିଡ ଟ୍ରୁଥ' ରିଲିଜ ପୂର୍ବରୁ ବିବାଦରେ ଛନ୍ଦି ହୋଇଛି । ବମ୍ବେ ହାଇକୋର୍ଟ ବର୍ତ୍ତମାନ 'ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ'ର ରିଲିଜ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସିବିଆଇର ଏକ ପିଟିସନର ଶୁଣାଣି ସମୟରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ହାଇକୋର୍ଟ, ସିବିଆଇ ଅଧିକାରୀ ଏବଂ ଓକିଲମାନଙ୍କ ପାଇଁ ସିରିଜର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିବାକୁ ନେଟଫ୍ଲିକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୨ ସିନା ବୋରା ହତ୍ୟା ମାମଲା ଉପରେ ଆଧାରିତ ନେଟଫ୍ଲିକ୍ସର 'ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ- ବୁରିଡ୍ ଟ୍ରୁଥ୍' ନାମକ ଡକ୍ୟୁମେଣ୍ଟାରୀ ସିରିଜ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ସିବିଆଇ ପକ୍ଷରୁ ଏକ ଆବେଦନ ଦାଖଲ କରାଯାଇଥିଲା । ଯାହାର ଶୁଣାଣି ଆଜି ବମ୍ବେ ହାଇକୋର୍ଟରେ ହୋଇଥିଲା । ଜଷ୍ଟିସ ରେବତୀ ମୋହିତେ-ଡେରେ ଏବଂ ଜଷ୍ଟିସ ମଞ୍ଜୁଶା ଦେଶପାଣ୍ଡେ ଏହି ମାମଲାର ଶୁଣାଣି ହୋଇଥିଲ । ସିବିଆଇ ଏହାର ଆବେଦନରେ ଏହି ଡକ୍ୟୁମେଣ୍ଟାରୀ ଉପରେ ଆପତ୍ତି ଜଣାଇ ଅଭିଯୋଗ କରିଥିଲା । ସିବିଆଇ କହିଥିଲା ଯେ, ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି ତେଣୁ ଡକ୍ୟୁମେଣ୍ଟାରୀ କାରଣରୁ ଏହା ସାକ୍ଷୀଙ୍କୁ ପ୍ରଭାବିତ କରିପାରେ ।

କହିରଖୁଛୁ କି, ନିକଟରେ ଓଟିଟି ପ୍ଲାଟଫର୍ମ ଦ୍ୱାରା ଏହି ସିରିଜର ଟ୍ରେଲର ରିଲିଜ ହୋଇଥିଲା । ଏଥିରେ ଏହି ମାମଲା ସହ ଜଡିତ ଅନେକ ଲୋକଙ୍କୁ ମଧ୍ୟ ଦେଖାଯାଇଥିଲା । ଯାହା ପରେ ସିବିଆଇ ମୁମ୍ବାଇର ଏକ କୋର୍ଟରେ ଏହି ସିରିଜ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲା । ହେଲେ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ସିବିଆଇ ବମ୍ବେ ହାଇକୋର୍ଟକୁ ଏହି ମାମଲା ସ୍ଥାନାନ୍ତର କରିଥିଲା । ଏଥିରେ ସିବିଆଇ ସିନା ବୋରା ହତ୍ୟା ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ଏହି ସିରିଜ ରିଲିଜ କରିବାକୁ ହାଇକୋର୍ଟଙ୍କୁ ନିବେଦନ କରିଛି ।

ଏହା ମଧ୍ୟ ପଢନ୍ତୁ: ପରଦାରେ ସିନା ବୋରା ହତ୍ୟାକାଣ୍ଡର ଚର୍ଚ୍ଚିତ କାହାଣୀ, 'ଦ ଇନ୍ଦ୍ରାଣୀ ମୁଖାର୍ଜୀ ଷ୍ଟୋରୀ ବରିଡ୍ ଟ୍ରୁଥ'ର ପୋଷ୍ଟର ରିଲିଜ

ଆଜି ଏହାର ଶୁଣାଣି କରି ବମ୍ବେ ହାଇକୋର୍ଟ ନେଟଫ୍ଲିକ୍ସକୁ ତାଗିଦ କରିଛନ୍ତି ଏବଂ ଏହି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । କୋର୍ଟ ଏହା ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ୱେବ୍ ସିରିଜ କୌଣସି ସାକ୍ଷୀଙ୍କ ବିଷୟରେ ଉଲ୍ଲେଖ କରିନାହିଁ କି ଯାହାର ସାକ୍ଷ୍ୟ ବିଚାରାଧୀନ ଅଛି । ଏବେ ଆସନ୍ତା ଗୁରୁବାର ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ବର୍ତ୍ତମାନ ହାଇକୋର୍ଟ, ସିବିଆଇ ଅଧିକାରୀ ଏବଂ ଓକିଲମାନଙ୍କ ପାଇଁ ସିରିଜର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିବାକୁ ନେଟଫ୍ଲିକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଫେବୃଆରୀ ୨୯ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଏହି ସିରିଜ୍ ରିଲିଜ ହେବ ନାହିଁ । ସୂଚନା ଯୋଗ୍ୟ ଯେ, ଏହି ସିରିଜ ଆସନ୍ତା ଫେବୃଆରୀ ୨୩ରେ ନେଟଫ୍ଲିକ୍ସରେ ରିଲିଜ ହେବାର ଥିଲା ।

ସିନା ବୋରା ହତ୍ୟା ମାମଲା: ସୂଚନା ଥାଉ କି, ଏପ୍ରିଲ ୨୦୧୨ରେ ଇନ୍ଦ୍ରାଣୀ, ତାଙ୍କ ଡ୍ରାଇଭର ଶ୍ୟାମଭାର ରାୟ ଏବଂ ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କ ଦ୍ୱାରା ସିନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସିନା ବୋରା ପୂର୍ବ ସମ୍ପର୍କରୁ ଇନ୍ଦ୍ରାଣୀଙ୍କ ଝିଅ ଥିଲେ । ଏହାପରେ ଏହି ମାମଲାର ରହସ୍ୟ 2015ରେ ଖୋଲିଥିଲା । ଇନ୍ଦ୍ରାଣୀ ସେତେବେଳେ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ତାଙ୍କ ଡ୍ରାଇଭର୍ ଇନ୍ଦ୍ରାଣୀଙ୍କ ଡ୍ରାଇଭର୍ ଶ୍ୟାମବର ରାୟ ଅନ୍ୟ ଏକ ମାମଲାରେ ଗିରଫ ହୋଇଥିଲେ । ଏହାପରେ ଡ୍ରାଇଭର୍ ହତ୍ୟାର କାହାଣୀ କହିଥିଲେ । ଏହାପରେ ପୋଲିସ ଇନ୍ଦ୍ରଣୀ ଓ ସଞ୍ଜୀବ ଖନ୍ନାଙ୍କୁ ଗିରଫ କରିଥିଲେ । ଅଗଷ୍ଟ 2015 ରେ ଇନ୍ଦ୍ରାଣୀଙ୍କୁ ଗିରଫ କରାଯାଇଥିଲା ଏବଂ ମେ 2022 ରେ ଜାମିନ ପ୍ରଦାନ କରାଯାଇଥିଲା । ଏହି ମାମଲାର ଅନ୍ୟ ଅଭିଯୁକ୍ତ ରାୟ, ଖାନ୍ନା ଏବଂ ପିଟର ମୁଖାର୍ଜା ମଧ୍ୟ ଜାମିନରେ ଅଛନ୍ତି । ଏହି ମାମଲାରେ ସିବିଆଇ ଅନୁଯାୟୀ, ୨୩୭ ଜଣଙ୍କ ମଧ୍ୟରୁ ୮୯ ଜଣ ସାକ୍ଷୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୋର୍ଟରେ ହାଜର କରାଯାଇଛି। ବର୍ତ୍ତମାମନ ସୁଦ୍ଧା ଏହି ମାମଲା ବିଚାରଧୀନ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.