ETV Bharat / entertainment

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଉତ୍ସାହିତ ସେଲିବ୍ରିଟି, କହିଲେ 'ରାମ ଆସିଗଲେ'

author img

By ETV Bharat Odisha Team

Published : Jan 22, 2024, 3:32 PM IST

Ram Lalla Pran Prathishtha: ଅଯୋଧ୍ୟା ରାମ ମନ୍ଦିରରେ ବିରାଜିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର। ଏହି ଐତିହାସିକ ସମାରୋହରେ ଅନେକ ସେଲିବ୍ରିଟି ସାମିଲ ହୋଇଥିବା ବେଳେ, ଅନେକ ତାରକା ସୋସିଆଲ ମିଡିଆରେ ଖୁସିବ୍ୟକ୍ତ କରିଛନ୍ତି ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; ଉତ୍ସାହିତ ସେଲିବ୍ରିଟି, କହିଲେ- 'ରାମ ଆସିଗଲେ'

ହାଇଦ୍ରାବାଦ: ୫୦୦ ବର୍ଷର ଅପେକ୍ଷାର ହେଲା ଅନ୍ତ । ଭବ୍ୟ ଏବଂ ଦିବ୍ୟ ରାମ ମନ୍ଦିରରେ ବିରାଜମାନ କଲେ ପ୍ରଭୁ ରାମଚନ୍ଦ୍ର । ପ୍ରଭୁଙ୍କୁ ଦେଖି ଆତ୍ମବିଭୋର ଭକ୍ତ । ସାରା ଦେଶ ଆଜିର ଦିନକୁ ଖୁବ ଧୁମଧାମରେ ସେଲିବ୍ରେସନ କରିଥିବା ବେଳେ ବଲିଉଡରୁ ଓଲିଉଡ, ଅନେକ ତାରକା ଏହି ଦିନକୁ ଉତ୍ସାହର ସହ ପାଳନ କରିଛନ୍ତି । କଙ୍ଗନା ରାଣାୱତ, ଦୀପିକା ପାଦୁକୋନ, ମହେଶ ବାବୁ, ଓଲିଉଡ ଅଭିନେତ୍ରୀ ଶୀତଲ ପାତ୍ର ଏବଂ ଏଲିନା ସାମନ୍ତରାୟ ସମେତ ଅନେକ ତାରକା ସୋସିଆଲ ମିଡିଆରେ ପୋଷ୍ଟ କରି ଖୁସିବ୍ୟକ୍ତ କରିଛନ୍ତି ।

ସାରା ଦେଶ ଆଜି ରାମମୟ ହୋଇଥିବା ବେଳେ ସେଲିବ୍ରିଟି ମାହୋଲରେ ମଧ୍ୟ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ସେୟାର କରି ସେ ରାମ ଆସିଗଲେ ବେଲି ଲେଖିଛନ୍ତି । ଭିଡିଓରେ ସେ ରାମଙ୍କ ଗୀତରେ ଅଭିନୟ କରୁଥିବା ନଜର ଆସିଛନ୍ତି । ସେହିପରି ଅଭିନେତ୍ରୀ ଶୀତଲ ପାତ୍ର ନିଜ ଇନଷ୍ଟାଷ୍ଟୋରୀରେ ଶ୍ରୀରାମଲାଲାଙ୍କ ଝଲକ ହେଖାଇଛନ୍ତି । ଏହାର କ୍ୟାପସନରେ ସେ 'ଆସିଗଲେ ରାମ' ବୋଲି ଲେଖିଛନ୍ତି ।

ସେହିପରି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏହି ମହାସମାରୋହରେ ସାମିଲ ହୋଇଛନ୍ତି । ଏହି ସମାରୋହର କିଛି ଝଲକ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡଓରେ 'ରାମ ଆସିଗଲେ' କହି କଙ୍ଗନା ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ସେହିପରି ସାଉଥ୍ ସୁପରଷ୍ଟାର ମହେଶ ବାବୁ ନିଜ ଇନଷ୍ଟା ଷ୍ଟୋରୀରେ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, ପବିତ୍ରତା ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ଏକତା ଏବଂ ଆଧ୍ୟାତ୍ମିକତାର ଏକ ଅନନ୍ତକାଳୀନ ପ୍ରତୀକ ଅଟେ । ଇତିହାସର ସାକ୍ଷୀ ହୋଇ ଅତ୍ୟନ୍ତ ଗର୍ବିତ।"

ଏହା ମଧ୍ୟ ପଢନ୍ତୁ: ଅଯୋଧ୍ୟାରେ ସେଲିବ୍ରିଟି: କୈଳାସ କହିଲେ ଦେବଲୋକରୁ ନିମନ୍ତ୍ରଣ ମିଳିଛି, କାଶ୍ମୀର ପୋଷାକରେ ନଜର ଆସିଲେ ଅନୁପମ ଖେର

ସେପଟେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ପ୍ରଭୁ ଶ୍ରୀ ରାମଙ୍କ ଝଲକ ଦେଖାଇଛନ୍ତି । ଏହା ସେୟାର କରି ସେ ଲେଖିଛନ୍ତି, ଜୟ ଶ୍ରୀରାମ । ସମସ୍ତ ଦେଶବାସୀଙ୍କୁ ପ୍ରାର୍ଥନା କରୁଛି ଯେ, ହୃଦୟରୁ ସମସ୍ତେ ପ୍ରଭୁ ଶ୍ରୀ ରାମଲାଲାଙ୍କୁ ସ୍ବାଗତ କରନ୍ତୁ । ସୂଚନା ଥାଉ କି, ଭିକି କୌଶଲ, କ୍ୟାଟ୍ରିନା କୈଫ, ରଣବୀର କପୁର, ଆଲିଆ ଭଟ୍ଟ, ମାଧୁରୀ ଦୀକ୍ଷିତ, ଅମିତାଭ ବଚ୍ଚନ, ଆୟୁଷ୍ମାନ ଖୁରାନା, ଜ୍ୟାକି ଶ୍ରଫ, ଚିରଞ୍ଜୀବୀ, ରାମ ଚରଣ, ଅନୁପମ ଖେର ସମେତ ଅନେକ ସେଲିବ୍ରିଟି ଅଯୋଧ୍ୟାର ଆୟୋଜିତ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଶୀର୍ବାଦ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.