ETV Bharat / entertainment

ଗାଲାକ୍ସି ଗୁଳିମାଡ଼ ଘଟଣାରେ ଭାଇଜାନଙ୍କ ବିସ୍ଫୋରକ ବୟାନ, 'ମୋତେ ଓ ମୋ ଫ୍ୟାମିଲିକୁ ମାରିବାକୁ ଚାହୁଁଥିଲା ଲରେନ୍ସ' - Salman Khan Statement

author img

By ETV Bharat Odisha Team

Published : Jul 25, 2024, 1:03 PM IST

Salman Khan On House Firing Case: ଘର ବାହାରେ ଗୁଳି ବିନିମୟ ମାମଲାରେ ସଲମାନ ଖାନ ବୟାନ ରେକର୍ଡ ଜାରି କରିଛନ୍ତି । ଏହି ସମୟରେ ସେ ସେହି ଦିନ ଘଟିଥିବା ଘଟଣାର ପୁରା କାହାଣୀ ବର୍ଣ୍ଣନା କରିଛନ୍ତି । ଏହାସହ ସେ ଲରେନ୍ସ ବିଷ୍ଣୌଇ ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି । ଅଧିକ ପଢନ୍ତୁ,

ଗାଲାକ୍ସି ବାହାରେ ଗୁଳିମାଡ଼ ଘଟଣା; ଭାଇଜାନଙ୍କ ବୟାନ, କହିଲେ ''ମୋତେ ଓ ମୋ ଫ୍ୟାମିଲିକୁ ଲରେନ୍ସ ମାରିବାକୁ ଚାହୁଁଥିଲା''
ଗାଲାକ୍ସି ବାହାରେ ଗୁଳିମାଡ଼ ଘଟଣା; ଭାଇଜାନଙ୍କ ବୟାନ, କହିଲେ ''ମୋତେ ଓ ମୋ ଫ୍ୟାମିଲିକୁ ଲରେନ୍ସ ମାରିବାକୁ ଚାହୁଁଥିଲା'' (ETV Bharat Odisha)

ହାଇଦ୍ରାବାଦ: ଏପ୍ରିଲ ୧୪ ଦିନ ବଲିଉଡ ଅଭିନେତା ସଲମାନ ଖାନଙ୍କ ମୁମ୍ବାଇ ଘର ଗାଲାକ୍ସି ଆପାର୍ଟମେଣ୍ଟରେ ଗଉଳିମାଡ଼ ହୋଇଥିଲା । ଏହାକୁ ଗୁରୁତର ସହ ନେଇ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ବହୁ ବର୍ଷ ପୂର୍ବେ ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇଙ୍କ ଦ୍ୱାରା ମୃତ୍ୟୁ ଧମକ ଦିଆଯାଇଥିଲା । ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ଏହି ଘଟଣାରେ ସୁପରଷ୍ଟାର ସଲମାନ ଖାନଙ୍କ ବିବୃତ୍ତି ମଧ୍ୟ ପୋଲିସ ରେକର୍ଡ କରିଛି । ଯାହା ସାମ୍ନାକୁ ଆସିଛି ।

'ଗୁଳି ବିନିମୟ ମାମଲାରେ ସଲମାନ ଖାନଙ୍କ ବୟାନ'

ସଲମାନ ଖାନ ତାଙ୍କ ବୟାନରେ କହିଛନ୍ତି ଯେ ଯେତେବେଳେ ତାଙ୍କ ଘରେ ଗୁଳି ବିନିମୟ ହୋଇଥିଲା, ସେ କେଉଁଠାରେ ଥିଲେ ଏବଂ ସେ କଣ କରୁଥିଲେ । ସୂଚନା ଅନୁସାରେ, ଜୁନ ୪ ରେ ସଲମାନ ଖାନ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଆଣ୍ଟି ଏକ୍ସଟୋରସନ୍ ସେଲ ସହ ନିଜର ବୟାନ ରେକର୍ଡ କରିଥିଲେ । ବର୍ତ୍ତମାନ ଏହି ବୟାନ ସାମ୍ନାକୁ ଆସିଛି । ତାଙ୍କ ବୟାନରେ ସଲମାନ ଖାନ କହିଛନ୍ତି, 'ମୁଁ ଜଣେ ଫିଲ୍ମ ଷ୍ଟାର ଏବଂ ଗତ ୩୫ ବର୍ଷ ଧରି ବଲିଉଡରେ କାମ କରିଆସୁଛି, ମୋ ଘର ହେଉଛି ବାନ୍ଦ୍ରା ସ୍ଥିତ ଗାଲାକ୍ସି, ଯେଉଁଠାରେ ଯେକୌଣସି ଉତ୍ସବରେ ମୋର ପ୍ରଶଂସକଙ୍କ ଭିଡ଼ ଜମାଇଥାନ୍ତି। ମୁଁ ସେମାନଙ୍କୁ ଅଭିବାଦନ କରିବାକୁ ଗାଲାକ୍ସି ବାଲକୋନୀକୁ ଆସିଥାଏ ଏବଂ ଯେତେବେଳେ ମୋ ଘରେ ଭୋଜି ହୁଏ, ମୁଁ ମୋର ବନ୍ଧୁ ଏବଂ ପିତାଙ୍କ ସହ ବାଲକୋନୀରେ ସମୟ କଟାଇଥାଏ, କାମ ସରିବା ପରେ କିମ୍ବା ସକାଳୁ ଉଠିବା ପରେ ମୁଁ ବାଲକୋନିରେ ସମୟ ବିତାଏ । ମୁଁ ମୋ ନିଜ ପାଇଁ ବ୍ୟକ୍ତିଗତ ସୁରକ୍ଷା ନିଯୁକ୍ତ କରିଛି ।

ପୂର୍ବରୁ ମଧ୍ୟ ମିଳିସାରିଛି ଧମକ

ସଲମାନ ଖାନ ଆହୁରି କହିଛନ୍ତି, '୨୦୨୨ ମସିହାରେ ମୋ ବାପା ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ, ମୋ ବାପା ଏକ ଚିଠି ପାଇଥିଲେ ଯେଉଁଥିରେ ମୁଁ ଏବଂ ମୋ ପରିବାରକୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା, ଏହି ଚିଠିଟି ମୋ ଆପାର୍ଟମେଣ୍ଟର ଅପର ପାର୍ଶ୍ୱରେ ଥିବା ଏକ ବେଞ୍ଚରେ ଥିଲା । ୨୦୨୩ ଜାନୁଆରୀରେ ଦୁଇଜଣ ବ୍ୟକ୍ତି ସେମାନଙ୍କ ନାମ ପରିବର୍ତ୍ତନ କରି ମୋ ପାନଭେଲ ଫାର୍ମହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ଏବଂ ତାଲୁକା ପୋଲିସ ଷ୍ଟେସନ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପରେ ମୁଁ ଜାଣିଲି ଯେ ଏହି ଅଭିଯୁକ୍ତମାନେ ରାଜସ୍ଥାନର ଫାଜିଲ୍କା ଗାଁର। ଯାହାକି ଲରେନ୍ସ ବିଷ୍ଣୌଇଙ୍କ ଗାଁର ଥିଲେ । ମୁଁ ମୋ ସହିତ ଥିବା ସମସ୍ତ ଲୋକଙ୍କୁ, ମୋର ସମ୍ପର୍କୀୟ ଏବଂ ପରିବାର ସଦସ୍ୟଙ୍କୁ ସର୍ବଦା ସତର୍କ ରହିବାକୁ କହିଛି । ମୋତେ ମୁମ୍ବାଇ ପୋଲିସ ଦ୍ୱାରା Y ପ୍ଲସ୍ ସୁରକ୍ଷା ଦିଆଯାଇଛି। ତାଲିମପ୍ରାପ୍ତ ପୋଲିସ୍, ଅଙ୍ଗରକ୍ଷୀ, ବ୍ୟକ୍ତିଗତ ସୁରକ୍ଷାକର୍ମୀମାନେ ମୋ ସୁରକ୍ଷା ପାଇଁ ମୋ ସହିତ ରୁହନ୍ତି ।

ଲରେନ୍ସ ନାଁରେ ଅଭିଯୋଗ ଆଣିଲେ ଭାଇଜାନ

ସଲମାନ କହିଛନ୍ତି, ''ଏପ୍ରିଲ ୧୪, ୨୦୨୪ ରେ ସକାଳ ୪.୫୫ରେ ବାଇକରେ ଆସିଥିବା ଦୁଇ ଜଣ ବ୍ୟକ୍ତି ଗାଲାକ୍ସି ଆପାର୍ଟମେଣ୍ଟର ପ୍ରଥମ ମହଲାର ବାଲକୋନୀରେ ଫାୟାରିଂ କରିଥିଲେ । ଏହାପୂର୍ବରୁ ମୋତେ ଏବଂ ମୋ ପରିବାରକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି । ମୁଁ ଜାଣିବାକୁ ପାଇଲି ଯେ ସୋସିଆଲ ମିଡିଆ ମାଧ୍ୟମରେ ଲରେନ୍ସ ବିଷ୍ଣୌଇ ଏହି ଆକ୍ରମଣ ପାଇଁ ଦାୟୀ କରିଛନ୍ତି । ମୁଁ ନିଶ୍ଚିତ ଯେ ଲରେନ୍ସଙ୍କ ଗ୍ୟାଙ୍ଗ ଏହା କରିଛନ୍ତି ।''

''ମୋତେ ଓ ମୋ ଫ୍ୟାମିଲିକୁ ମାରିବାକୁ ଚାହୁଁଥିଲା ଲରେନ୍ସ''

ସଲମାନ ଆହୁରି ବୟାନରେ କହିଛନ୍ତି, ''ମୋ ଜୀବନ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମୋର ସୁରକ୍ଷାକର୍ମୀ ଏପ୍ରିଲ ୧୪ ରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏହାପୂର୍ବରୁ, ଲରେନ୍ସ ବିଷ୍ଣୌଇ ଏବଂ ତାଙ୍କ ଗ୍ୟାଙ୍ଗ ମୋତେ ଏବଂ ମୋ ପରିବାରକୁ ହତ୍ୟା କରିବା ବିଷୟରେ ଏକ ସାକ୍ଷାତକାରରେ କଥା ହୋଇଥିଲେ । ତେଣୁ ମୁଁ ବିଶ୍ୱାସ କରେ ଯେ ଲରେନ୍ସ ବିଷ୍ଣୌଇ ତାଙ୍କ ଗ୍ୟାଙ୍ଗ ସଦସ୍ୟଙ୍କ ସାହାଯ୍ୟରେ ଏହା କରିଛନ୍ତି । ଗୁଳି ଚଳାଇବା ସମୟରେ ମୋ ପରିବାର ଶୋଇଥିଲେ । ଯେଉଁଥିପାଇଁ ସେମାନେ ଏହି ଆକ୍ରମଣ କରିଥିଲେ ।''

ଏହା ମଧ୍ୟ ପଢନ୍ତୁ: ସଲମାନକୁ ମାରିବାକୁ ଚାଲିଥିଲା ଷଡଯନ୍ତ୍ର ! ଫସର ଫଟାଇ ଦେଲା ନାଭି ମୁମ୍ବାଇ ପୋଲିସ

ଗାଲାକ୍ସି ଫାୟାରିଂ ମାମଲାରେ ୬ ଗିରଫ

ସୂଚନା ଥାଉ କି, ଏହି ମାସ ଆରମ୍ଭରେ ମୁମ୍ୱାଇ ପୋଲିସ ସ୍ୱତନ୍ତ୍ର କୋର୍ଟରେ ଫାୟାରିଂ ମାମଲାରେ ୧୭୩୫ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା । ନିକଟରେ କୋର୍ଟ ଚାର୍ଜସିଟ୍କୁ ଗ୍ରହଣ କରି କହିଛନ୍ତି ଯେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ସାମଗ୍ରୀ ଅଛି । ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବିକି କୁମାର ଗୁପ୍ତା, ସାଗର କୁମାର ପାଲ, ସୋନୁ କୁମାର ବିଷ୍ଣୁ, ଅନୁଜ କୁମାର ଥାପନ, ମହମ୍ମଦ ରଫିକ୍ ଚୌଧୁରୀ ଏବଂ ହରପାଲ ସିଂ ରହିଛନ୍ତି । ଗିରଫ ପରେ ଅନୁଜ ଥାପନ ପୋଲିସ ହେପାଜତରେ ଜୀବନ ହାରିଥିଲେ । ତେବେ ବର୍ତ୍ତମାନ ଅନ୍ୟ ପାଞ୍ଚ ଜଣ ବର୍ତ୍ତମାନ ନ୍ୟାୟିକ ହେପାଜତରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.