ETV Bharat / entertainment

ବକ୍ସ ଅଫିସରେ ଚାଲୁନି 'ମୈଦାନ' ଯାଦୁ, ୫୦କୋଟି ମୁହାଁ 'ବଡେ ମିୟାଁ ଛୋଟେ ମିୟାଁ' - BMCM vs Maidaan Box Office Day 5

author img

By ETV Bharat Odisha Team

Published : Apr 16, 2024, 11:53 AM IST

BMCM vs Maidaan Box Office Day 5: ଅଜୟ ଦେବଗନଙ୍କ ଫିଲ୍ମ 'ମୈଦାନ' ଅକ୍ଷୟ କୁମାରଙ୍କ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' କଡା ପ୍ରତିଦ୍ବନ୍ଦ୍ବିତା କରୁଛି । 'ବଡେ ମିୟାଁ ଛୋଟେ ମିୟାଁ' କ୍ରେଜ ଦିନକୁ ଦିନ ବଢୁଥିବା ବେଳେ 'ମୈଦାନ' ଦର୍ଶକଙ୍କ ମନ ଜିତିବାରେ ବିଫଳ ହେଉଛି । ତେବେ ଏହି ଦୁଇଟି ଫିଲ୍ମ ୫ମ ଦିନରେ କେତେ ଆୟ କରିଛି ? ଜାଣନ୍ତୁ

ବକ୍ସ ଅଫିସରେ ଚାଲୁନି 'ମୈଦାନ' ଯାଦୁ, ୫୦କୋଟି ନିକଟତର 'ବଡେ ମିୟାଁ ଛୋଟେ ମିୟାଁ'

ହାଇଦ୍ରାବାଦ: 'ମୈଦାନ' ଏବଂ 'ବଡେ ମିୟାଁ ଛୋଟେ ମିୟାଁ' ଫିଲ୍ମ ଇଦ ଅବସରରେ (ଏପ୍ରିଲ ୧୧) ଏକାସଙ୍ଗେ ରିଲିଜ ହୋଇଥିବା ବେଳେ ଓପନିଂ ଦିନଠାରୁ 'ବଡେ ମିୟାଁ ଛୋଟେ ମିୟାଁ' ତା'ର ଜଲୱା ଦେଖାଇ ଚାଲିଛି । ହେଲେ ପଛରେ ପଡିଯାଇଛି ଅଜୟ ଦେବଗନଙ୍କ 'ମୈଦାନ' । ବର୍ତ୍ତମାନ ଉଭୟ ଫିଲ୍ମ ରିଲିଜର ୫ମ ଦିନରେ ପହଞ୍ଚିଛି । ୫ମ ଦିନରେ 'ବଡେ ମିୟାଁ ଛୋଟେ ମିୟାଁ' ମୋଟ ୪୩ କୋଟି ଆୟ କରିଥିବା ବେଳେ ଏହାର ଅଧା ଅର୍ଥାତ୍ ୨୩ କୋଟି ଆୟ କରିଛି 'ମୈଦାନ' ।

'ବଡେ ମିୟାଁ ଛୋଟେ ମିୟାଁ' ବକ୍ସ ଅଫିସ କଲେକ୍ସନ

ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ଅକ୍ଷୟ କୁମାରଙ୍କ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' । ଏହା ଅକ୍ଷୟ କୁମାରଙ୍କ ଚଳିତ ବର୍ଷର ପ୍ରଥମ ଫିଲ୍ମ ଅଟେ । ସାକନିକଙ୍କ ରିପୋର୍ଟ ଅନୁସାରେ, 'ବଡେ ମିୟାଁ ଛୋଟେ ମିୟାଁ' ଫିଲ୍ମ ପ୍ରଥମ ଦିନ ୧୫.୬୫ କୋଟି ସହ ଓପନିଂ କରିଥିଲା । ସେହିପରି ଦ୍ୱିତୀୟ ଦିନରେ ୭.୬ କୋଟି, ତୃତୀୟ ଦିନରେ ୮.୫ କୋଟି, ଚତୁର୍ଥ ଦିନରେ ୯.୦୫ କୋଟି ଏବଂ ପଞ୍ଚମ ଦିନରେ ୨.୫୦ କୋଟି ଆୟ କରିଛି । ଫଳରେ ଫିଲ୍ମ ମୋଟ ୪୩.୩୦ କୋଟି ଆୟ କରି ସଫଳତା ହାସଲ କରିଛି ।

  • " class="align-text-top noRightClick twitterSection" data="">

'ମୈଦାନ' ବକ୍ସ ଅଫିସ କଲେକ୍ସନ

'ସୈତାନ' ପରେ ଚଳିତ ବର୍ଷ ଅଜୟ ଦେବଗନ ତାଙ୍କ ୨ୟ ଫିଲ୍ମ 'ମୈଦାନ' ସହ ପୁଣିଥରେ ପରଦାକୁ ଫେରିଛନ୍ତି । ହେଲେ 'ମୈଦାନ' ଅଜୟଙ୍କ ପ୍ରଥମ ଫିଲ୍ମ ପରି ଦର୍ଶକଙ୍କ ମନ ଜିତିବାରେ ବିଫଳ ହେଉଛି । ୨.୬ କୋଟି ସହ ଫିଲ୍ମ ଓପନିଂ କରିଥିବା ବେଳେ ଦ୍ୱିତୀୟ ଦିନ ୪.୫ କୋଟି, ତୃତୀୟ ଦିନ ୨.୭୫ କୋଟି, ଚତୁର୍ଥ ଦିନ ୬.୨୫ କୋଟି ଏବଂ ପଞ୍ଚମ ଦିନ ଏହି ଫିଲ୍ମ ୧.୫୦ କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ କଲେକ୍ସନ ୨୩.୫୦କୁ ବୃଦ୍ଧି ପାଇଛି ।

'ବଡେ ମିୟାଁ ଛୋଟେ ମିୟାଁ' ଫିଲ୍ମ ବିଷୟରେ କହିବାକୁ ଗଲେ, ନିର୍ଦ୍ଦେଶକ ଅଲି ଅବ୍ବାସ ଜାଫର ଏହାର ନିର୍ଦ୍ଦେଶନା ଦେଇଛନ୍ତି । ବାସୁ ଭଗ୍ନାନୀ ଏବଂ ଜ୍ୟାକି ଭଗ୍ନାନୀଙ୍କ ଦ୍ବାରା ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମ । ଏହି ଫିଲ୍ମରେ ଅକ୍ଷୟ, ଟାଇଗରଙ୍କ ବ୍ୟତୀତ ସାଉଥ ତାରକା ପୃଥ୍ବୀରାଜ ସୁକୁମାରନ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ମାନୁଷୀ ଚିଲର୍ ଏବଂ ଆଲାୟା ଏଫ୍ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ମୈଦାନ'କୁ ପ୍ରଶଂସାରେ ପୋତିଲେ ଦାଦା

'ମୈଦାନ' ବିଷୟରେ କହିବାକୁ ଗଲେ, ଅମିତ ମିଶ୍ରଙ୍କ ନିର୍ଦ୍ଦେଶିତ ଫିଲ୍ମ ମୈଦାନରେ ଅଜୟ ଦେବଗନ ରିଅଲ ଲାଇଫ ଫୁଟବଲ ପ୍ରଶିକ୍ଷକ ସୟଦ ଅବଦୁଲ ରହିମ ଭୂମିକାରେ ଅଭିନୟ କରୁଛନ୍ତି । ଅଜୟ ଦେବଗନଙ୍କ ବ୍ୟତୀତ ଦକ୍ଷିଣ ଅଭିନେତ୍ରୀ ପ୍ରିୟମଣି, ଗଜରାଜ ରାଓ ଏବଂ ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଆର୍ ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.