ETV Bharat / entertainment

୧୯ ବର୍ଷରେ ବିଗ ବିଙ୍କ ଫିଲ୍ମ 'ବ୍ଲାକ', OTT ପ୍ଲାଟଫର୍ମରେ ହେଲା ରିଲିଜ

Black OTT Release: ୨୦୦୫ରେ ୧୯ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଅମିତାଭ ବଚ୍ଚନ ଏବଂ ରାନୀ ମୁଖାର୍ଜୀଙ୍କ ଅଭିନୀତ ଚଳଚ୍ଚିତ୍ର 'ବ୍ଲାକ' ବର୍ତ୍ତମାନ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ଶିକ୍ଷକ ଓ ଛାତ୍ରଙ୍କ କାହାଣୀ ଦେଖିବାକୁ ମିଳିଥିବା ବେଳେ ଲୋକେ ଏହାକୁ ବେଶ ପସନ୍ଦ କରିଥିଲେ । ଓଟିଟିରେ ଏହି ଫିଲ୍ମକୁ ଦେଖିପାରିବେ ଦର୍ଶକ ।

author img

By ETV Bharat Odisha Team

Published : Feb 4, 2024, 4:18 PM IST

୧୯ ବର୍ଷ ପରେ ଓଟିଟିକୁ ଫେରିଲା ଫିଲ୍ମ 'ବ୍ଲାକ', ଏହି ପ୍ଲାଟଫର୍ମରେ ରିଲିଜ

ହାଇଦ୍ରାବାଦ: ୨୦୦୫ରେ ରିଲିଜ ହୋଇଥିବା ଅମିତାଭ ବଚ୍ଚନ ଏବଂ ରାନୀ ମୁଖାର୍ଜୀଙ୍କ ଅଭିନୀତ ଚଳଚ୍ଚିତ୍ର 'ବ୍ଲାକ' ବର୍ତ୍ତମାନ ପୁଣି ଧମାକା କରିବାକୁ ପ୍ରସ୍ତୁତ । ଏହି ଫିଲ୍ମ ରିଲିଜ ବେଳେ ଖୁବ ପ୍ରଶଂସା ସାଉଁଟିଥିବା ବେଳେ ଏବେ ୧୯ ବର୍ଷ ପରେ ଓଟିଟିରେ ରିଲିଜ ହୋଇଛି ଏହି ଫିଲ୍ମ । ନେଟଫ୍ଲିକ୍ସରେ ବର୍ତ୍ତମାନ ଏହି ଫିଲ୍ମ ରିଲିଜ ହୋଇଛି । ବିଗ ବି ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ବିଗ ବି ଏକ୍ସରେ ଫିଲ୍ମର ଟ୍ରେଲର ସେୟାର କରି ଲେଖିଛନ୍ତି, 'ବ୍ଲାକ୍' ରିଲିଜ୍ ହେବାର ୧୯ ବର୍ଷ ହୋଇଗଲାଣି ଏବଂ ଆଜି ଆମେ ନେଟଫ୍ଲିକ୍ସରେ ଏହାର ପ୍ରଥମ ଡିଜିଟାଲ୍ ରିଲିଜ୍ ପାଳନ କରୁଛୁ । ଦେବରାଜ ଏବଂ ମାଇକେଲଙ୍କ ଯାତ୍ରା ଆମ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ଏହା ଆପଣ ମନକୁ ପୁଣି ଛୁଇଁବ ବୋଲି ଆମେ ଆଶା କରୁଛୁ ।' କହିରଖୁଛୁ କି, ଏହି ଭୂମିକା ପାଇଁ ବିଗ ବି କୌଣସି ଫି' ଚାର୍ଜ କରିନାହାନ୍ତି । ସେ ମାଗଣାରେ ଏହି ଫିଲ୍ମ କରିଥିଲେ । ଏଥିସହ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ସେହିପରି ଏହି ଚଳଚ୍ଚିତ୍ରଟି ହିନ୍ଦୀରେ ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ପୋଷାକ ଡିଜାଇନ ପାଇଁ ଆଉ ଦୁଇଟି ଜାତୀୟ ପୁରସ୍କାର ଗ୍ରହଣ କରିଥିଲା ।

ସୂଚନା ଥାଉ କି, 'ବ୍ଲାକ୍' ହେଲେନ କେଲରଙ୍କ ଜୀବନ ଦ୍ୱାରା ଅନୁପ୍ରାଣିତ ହୋଇ ରାନୀଙ୍କୁ ଜଣେ ଦୃଷ୍ଟିହୀନ ଏବଂ ବଧିର ମହିଳା ଭାବରେ ଅଭିନୟ କରିଥିଲେ ଏବଂ ବଚ୍ଚନ ତାଙ୍କ ଶିକ୍ଷକ ଦେବରାଜ ସାହାଙ୍କ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମକୁ ଲୋକପ୍ରିୟ ନିର୍ଦ୍ଦେଶକ ସଂଜୟ ଲୀଲା ଭନସାଲି ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମର ଓଟିଟି ରିଲିଜ ଘୋଷଣା ପରେ ଫ୍ୟାନ୍ସ ଏବଂ ଦର୍ଶକ ଏହାକୁ ଦେଖିବାକୁ ବେଶ ଉତ୍ସାହିତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଯୋଧ୍ୟାରେ ଜାଗା କିଣିଲେ ଅମିତାଭ ବଚ୍ଚନ, ଦାମ୍ ଜାଣିଲେ ଉଡିଯିବ ହୋସ୍

ନିର୍ଦ୍ଦେଶକ ଏକ ସାକ୍ଷାତକାରରେ ଫିଲ୍ମରେ ବିଗ ବିଙ୍କ ଭୂମିକାକୁ ନେଇ କହିଥିଲେ ଯେ, ଯଦି ଅମିତାଭ ବଚ୍ଚନ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥାନ୍ତେ ତେବେ ସେ ବ୍ଲାକ୍ କରିନଥାନ୍ତେ । ସେ ଏହା ମଧ୍ୟ କହିଛନ୍ତି ଯେ ମାଗଣାରେ କାମ କରିବା ସତ୍ତ୍ବେ ବିଗ୍ ବି ଆୱାର୍ଡ ୱିନିଂ ପରଫର୍ମାନ୍ସ ଦେଇଥିଲେ । ସେପଟେ ବିଗ ବି ମଧ୍ୟ ଫିଲ୍ମ ବିଷୟରେ ପ୍ରତିକ୍ରିୟା ରଖି ଏହାର ଶ୍ରେୟ ସଂଜୟ ଭନସାଲିଙ୍କୁ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.