ହାଇଦ୍ରାବାଦ: ଟିଭିର ସବୁଠାରୁ ଲୋକପ୍ରିୟ ଶୋ' ବିଗ୍ ବସ୍ ୧୭ ବର୍ତ୍ତମାନ ଶେଷ ହୋଇଛି । ମୁନାୱାର ଫାରୁକି ଶୋ'ର ନୂଆ ବିଜେତା ହୋଇଛନ୍ତି । ଯେଉଁଠାରେ ପ୍ରଥମ ରନର୍ସ ଅପ୍ ଅଭିଷେକ କୁମାର ଏବଂ ଦ୍ୱିତୀୟ ରନର୍ସ ଅପ୍ ମନାର ଚୋପ୍ରା ହୋଇଛନ୍ତି । ଏହା ବ୍ୟତୀତ ଅଙ୍କିତା ଲୋଖଣ୍ଡେ ଏବଂ ଅରୁଣ ମହାଶେଟ୍ଟୀ ମଧ୍ୟ ଟପ ୫ର ଅଂଶ ରହିଥିବା ବେଳେ ଅନେକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ବିଗ ବସ ଏହି ସିଜନର ୨ ପ୍ରତିଯୋଗୀ ଅଙ୍କିତା ଲୋଖଣ୍ଡେ ଏବଂ ଆୟଶା ଖାନଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି । ବିଗ ବସରେ ବିଜେତା ହୋଇନଥିଲେ ସୁଦ୍ଧା ବର୍ତ୍ତମାନ ଉଭୟଙ୍କୁ ମିଳିଛି ବଡ ଅଫର । ଏହି ଉଭୟ ଷ୍ଟାର ଏବେ ବଲିଉଡ ଫିଲ୍ମରେ ନଜର ଆସିବା ନେଇ ଜଣାପଡିଛି । ବଲିଉଡର କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଚାୱରା ଏହି ଅପର ଦେଇଥିବା ଜଣାପଡିଛି ।
ନିକଟରେ ବଲିଉଡର କାଷ୍ଟିଂ ନିର୍ଦ୍ଦେଶକ ଏକ୍ସରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ବିଗ ବସ ୧୭ର ପ୍ରତିଯୋଗୀଙ୍କ ବିଷୟରେ କଥାବାର୍ତ୍ତା କରିଛନ୍ତି । ସେ କହିଛନ୍ତି ଯେ, ଶୋ'ର ବିଜେତା ମୁନାୱାର ଫାରୁକି ଏବଂ ପ୍ରଥମ- ୨ୟ ରନର୍ସ ଅପ ଅଭିଷେକ କୁମାର ଓ ମନରା ଚୋପ୍ରାଙ୍କୁ ଭେଟିବାକୁ ଅପେକ୍ଷା କରିପାରୁନାହିଁ । ସେହିପରି ଆଉ ଏକ ପୋଷ୍ଟରେ ଲେଖିଛନ୍ତି, ଅଙ୍କିତା ଲୋଖଣ୍ଡେ ଏବଂ ଆୟଶା ଖାନଙ୍କୁ ଫିଲ୍ମରେ କାଷ୍ଟ କରିବାକୁ ଅପେକ୍ଷା କରିପାରୁନାହିଁ । ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ଏବଂ ଉଭୟଙ୍କୁ ବଲିଉଡ ଫିଲ୍ମରେ ନଜର ଆସିବା ନେଇ ଚର୍ଚ୍ଚା ଜୋର ଧରିଛି ।
ଏହି ଶୋ'ରେ ଅଙ୍କିତା ଏବଂ ଆୟଶାଙ୍କୁ ଦେଖିବାକୁ ମିଳିଥିଲା
ଅଙ୍କିତା ଲୋଖଣ୍ଡେ ଟିଭିର ଜଣେ ପ୍ରମୁଖ ଅଭିନେତ୍ରୀ । ସେ ସିରିଜ 'ପବିତ୍ର ରିସ୍ତା' ସହ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ଏହି ଶୋ'ବହୁତ ଲୋକପ୍ରିୟ ହୋଇଥିଲା ଏବଂ ଏହା ପ୍ରାୟ ୭ ବର୍ଷ ପର୍ଯ୍ୟନ୍ତ ଚାଲିଲା । ଏହା ପରେ ଅଭିନେତ୍ରୀ କିଛି ବଲିଉଡ ଫିଲ୍ମରେ ବି ଅଭିନୟ କରିଛନ୍ତି । ଆୟଶା ଖାନଙ୍କ ବିଷୟରେ କହିବାକୁ ଗଲେ, ତାଙ୍କୁ ଟିଭି ସିରିଏଲ 'ବାଲଭୀର'ରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଏବଂ ଅନେକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବିଗବସ ସିଜିନ 17: ଗ୍ରାଣ୍ଡ ଫାଇନାଲରେ ଟ୍ରଫି ହାତେଇଲେ ମୁନାୱାର ଫାରୁକି
ଆୟଶା-ଅଙ୍କିତାଙ୍କ ବିଗ୍ ବସ୍ ଯାତ୍ରା
ଅଙ୍କିତା ଲୋଖଣ୍ଡେ ତାଙ୍କ ସ୍ବାମୀ ବିକି ଜେନଙ୍କ ସହ ବିଗ୍ ବସ୍ ୧୭ରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ । ଶୋ'ରେ ଉଭୟଙ୍କ ମଧ୍ୟରେ ଉଭୟ ଭଲପାଇବା ଏବଂ ବିବାଦ ଦେଖିବାକୁ ମିଳିଥିଲା । ବିକି ଶୋ' ଫାଇନାଲର ଏକ ସପ୍ତାହ ପୂର୍ବରୁ ବାହାରିଥିବାବେଳେ ଅଙ୍କିତା ଟପ୍ ୪ ଫାଇନାଲିଷ୍ଟରେ ନିଜ ସ୍ଥାନ ପକ୍କା କରିଥିଲେ। ଆୟଶା ଖାନ ବିଗ୍ ବସ୍ ରେ ୱାଇଲ୍ଡ କାର୍ଡ ଭାବେ ଏଣ୍ଟ୍ରି କରିଥିଲେ । ସେ ଶୋ'କୁ ଆସିବା ମାତ୍ରେ ଶୋ'ର ବିଜେତା ମୁନାୱାର ଫାରୁକିଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ । ଯାହା ପରେ ସେ କିଛି ଦିନ ପରେ ଶୋ'ରୁ ବିଦା ହୋଇଥିଲେ ।