ETV Bharat / entertainment

ଭିକାରୀ ବଳଙ୍କୁ ମିଳିବ ସମ୍ମାନ, ତିରୋଧନ ଦିବସରେ ପ୍ରତିମୂର୍ତ୍ତି ଲୋକାର୍ପଣ

ଭଜନ ସମ୍ରାଟ ଭିକାରୀ ବଳଙ୍କୁ ମିଳିବ ଉଚିଟ ସମ୍ମାନ । ୬ଦିନ ମଧ୍ୟରେ ଖାନ ନଗର ପାର୍କରେ ପ୍ରତିମୂର୍ତ୍ତି ପୁନଃସ୍ଥାପିତ ହେବ । ନଭେମ୍ବର 2 ରେ କରାଯିବ ଲୋକାର୍ପିତ ।

Bhajan Samrat Bhikari Bal Statue
Bhajan Samrat Bhikari Bal Statue (ETV Bharat Odisha)
author img

By ETV Bharat Odisha Team

Published : 3 hours ago

କଟକ: ଭଜନ ସମ୍ରାଟ ଭିକାରୀ ବଳଙ୍କୁ ମିଳିବ ଉଚିତ୍ ସମ୍ମାନ । ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ୬ଦିନ ମଧ୍ୟରେ ଖାନ ନଗର ପାର୍କରେ ପୁନଃସ୍ଥାପିତ ହେବ । ସୂଚନା ଅନୁସାରେ, ବିକାଶ ଭବନରେ ଦୀର୍ଘ ଦେଢ଼ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି । ଯାହାକୁ ନେଇ ବିଭିନ୍ନ ଦିଗରୁ ସ୍ୱର ଉତ୍ତୋଳନ ପରେ ଏହି ବିବାଦ ଉପରେ ପଡିଛି ପୂର୍ଣ୍ଣଛେଦ । ଆସନ୍ତା ନଭେମ୍ବର 2 ତାରିଖରେ ଭିକାରୀ ବଳଙ୍କ ତିରୋଧନ ଦିବସରେ ଏହି ପ୍ରତିମୂର୍ତ୍ତି ଲୋକାର୍ପିତ ହେବ । ଏନେଇ ସ୍ପଷ୍ଟ କରିଛନ୍ତି ସିଏମସି ମେୟର ସୁବାଷ ସିଂ ।

ନଭେମ୍ବର 2 ରେ ଲୋକାର୍ପିତ ହେବ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି

ଆଜି ସିଏମସିର ଏକ ପ୍ରତିନିଧି ମଣ୍ଡଳୀ ପୂର୍ବରୁ ଯେଉଁଟି ପ୍ରତିମୂର୍ତ୍ତି ରହିଥିଲା ସେହି ସ୍ଥାନର ସ୍ଥିତି ସମୀକ୍ଷା କରିଥିଲେ । ଏହି ସମୟରେ ସିଏମସି ମେୟର କହିଛନ୍ତି, ''ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି ପୂର୍ବରୁ ଖାନନଗର ପାର୍କରେ ଅବସ୍ଥାପିତ ହୋଇଥିଲା । ନେତାଜୀ ବସ୍ ଟର୍ମିନାଲର ନିର୍ମାଣ ହେବା ଏବଂ ସମ୍ମୁଖ ରାସ୍ତା ୬ ଲେନ ସମ୍ପ୍ରସାରଣ କାର୍ଯ ହେବା ଦ୍ବାରା ସଂପୃକ୍ତ ପାର୍କ ଉଛେଦ ଓ ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା । ରାସ୍ତାକାମ ଚାଲିଥିବାରୁ ଦୀର୍ଘ ଦିନ ଧରି ଏହି ପ୍ରତିମୂର୍ତ୍ତି ପୁନଃ ସ୍ଥାପିତ ହୋଇପାରିନଥିଲା । ଆଜି ସେହି ପାର୍କରେ ସ୍ଥାପନ ଜାଗା ଚିହ୍ନଟ ହେବା ପରେ ଆସନ୍ତାକାଲି ଠୁ କାମ ଆରମ୍ଭ ହେବ । ଏହାଛଡା ଚଳିତ ମାସ ରେ କଟକ ମହାନଗର ନିଗମ ପକ୍ଷରୁ ୮୯ ଲକ୍ଷ ଟଙ୍କାର ଏକ ଟେଣ୍ଡର ପକ୍ରିୟା କରାଯାଇ ପାର୍କଟିକୁ ପୁନଃ ବ୍ୟବସ୍ତିତ ଓ ସମ୍ପ୍ରସାରଣ ହେବାର ଯୋଜନା କରାଯାଇଅଛି । ଯେଉଁଥିପାଇଁ ଭଜନ ସମ୍ରାଟ ଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପିତ ହେବାରେ ବିଳମ୍ବ ହୋଇଆସୁଥିଲା । କିନ୍ତୁ ନୂଆ ପାର୍କ ନିର୍ମାଣ ସହ ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି ମଧ୍ୟ ଲୋକାର୍ପିତ କରାଯିବ ।''

Bhajan Samrat Bhikari Bal Statue (ETV Bharat Odisha)

ଖୁସିବ୍ୟକ୍ତ କଲେ ଭିକାରୀ ବଳ ସ୍ମୃତି କମିଟି ସମ୍ପାଦକ

ସେପଟେ ଏନେଇ ଭିକାରୀ ବଳ ସ୍ମୃତି କମିଟି ସମ୍ପାଦକ ସୁନାକର ରାଉତ କହିଛନ୍ତି, ଏହି ନିଷ୍ପତିରେ ଆମେ ବହୁତ ଖୁସି । ଆମ ଅନୁରୋଧ ରକ୍ଷା କରିଥିବାରୁ ମେୟରଙ୍କୁ ଧନ୍ୟବାଦ ଜଣାଉଛି । ନଭେମ୍ବର ୨ତାରିଖ ଭିକାରୀ ବଳଙ୍କ ପୁଣ୍ୟତିଥିରେ ତାଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହେବ । ଏହି ଅବସରରେ ସମସ୍ତ ଅତିଥି ମାନେ ମାଲ୍ୟାର୍ପଣ କରିବାର ସୁଯୋଗ ପାଇପାରିବେ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଅଭିଯୋଗ, ସ୍ପଷ୍ଟୀକରଣ ରଖିଲେ ମେୟର

୨୦୧୮ ରେ ନିର୍ମାଣ ହୋଇଥିଲା ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି

ଭିକାରୀ ବଳଙ୍କ ଦେହାନ୍ତ ପରେ ତାଙ୍କୁ ସମ୍ମାନ ଜଣାଇ କାଠଯୋଡ଼ି ରିଙ୍ଗ ବନ୍ଧ ପାର୍ଶ୍ୱ ପାର୍କ ନିକଟରେ ୨୦୧୮ ମସିହାରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । କିନ୍ତୁ ରାସ୍ତା ପ୍ରଶସ୍ତିକରଣ ପାଇଁ ୨୦୨୩ ମସିହାରେ ସିଏମସି ଏହି ପ୍ରତିମୂର୍ତ୍ତିକୁ ଉଚ୍ଛେଦ କରି ଅନ୍ୟତ୍ର ପ୍ରତିଷ୍ଠା କରିବା ପାଇଁ ଯୋଜନା କରିଥିଲା । ପରେ ନେତାଜୀ ବସ ଟର୍ମିନାଲ ସମ୍ପ୍ରସାରଣ ସମୟରେ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିକୁ ଖାନନଗର ବୁରୁଜ ନିକଟରୁ ଉଠାଇ ଦିଆଯାଇଥିଲା । ହେଲେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ସତେ ଯେମିତି ଭିକାରୀ ବଳଙ୍କୁ ଭୁଲିଯାଇଥିଲେ । ଲୁହା ଖୁଣ୍ଟିରେ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିର ଗୋଡ ବନ୍ଧା ହେଇଛି ଆଉ ହାତ ମୁଁହ ଜରିପାଲ ଢାଙ୍କି ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା । CMCର‌ ଅଳିଆ ଆବର୍ଜନା ରହୁଥିବା ସ୍ଥାନରେ ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତି ଏଭଳି ପଡିରହିଥିବା ଦେଖି ଭିକାରୀ ବଳଙ୍କୁ ଅସମ୍ମାନ ଅଭିଯୋଗରେ ତାଙ୍କ ପୁଅ ଏବଂ ଭିକାରୀ ବଳ ସ୍ମୃତି ସଂସଦ ଅସନ୍ତୋଷ ପ୍ରକାଶ କରିବା ସହ CMCକୁ ଦାୟୀ କରିଥିଲେ ।

ଭିକାରୀ ବଳଙ୍କ ବିଷୟରେ କହିବାକୁ ଗଲେ,

ଭିକାରୀ ବଳଙ୍କୁ ଭଜନ ସମ୍ରାଟ ଆଖ୍ୟା ଦିଆଯାଇଛି । ସେ ନିଜ କ୍ୟାରିଅରରେ ଅନେକ ଭକ୍ତିପୂର୍ଣ୍ଣ ଊଜନ ଗାଇ ଲୋକଙ୍କ ମନ ଜତିଛନ୍ତି । କୋଠ ଭୋଗଖିଆ, ଜଗନ୍ନାଥ ହେ, କିଛି ମାଗୁନାହିଁ ତୋତେ, ହାତରେ ମୋ ମୁଠା ମୁଠା ଶରଧା ବାଲି, ତୋତେ ବାହୁଡ଼େଇ ନେବି ଆସିଛି, ତୋ ଦାଣ୍ଡଧୁଳି ମୁ ନହେଲେ ନାହିଁ ଭଳି ଅନେକ ଭଜନରେ ନିଜର କଣ୍ଠଦାନ କରିଛନ୍ତି । ଯାହା ଆଜି ବି ଲୋକେ ଶୁଣିବାକୁ ବେଶ ଭଲପାଆନ୍ତି । ମେ 25, 1929ରେ ଜନ୍ମ ଗ୍ରହଣ କରିଥିବା ଭଜନ ସମ୍ରାଟ ନଭେମ୍ୱର 2, 2010ରେ 81 ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ସେ ଆଜି ଆମ ଗହଣରେ ନାହାନ୍ତି ସତ ହେଲେ ସେ ସବୁଦିନ ପାଇଁ ଆମ ଗହଣରେ ଚିରସ୍ମରଣୀୟ ହୋଇ ରହିଛନ୍ତି ଏବଂ ତାଙ୍କ ଆଜି ବି ଚିର ସବୁଜ ହୋଇ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.