ETV Bharat / entertainment

ରାଜନୀତିରେ ମିଶିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିଛନ୍ତି ଏହି ତାରକା, କିଏ ହୋଇଛି ସଫଳ କିଏ ବିଫଳ ? ଜାଣନ୍ତୁ - ACTOR JOINS POLITICS AFTER ACTING

ଆକ୍ଟିଂ କ୍ୟାରିଅର ଛାଡ଼ି ଅନେକ ସାଉଥ ସିନେମା ଏବଂ ବଲିଉଡ ତାରକା ରାଜନୀତିରେ ଯୋଗ ଦେଇଥିଲେ । କେଉଁ ତାରକାଙ୍କ ରାଜନୀତିରେ ଭାଗ୍ୟ ଚମକିଛି ? ଜାଣନ୍ତୁ,

celebs quit acting after join politics
celebs quit acting after join politics (ETV Bharat Odisha)
author img

By ETV Bharat Entertainment Team

Published : Oct 29, 2024, 1:29 PM IST

ହାଇଦ୍ରାବାଦ: ଆମ ଦେଶରେ ରାଜନୀତି ଏବଂ ମନୋରଞ୍ଜନ ଶିଳ୍ପ ମଧ୍ୟରେ ବହୁତ ପୁରୁଣା ସମ୍ପର୍କ ଅଛି । ଅନେକ କଳାକାର ଅଛନ୍ତି ଯେଉଁମାନେ ଦ୍ୱିତୀୟ କ୍ୟାରିୟର ଭାବରେ ରାଜନୀତି ଆରମ୍ଭ କରିଥିଲେ ଏବଂ ସଫଳ ହୋଇଥିଲେ । ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ରାଜନୀତିରେ ଏଣ୍ଟ୍ରି କରିଥିଲେ ହେଁ ସଫଳ ହୋଇପାରିନାହାନ୍ତି ଏବଂ ପୁଣି ବଲିଉଡକୁ ଫେରିଥିଲେ । ତେବେ ଏହି ଆର୍ଟିକିଲରେ ଚାଲନ୍ତୁ ଜାଣିବା, କେଉଁ କେଉଁ ତାରକା ରାଜନୀତିରେ ସାମିଲ ହୋଇଛନ୍ତି ଏବଂ କାହାର ଚମକିଛି ଭାଗ୍ୟ ?

ରାଜନୀତିରେ ମିଶିବା ପରେ ଅଭିନୟ ଛାଡ଼ିଛନ୍ତି ଏହି ତାରକା

ଥାଲାପତି ବିଜୟ

ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଅନେକ ହିଟ୍ ଫିଲ୍ମ ଦେବା ସହ ଲୋକପ୍ରିୟ ତାରକା ହୋଇପାରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ତାରକା ନିଜର ତୀୟ କ୍ୟାରିୟର ଭାବରେ ରାଜନୀତିକୁ ବାଛିଛନ୍ତି । ଚଳିତ ବର୍ଷ ଅଭିନେତା ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି । ଚଳିତ ବର୍ଷ ସେ ରାଜନୀତିରେ ସାମିଲ ହେବା ସହ ନିଜ ଦଳର ନାଁ 'ତାମିଲାଗା ଭେଟ୍ରି କାଝାଗାମ' (ଟିଭିକେ) ମଧ୍ୟ ଘୋଷଣା କରିଥିଲେ । ଏଥିସହ ସେ ନିକଟରେ ନିଜ ଶେଷ ଫିଲ୍ମ ଅନଟାଇଟଲ୍ଡ ଫିଲ୍ମ 'ଥାଲାପତି 69' ମଧ୍ୟ ଘୋଷଣା କରିଥିଲେ । ଏହି ଫିଲ୍ମ ପରେ କୁହାଯାଉଛି ଯେ, ଥାଲାପତି ବିଜୟ ନିଜ ଆକ୍ଟିଂ କ୍ୟାରିଅର ଛାଡ଼ି ରାଜନୀତି କରିବେ । ବର୍ତ୍ତମାନ ବିଜୟ ତାମିଲନାଡୁ ବିଧାନସଭା ନିର୍ବାଚନ 2026 ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି । ବିଜୟ ରାଜନୀତିରେ କେତେ ସଫଳ ହେବେ ବିଧାନସଭା ନିର୍ବାଚନରୁ ଜଣାପଡିବ । ଏଥି ସହିତ ବିଜୟ ଏକମାତ୍ର ଷ୍ଟାର ନୁହଁନ୍ତି ଯିଏ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ି ରାଜନୀତିରେ ଯୋଗ ଦେଇଛନ୍ତି ।

NTR
NTR (IANS)

NT ରାମା ରାଓ

NTR ଭାବରେ ଜଣାଶୁଣା ନନ୍ଦାମୁରୀ ତାରକା ରାମା ରାଓ (ଜୁନିଅର ଏନଟିଆରଙ୍କ ଜେଜେବାପା) ପ୍ରଥମେ ତାଙ୍କର ଅଭିନୟରେ କ୍ୟାରିଅର ଆରମ୍ଭ କରିଥିଲେ ଏବଂ କୃଷ୍ଣ ଏବଂ ରାମ ପରି ହିନ୍ଦୁ ଦେବତାମାନଙ୍କୁ ଚିତ୍ରଣ କରି ଖ୍ୟାତି ଅର୍ଜନ କରିଥିଲେ । ଏହା ପରେ ସେ 1982 ରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପ୍ରତିଷ୍ଠା କରି ରାଜନୀତିରେ ପ୍ରବେଶ କରିଥିଲେ । ସେ ତିନିଥର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କର ଅବଦାନ ହେତୁ ତାଙ୍କୁ 1968 ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଜୟଲଳିତା

ତାମିଲନାଡୁର ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତା ମଧ୍ୟ 1961 ରୁ 1980 ମଧ୍ୟରେ 140 ଚଳଚ୍ଚିତ୍ର ସହିତ ଇଣ୍ଡଷ୍ଟ୍ରିରେ ଜଣେ ସଫଳ ଅଭିନେତ୍ରୀ ଭାବରେ ପ୍ରତିଷ୍ଠିତ ହେବା ପରେ ରାଜନୀତିରେ ପରିଣତ ହୋଇଥିଲେ । ଅଭିନେତ୍ରୀ ଭାବରେ ତାଙ୍କର ଅଭିନୟ ଏବଂ ଡ୍ୟାନ୍ସ ପାଇଁ ତାଙ୍କୁ ପ୍ରଶଂସା କରାଯାଇଥିଲା । 1982 ମସିହାରେ, ଜୟଲଳିତା AIADMK ରେ ଯୋଗ ଦେଇଥିଲେ, ଯାହାକି M.G ରାମଚନ୍ଦ୍ରନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା, ଯିଏକି ତାଙ୍କର ସହ-ଷ୍ଟାର ମଧ୍ୟ ଥିଲେ । 1991 ରେ, ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏହି ପଦବୀ ହାସଲ କରିଥିବା ସବୁଠାରୁ କନିଷ୍ଠ ବ୍ୟକ୍ତି ଥିଲେ ସେ । 75 ଦିନ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଜୟଲଳିତାଙ୍କର ଡିସେମ୍ବର 5, 2016 ରେ ହୃଦଘାତରେ ମୃତ୍ୟୁ ହୋଇଥିଲା ।

Vijaykanth
Vijaykanth (IANS)

ବିଜୟକାନ୍ତ

ବିଜୟକାନ୍ତ ଜଣେ ଅଭିନେତା ତଥା ନେତା ହୋଇଥିଲେ । ସେ ଅଭିନୟ ପରେ 2011ରେ ରାଜନୀତିରେ ଏଣ୍ଟ୍ରି କରିଥିଲେ । ଏହା ପରେ ସେ 2016 ପର୍ଯ୍ୟନ୍ତ ତାମିଲନାଡୁ ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଥିଲେ । 2005 ରେ, ଦେଶିଆ ମୁର୍ପୋକ୍କୁ ଦ୍ରାବିଡ କାଜଗାମର ପ୍ରତିଷ୍ଠାତା ହୋଇଥିଲେ । 2016 ରେ ଏକ ନିର୍ବାଚନ ଭାଷଣ ସମୟରେ ସେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ । କରୋନାରେ ପୀଡିତ ହୋଇ ସେ ଡିସେମ୍ୱର 28, 2023ରେ ଆଖି ବୁଜିଥିଲେ ।

ଜୟା ପ୍ରଦା

ବଲିଉଡ ଏବଂ ସାଉଥ ସିନେମାର ଅନେକ ହିଟ୍ ଫିଲ୍ମରେ କାମ କରିଥିବା ସୁନ୍ଦର ଅଭିନେତ୍ରୀ ଜୟା ପ୍ରଦା ଏବେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିଛନ୍ତି । 1986 ରେ ରାଜ୍ୟସଭା ସାଂସଦ ହେବା ପରଠାରୁ ତାଙ୍କୁ ଫିଲ୍ମରେ ଦେଖିବାକୁ ମିଳି ନଥିଲା । ଏଥିସହ 2004 ମସିହାରେ ସେ ତେଲୁଗୁ ଦେଶମ ପାର୍ଟି ପାଇଁ ଲୋକସଭା ନିର୍ବାଚନରେ ​​ମଧ୍ୟ ଜିତିଥିଲେ । 2004 ରୁ 2010 ପରେ ସେ ସମାଜବାଦୀ ପାର୍ଟିର ଅଂଶ ଏବଂ 2014 ରୁ 2019 ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଲୋକ ଦଳ ପାର୍ଟିର ଅଂଶ ହୋଇଥିଲେ । ଏବେ ସେ ବିଜେପିରେ ଯୋଗ ଦେଇଛନ୍ତି ।

ସୁନୀଲ ଦତ୍ତ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ବାପା ସୁନୀଲ ଦତ୍ତ 9 ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ଅନେକ ହିଟ୍ ଫିଲ୍ମ ଦେଇ ଲୋକଙ୍କ ମନ ଜିତିଥିଲେ । ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । 2004 ମସିହାରେ ସେ କଂଗ୍ରେସ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ । ପରେ 25 ମେ 2005 ରେ 75 ବର୍ଷ ବୟସରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।

ସ୍ମୃତି ଇରାନୀ

ଟିଭିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ସ୍ମୃତି ଇରାନୀ ରାଜନୀତିରେ ଯୋଗଦେବା ପରେ 2009 ରେ ଆକ୍ଟିଂ କ୍ୟାରିଅର ଛାଡିଥିଲେ । ଯେପରି 'କ୍ୟୁକି ଶାଶ ଭି କଭି ବୋହୂ ଥି' ସିରିଏଲରେ ଦମଦାର ଅଭିନୟ କରି ସେ ସାରା ଦେଶରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେପରି ସେ ବିଜେପି ସରକାରରେ ସାଂସଦ ଏବଂ କ୍ୟାବିନେଟ ମନ୍ତ୍ରୀ ରହିସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କିଏ ଫ୍ୟାକ୍ଟ୍ରିରେ କାମ କରୁଥିଲା ତ କିଏ ଥିଲା ଟ୍ରାଭେଲ ଏଜେଣ୍ଟ, ଆଜି କୋଟି କୋଟି ଟଙ୍କାର ମାଲିକ ସହ ସାଜିଛନ୍ତି ସୁପରଷ୍ଟାର, ଜାଣନ୍ତୁ ସେମାନେ କିଏ ?

ରାଜନୀତିରେ ଫେଲ୍ ଏହି ତାରକା

ସେପଟେ ଅନେକ ବଲିଉଡ ଏବଂ ସାଉଥ ତାରକା ଅଛନ୍ତି ଯେଉଁମାନେ ରାଜନୀତିରେ ନିଜକୁ ପ୍ରତିଷ୍ଠିତ କରିପାରିନାହାନ୍ତି । ଏହି ତାଲିକାରେ ଅମିତାଭ ବଚ୍ଚନ, ବିନୋଦ ଖନ୍ନା, ଚିରଞ୍ଜୀବୀ, ଗୋବିନ୍ଦା, କମଲ ହାସନ, ମିମି ଚକ୍ରବର୍ତ୍ତୀ, ଉର୍ମିଲା ମାତେଣ୍ଡକର, ବିଶାଲ ଦଦଲାନି, ବିଗ୍ ବସ୍ ପ୍ରତିଯୋଗୀ ଅର୍ଶୀ ଖାନ୍ ଭଳି ତାରକା ଅଛନ୍ତି । କହିରଖୁଛୁ କି, ଗୋବିନ୍ଦା ପୁଣି ଥରେ ଦଳର ସଦସ୍ୟ ଭାବରେ ରାଜନୀତିରେ ଯୋଗ ଦେଇଛନ୍ତି । ଅନ୍ୟ ତାରକା ମାନେ ରାଜନୀତିରେ ଫେଲ୍ ହେବା ପରେ ପୁଣି ନିଜ ଅଭିନୟ କ୍ୟାରିଅର ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.