ETV Bharat / entertainment

୫୨ ବର୍ଷ ପୁରୁଣା ଫିଲ୍ମ 'ବାୱାର୍ଚି'ର ହେବ ରିମେକ - Anushree Mehta

Bawarchi Remake: ଦିବଙ୍ଗତ ଅଭିନେତା ରାଜେଶ ଖାନ୍ନାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଅଭିନେତାଙ୍କ ହିଟ୍ ଫିଲ୍ମ 'ବାୱାର୍ଚି'ର ରିମେକ ପ୍ରସ୍ତୁତ କରାଯିବ । କେଉଁ ନିର୍ଦ୍ଦେଶକ ଏହି ଫିଲ୍ମ କରିବେ ଏବଂ କେବେ ଏହାର ରିଲିଜ ହେବ, ଜାଣନ୍ତୁ

୫୨ବର୍ଷ ପୁରାତନ ଫିଲ୍ମ 'ବାୱାର୍ଚି'ର ହେବ ରିମେକ, ଏହି ନିର୍ଦ୍ଦେଶକ କରିବେ ଫିଲ୍ମ

author img

By ETV Bharat Odisha Team

Published : Feb 8, 2024, 12:27 PM IST

ହାଇଦ୍ରାବାଦ: ଦିବଙ୍ଗତ ବଲିଉଡ଼ ସୁପରଷ୍ଟାର ରାଜେଶ ଖାନ୍ନା ଆମ ଗହଣରେ ନାହାନ୍ତି ସତ ହେଲେ ଆଜି ବି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଦମଦାର ଅଭିନୟ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି । ଏହି ସମୟରେ ବଲିଉଡର ନୂଆ ନିର୍ମାତା ତଥା ନିର୍ଦ୍ଦେଶକ ଅନୁଶ୍ରୀ ମେହେତା ରାଜେଶ ଖାନ୍ନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଦେଇଛନ୍ତି । ସେ ତାଙ୍କ ଫିଲ୍ମ 'ବାୱାର୍ଚି'ର ରିମେକ କରିବାକୁ ଯାଉଛନ୍ତି । ସେ ଏହି କାମ କରିବାକୁ ବହୁତ ଉତ୍ସାହିତ ଥିବା କହିଛନ୍ତି ।

ଅନୁଶ୍ରୀ ମେହେତା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଏଥିରେ ରାଜେଶ ଖାନ୍ନାଙ୍କ ଫିଲ୍ମ 'ବାୱାର୍ଚି'ର ରିମେକ କରିବାକୁ ଯାଉଥିବା କହିଛନ୍ତି । ସେ 'ବାୱାର୍ଚି' ରିମେକର ସ୍କ୍ରିପ୍ଟ ଲେଖି ସାରିଥିବା ଜଣାଇଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ସିନେମା ହଲକୁ ଆସିବ । ଫିଲ୍ମ ପାଇଁ କାଷ୍ଟିଂ ଚାଲିଛି, ନିର୍ମାତାମାନେ ଖୁବଶୀଘ୍ର ଏହାର ସୂଚନା ଦେବେ । ସେମାନେ ଏହା ଉପରେ କାମ ଆରମ୍ଭ କରିଛନ୍ତି । ସେ ଏହି ଫିଲ୍ମ କରିବା ନେଇ ଉତ୍ସାହିତ ଥିବା କହିଛନ୍ତି ।

ସୂଚନା ଥାଉକି, ବାୱାର୍ଚି ୧୯୭୨ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମ ୧୯୬୬ ମସିହାର ବଙ୍ଗଳା ଚଳଚ୍ଚିତ୍ର ଗଲ୍ପୋ ହୋଲିୟୋ ସତିଙ୍କ ରିମେକ୍ ଥିଲା, ଯାହାକୁ ନିର୍ଦ୍ଦେଶକ ତପନ ସିହ୍ନା ନିର୍ଦ୍ଦେଶନା ଦେଇଥିଲେ ।

'ବାୱାର୍ଚି' ଫିଲ୍ମ ବିଷୟରେ ଅନୁଶ୍ରୀ କହିଛନ୍ତି, ''ମୁଁ ଏହି ଚଳଚ୍ଚିତ୍ରର ରିମେକ୍ କରିବା ପାଇଁ ଅବୀର ସେନଗୁପ୍ତା, ସମୀର ରାଜ ସିପିଙ୍କ ସହ ସହଯୋଗ କରିଛି । ଯେତେବେଳେ ମୁଁ ତାଙ୍କୁ କହିଥିଲି ଯେ ମୁଁ 'ବାୱାର୍ଚି'ର ରିମେକ୍ କରିବାକୁ ଚିନ୍ତା କରୁଛି, ସେ କହିଥିଲେ ମୁଁ ରିମେକ୍ ଲେଖିବା ସହ ନିର୍ଦ୍ଦେଶନା ଦେବା ଉଚିତ୍ । ଏହାପରେ 'ସେ ନିଶ୍ଚିତ ଥିଲେ ଯେ ମୁଁ କାହାଣୀକୁ ଏପରି ଭାବରେ କହିପାରିବି ଯାହା ତାଙ୍କୁ ଗର୍ବିତ କରିବ ।'' ବାୱାର୍ଚି'ର ରିମେକ ସହ ଏକ ପାରିବାରିକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହୁଁଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜନ ଅବ୍ରାହମଙ୍କ ଫିଲ୍ମ 'ବେଦା'ର ପ୍ରଥମ ଲୁକ୍ ଆଉଟ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ

ଏଥିସହ ଅନୁଶ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସେ ୭୦ ଦଶକର ଖ୍ୟାତିସମ୍ପନ୍ନ କ୍ଲାସିକ୍ 'ବାୱାର୍ଚି' ସମେତ 'ମିଲି' ଏବଂ 'କୋଶିଶ' ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିବେ । ସେ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କୁ ଏ ବିଷୟରେ ଜଣାଇଥିଲେ । ସେ ଏହି ସମସ୍ତ ଚଳଚ୍ଚିତ୍ରରେ କାମ କରିବାକୁ ବହୁତ ଉତ୍ସାହିତ ଅଛନ୍ତି । କହିରଖୁଛୁ କି, ସେ ପ୍ରଥମେ ରାଜେଶ ଖାନ୍ନା, ଜୟା ବଚ୍ଚନ ଏବଂ ଅଶ୍ରାନୀଙ୍କ ଫିଲ୍ମ 'ବାୱାର୍ଚି'ରେ କାମ କରିବେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ହୃଷିକେଶ ମୁଖାର୍ଜୀ । ଏହାପରେ ସେ ଅନ୍ୟ ଫିଲ୍ମରେ କାମ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.