ETV Bharat / entertainment

'ଶକ୍ତିମାନ' ଫିଲ୍ମରେ ରଣଭୀର ସିଂ ଆସିବେନି ନଜର, କାଷ୍ଟିଂ ନେଇ ବର୍ଷିଲେ ମୁକେଶ ଖନ୍ନା

Mukesh Khanna on Shaktiman Movie: ଭେଟେରାନ ଅଭିନେତା ମୁକେଶ ଖନ୍ନାଙ୍କ ଲୋକପ୍ରିୟ ଶୋ' 'ଶକ୍ତିମାନ' ନେଇ ଏବେ ବି ମନେ ରଖିଛନ୍ତି । ନିକଟରେ 'ଶକ୍ତିମାନ' ଫିଲ୍ମ ଆସିବା ନେଇ ଚର୍ଚ୍ଚା ଜୋର ଧରିଥିଲା ଏବଂ ଏଥିରେ ରଣଭୀର ସିଂ ନଜର ଆସିବେ ବୋଲି କୁହାଯାଉଥିଲା । ଯାହାକୁ ବର୍ତ୍ତମାନ ପ୍ରତିକ୍ରିୟା ଦେଇଛନ୍ତି ମୁକେଶ ।

author img

By ETV Bharat Odisha Team

Published : Mar 18, 2024, 11:31 AM IST

'ଶକ୍ତିମାନ' ଫିଲ୍ମରେ ରଣଭୀର ସିଂ ଆସିବେନି ନଜର, କାଷ୍ଟିଂ ନେଇ ବର୍ଷିଲେ ମୁକେଶ ଖନ୍ନା
'ଶକ୍ତିମାନ' ଫିଲ୍ମରେ ରଣଭୀର ସିଂ ଆସିବେନି ନଜର, କାଷ୍ଟିଂ ନେଇ ବର୍ଷିଲେ ମୁକେଶ ଖନ୍ନା

ହାଇଦ୍ରାବାଦ: ୯୦ ଦଶକରେ ପିଲାମାନଙ୍କ ପାଇଁ ସୁପରହିରୋ ଭାବେ ଘରେ ଘରେ ପରିଚିତ ଥିଲା ସୁପରହିଟ୍ ସିରିଏଲ 'ଶକ୍ତିମାନ' । ଯାହାର ଚର୍ଚ୍ଚା ଏବେ ମଧ୍ୟ କରାଯାଉଛି । 'ଶକ୍ତିମାନ'ର ଚରିତ୍ରକୁ ଭେଟେରାନ ଅଭିନେତା ମୁକେଶ ଖନ୍ନା ଅଭିନୟ କରିଥିଲେ । ଏହି ଚରିତ୍ରର ଲୋକପ୍ରିୟତା ଦେଖି ଏହାକୁ ବଡ ପରଦାରେ ଆଣିବା ପାଇଁ ଯୋଜନା କରାଯାଇଥିଲା ଏବଂ ଫିଲ୍ମ ଘୋଷଣା ପରଠାରୁ ଏହା ଖବରରେ ଅଛି । ଏହି ସମୟରେ ଖବର ଆସିଥିଲା ​​ଯେ ରଣଭୀର ସିଂ ଏହି ଫିଲ୍ମରେ 'ଶକ୍ତିମାନ'ର ଚରିତ୍ରରେ ଅଭିନୟ କରିବେ, କିନ୍ତୁ ବର୍ତ୍ତମାନ ଏହି ଭୂମିକାରେ ରଣଭୀରଙ୍କୁ କାଷ୍ଟିଂ ନେଇ ମୁକେଶ ଖନ୍ନା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ତାଙ୍କ ଫଟୋସୁଟକୁ ସମାଲୋଚନା କରିଛନ୍ତି ।

  • " class="align-text-top noRightClick twitterSection" data="">

ମୁକେଶ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ 'ଶକ୍ତିମାନ' ଫିଲ୍ମରେ ରଣଭୀର ସିଂଙ୍କ ଭୂମିକା ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ ପୋଷ୍ଟରରେ ଲେଖିଛନ୍ତି,''ମୁଁ ହଁ କରିନି । ଏଥିସହ ସେ କ୍ୟାପସନରେ ଲେଖିଛନ୍ତି - ''ଏତେ ଦିନ ଧରି ଖବର ଆସୁଥିଲା ଯେ ରଣଭୀର ସିଂ ଏହି ଫିଲ୍ମ କରିବାକୁ ଯାଉଛନ୍ତି । ମୁଁ ଚୁପ୍ ରହିଲି, କିନ୍ତୁ ଯେତେବେଳେ ଚ୍ୟାନେଲ ଗୁଡ଼ିକ ମଧ୍ୟ ଏହିପରି ଖବର ଚଳାଇବା ଆରମ୍ଭ କଲେ । ତା’ପରେ ମୋତେ ପାଟି ଖୋଲିବାକୁ ପଡିଲା । ସେ କହିଛନ୍ତି - 'ମୁଁ କହିଥିଲି ଯେ ଏପରି ପ୍ରତିଛବି ଥିବା ବ୍ୟକ୍ତି ଯେତେ ବଡ଼ ଷ୍ଟାର ହୋଇପାରନ୍ତି, ସେ ଶକ୍ତିମାନ ହୋଇପାରିବେ ନାହିଁ ।''

ଏହା ସହ ଅଭିନେତା ତାଙ୍କ ଫ୍ୟାନ୍ସଙ୍କୁ ତାଙ୍କ ସାକ୍ଷାତକାରର ଭିଡିଓ ଦେଖିବାକୁ କହିଥିଲେ । ତାଙ୍କର ଏହି ଭିଡିଓ 'ଭୀଷ୍ମ ଇଣ୍ଟରନ୍ୟାସନାଲ' ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ । ଏହି ସାକ୍ଷାତକାରରେ ମୁକେଶ ଖନ୍ନା ନିକଟରେ ରଣଭୀର ସିଂ କରିଥିବା ନ୍ୟୁଡ୍ ଫଟୋସୁଟକୁ ନେଇ ସମାଲୋଚନା ବି କରିଛନ୍ତି । ସେ କହିଛନ୍ତି, ଯଦି ସେ ଏସବୁକୁ ପସନ୍ଦ କରନ୍ତି ତେବେ ସେ ଯାଇ ଅନ୍ୟ ଦେଶରେ ରହିବା ଭଲ । ଏହା ବ୍ୟତୀତ ରଣଭୀରଙ୍କ ଫଟୋସୁଟକୁ ସମର୍ଥନ କରୁଥିବା ଅଭିନେତ୍ରୀଙ୍କୁ ଅଭିନେତା ତାଗିଦ୍ କରିଛନ୍ତି । ମୁକେଶ ତାଙ୍କ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ଯେ ସେ ରଣଭୀର ସିଂଙ୍କୁ ଶକ୍ତିମାନଙ୍କ ଭୂମିକାରେ ଅଭିନୟ କରିବାକୁ ଦେବେ ନାହିଁ।

ଭିଡିଓରେ ମୁକେଶ ଆହୁରି କହିଛନ୍ତି, ''ମୁଁ ଭାରତୀୟ ମୂଲ୍ୟବୋଧ ଏବଂ ସାଂସ୍କୃତିକ ସୀମା ବଜାୟ ରଖିବାରେ ବିଶ୍ୱାସ କରେ । କୌଣସି ଅଭିନେତାଙ୍କ ପାଇଁ ଶକ୍ତିମାନଙ୍କ ଭୂମିକା ପାଇଁ ଆଦର୍ଶ ଗୁଣ ରହିବା ମଧ୍ୟ ବାଧ୍ୟତାମୂଳକ, କାରଣ ଶକ୍ତିମାନ କେବଳ ଜଣେ ସୁପରହିରୋ ନୁହଁନ୍ତି ଜଣେ ସୁପର ଶିକ୍ଷକ ମଧ୍ୟ ହୋଇପାରିଛନ୍ତି । ବଡ ଅଭିନେତାମାନଙ୍କ ପାଇଁ ମଧ୍ୟ ସେମାନଙ୍କ ଚିତ୍ର ଚରିତ୍ର ମଧ୍ୟରେ ଆସେ ।'' ଏହି ସମୟରେ ପ୍ରଶଂସକମାନେ ମୁକେଶ ଖନ୍ନାଙ୍କୁ ଲୋକଙ୍କ ଅଡିସନ ନେବାକୁ ଅନୁରୋଧ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଶକ୍ତିମାନ' ସହ ଧମାକା କରିବେ ରଣଭୀର ସିଂ, ଏହି ଦିନ ସୁଟିଂ ଆରମ୍ଭ

ସୂଚନା ଥାଉ କି, ଗତ ଫେବୃଆରୀ ମାସରେ, ଶକ୍ତିମାନଙ୍କ ମେ 2025ରେ ସୁଟିଂ ଆରମ୍ଭ ହେବ ବୋଲି କୁହାଯାଉଥିଲା । ରଣଭୀର ସିଂ 'ଶକ୍ତିମାନ' ଭୂମିକାରେ ନଜର ଆସିବାକୁ ଥିବା ବେଳେ ଫିଲ୍ମକୁ ସାଉଥ ଫିଲ୍ମ ନିର୍ଦ୍ଦେଶକ ବେସିଲ ଜୋସେଫ ନିର୍ଦ୍ଦେଶନା ଦେବେ ବୋଲି ଖବର ସାମ୍ନାକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.