ETV Bharat / entertainment

ବକ୍ସ ଅଫିସ କଲେକ୍ସନ; 'ଆର୍ଟିକିଲ ୩୭୦' ୨୫ କୋଟି ପାର୍, ଏତିକି କଲେକ୍ସନ କଲା 'କ୍ରାକ' - ଆର୍ଟିକିଲ ୩୭୦ ବକ୍ସ ଅଫିସ କଲେକ୍ସନ

Article 370 Vs Crakk Bo Day 4: ୟାମୀ ଗୌତମଙ୍କ ଫିଲ୍ମ 'ଆର୍ଟିକିଲ ୩୭୦' ଏବଂ ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ 'କ୍ରାକ' ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । 'ଆର୍ଟିକିଲ ୩୭୦' ଦର୍ଶକଙ୍କ ମନ ଜିତୁଥିବା ବେଳେ 'କ୍ରାକ' ଲୋକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି । ତେବେ ଜାଣନ୍ତୁ ଉଭୟ ଫିଲ୍ମ କେତେ କଲେକ୍ସନ କରିଛି ?

ବକ୍ସ ଅଫିସ କଲେକ୍ସନ; ୨୫କୋଟି ପାର୍ କଲା 'ଆର୍ଟିକିଲ ୩୭୦', ଏତିକି କଲେକ୍ସନ କଲା 'କ୍ରାକ'

author img

By ETV Bharat Odisha Team

Published : Feb 27, 2024, 2:09 PM IST

ହାଇଦ୍ରାବାଦ: ବକ୍ସ ଅଫିସରେ କଡା ଟକ୍କର ଦେଖିବାକୁ ମିଳିଛି । ଏକାସାଙ୍ଗେ ରିଲିଜ ହୋଇଛି ବଲିଉଡର ଦୁଇଟି ଫିଲ୍ମ 'ଆର୍ଟିକିଲ ୩୭୦' ଏବଂ 'କ୍ରାକ' । ଗତ ଫେବୃଆରୀ ୨୩ରେ ଉଭୟ ଫିଲ୍ମ ଏକାଠି ପରଦାକୁ ଆସିଥିବା ବେଳେ ଏବେ ପ୍ରତିଦ୍ୱନ୍ଦ୍ୱିତା ଚାଲୁଛି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ ରିଲିଜର ୪ର୍ଥ ଦିନ ବିତିସାରିଛି । ୪ ଦିନ ମଧ୍ୟରେ 'ଆର୍ଟିକିଲ ୩୭୦' ମୋଟ ୨୫ କୋଟିରୁ ଅଧିକ ଆୟ କରିଥିବା ବେଳେ 'କ୍ରାକ' ୯ କୋଟି ଆୟ କରିଛି ।

  • " class="align-text-top noRightClick twitterSection" data="">

ସାକନିକଙ୍କ ରିପୋର୍ଟ ଅନୁସାରେ, 'ଆର୍ଟିକିଲ ୩୭୦' ରିଲିଜର ୩ ଦିନ ମଧ୍ୟରେ ୨୦ କୋଟିରୁ ଅଧିକ ଆୟ କରିଛି । 'ଆର୍ଟିକିଲ ୩୭୦' ଶୁକ୍ରବାର (ଫେବୃଆରୀ ୨୩) ପ୍ରଥମ ଦିନ ୫.୯ କୋଟି ସହ ଓପନିଂ କରିଥିଲା । ସେହିପରି ଦ୍ୱିତୀୟ ଦିନ, ଶନିବାର (ଫେବୃଆରୀ ୨୪)ରେ ଫିଲ୍ମ ୭.୪ କୋଟି ଆୟ କରିଛି । ଅନ୍ୟପଟେ ତୃତୀୟ ଦିନ, ରବିବାର (ଫେବୃଆରୀ ୨୫)ରେ ୯.୫୦ କୋଟି ଆୟ କରିଥିବା ବେଳେ ୪ର୍ଥ ଦିନ, ସୋମବାର (ଫେବୃଆରୀ ୨୬)ରେ ଫିଲ୍ମ ୩.୨୫ କୋଟି ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ ୨୬.୧୫ କୋଟିକୁ ବୃଦ୍ଧି ପାଇଛି ।

ସେହିପରି 'କ୍ରାକ' ମଧ୍ୟ ଶୁକ୍ରବାର (ଫେବୃଆରୀ ୨୩)ରେ ରିଲିଜ ହୋଇଥିବା ବେଳେ ୪.୨୫ ସହ ଓପନିଂ କରିଥିଲା । ଏହା ପରେ ଫିଲ୍ମର ଆୟ ହ୍ରାସ ପାଇବାରେ ଲାଗିଲା । ଦ୍ୱିତୀୟ ଦିନରେ ୨.୧୫ କୋଟି ଆୟ କରିଥିବା ବେଳେ ତୃତୀୟ ଦିନ ଫିଲ୍ମ ୨.୪୦ କୋଟି ଆୟ କରିଛି ଏବଂ ୪ର୍ଥ ଦିନ ଫିଲ୍ମ ମାତ୍ର ୧କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ କଲେକ୍ସନ ୯.୭ କୋଟିକୁ ବୃଦ୍ଧି ପାଇଛି ।

କ୍ରାକ... ଜିତେଗା ତୋ ଜିଏଗା'ର ହେଉଛି ଏକ ସ୍ପୋର୍ଟ୍ସ୍‌ ଆକ୍ସନ୍ ଫିଲ୍ମ । ଏହି ଚଳଚ୍ଚିତ୍ର ବିଦ୍ୟୁତ ଜାମୱାଲ ନଜର ଆସିଥିବା ବେଳେ ଅର୍ଜୁନ ରାମପାଲ, ନୋରା ଫତେହି ଏବଂ ଆମି ଜ୍ୟାକସନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ବିଦ୍ୟୁତ ଏହି ଫିଲ୍ମରେ କେବଳ ଅଭିନୟ କରିନାହାନ୍ତି ବରଂ ଏହାର ନିର୍ମାତା ମଧ୍ୟ ଅଟନ୍ତି । ଏହି ଫିଲ୍ମକୁ ନିର୍ଦ୍ଦେଶକ ଆଦିତ୍ୟ ଦତ୍ତ ନିର୍ଦ୍ଦେଶନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ଆର୍ଟିକିଲ ୩୭୦'କୁ ଝଟକା, ଏହି ଦେଶରେ ବ୍ୟାନ ହେଲା ଫିଲ୍ମ

ସେପଟେ 'ଆର୍ଟିକିଲ ୩୭୦' ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରଟି ଜମ୍ମୁ-କାଶ୍ମୀରରୁ ଧାରା 370କୁ ହଟାଇବା ପ୍ରସଙ୍ଗ ଉପରେ ଆଧାରିତ । ଏହି ଫିଲ୍ମକୁ ଜ୍ୟୋତି ଦେଶପାଣ୍ଡେ, ଆଦିତ୍ୟ ଧର ଏବଂ ଲୋକେଶ ଧରଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜାମ୍ବଲେଙ୍କ ଦ୍ୱାରା ନିର୍ଦ୍ଦେଶିତ । ୟାମିଙ୍କ ବ୍ୟତୀତ ସାଉଥ ଅଭିନେତ୍ରୀ ପ୍ରିୟା ମଣି, ଅରୁଣ ଗୋବିଲ, ବୈଭବ ତତ୍ବବାଦୀ, ସ୍କନ୍ଦ ଠାକୁର ଏବଂ ଅଶ୍ବିନୀ କୌଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.