ETV Bharat / entertainment

ହେମା କମିଟି ରିପୋର୍ଟକୁ ସମର୍ଥନ କଲେ ଅନୁଷ୍କା ସେଟ୍ଟୀ-ଏକତା, ମହିଳାଙ୍କ ସୁରକ୍ଷା ନେଇ କହିଲେ ଏମିତି - Hema Committee Report

author img

By ETV Bharat Entertainment Team

Published : Sep 3, 2024, 7:33 PM IST

Anushka Shetty And Ektaa Kapoor Reacts On Hema Committee Report: ମଲିଉଡରେ 'ମି-ଠୁ' ନେଇ ହେମା କମିଟି ରିପୋର୍ଟରେ ଖୁଲାସା ହେବା ପରେ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଅନେକ ଅଭିନେତା ଏବଂ ଅଭିନେତ୍ରୀ ଏହାକୁ ସମର୍ଥନ କରୁଥିବା ବେଳେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହି ତାଲିକାରେ ବର୍ତ୍ତମାନ ଅନୁଷ୍କା ସେଟ୍ଟୀ ଏବଂ ଏକତା କପୁର ସାମିଲ ହୋଇଥିବା ବେଳେ ଉଭୟ ହେମା କମିଟି ରିପୋର୍ଟକୁ ସମର୍ଥନ କରିବା ସହ ମହିଳାଙ୍କ ସୁରକ୍ଷା ନେଇ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ,

ହେମା କମିଟି ରିପୋର୍ଟକୁ ସମର୍ଥନ କଲେ ଅନୁଷ୍କା ସେଟ୍ଟୀ-ଏକତା, ମହିଳାଙ୍କ ସୁରକ୍ଷା ନେଇ କହିଲେ ଏମିତି
ହେମା କମିଟି ରିପୋର୍ଟକୁ ସମର୍ଥନ କଲେ ଅନୁଷ୍କା ସେଟ୍ଟୀ-ଏକତା, ମହିଳାଙ୍କ ସୁରକ୍ଷା ନେଇ କହିଲେ ଏମିତି (ETV Bharat Odisha)

ହାଇଦ୍ରାବାଦ: ହେମା କମିଟି ରିପୋର୍ଟର ଖୁଲାସା ପରେ ଏବେ ସବୁଆଡ଼େ ଆଲୋଚନା ଜୋର ଧରିଛି । ଏହି ରିପୋର୍ଟ ମାଲାୟାଲମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କ ଉପରେ ଯୌନ ଶୋଷଣକୁ ଆଲୋକିତ କରିଛି । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ବଡ ବ୍ୟକ୍ତିତ୍ୱଙ୍କ ନାଁରେ ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ଅନେକ ବଡ଼ ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ଏପରି ସମୟରେ ଅନ୍ୟ ଇଣ୍ଡଷ୍ଟ୍ରିର ତାରକା ହେମା କମିଟି ରିପୋର୍ଟକୁ ସମର୍ଥନ କରୁଥିବା ନଜର ଆସିଛନ୍ତି । ବର୍ତ୍ତମାନ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏକତା କପୁର ଏବଂ ସାଉଥ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଜଷ୍ଟିସ ହେମା କମିଟି ରିପୋର୍ଟକୁ ସମର୍ଥନ କରିବା ସହ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଅନୁଷ୍କା ସେଟ୍ଟୀଙ୍କ ପୋଷ୍ଟ
ଅନୁଷ୍କା ସେଟ୍ଟୀଙ୍କ ପୋଷ୍ଟ (Instagram)

ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏକତା କପୁରଙ୍କ ପ୍ରତିକ୍ରିୟା

ତାଙ୍କ କହିବାନୁସାରେ, ମହିଳାମାନେ ଯେତେବେଳେ ସମାନ ସୁଯୋଗ ପାଇବେ ଏବଂ କମ୍ପାନୀଗୁଡିକରେ ଶୀର୍ଷ ପଦବୀରେ ରହିବେ ସେତେବେଳେ କର୍ମକ୍ଷେତ୍ରରେ ନିଜକୁ ସୁରକ୍ଷିତ ଅନୁଭବ କରିବେ । ତାଙ୍କର ଆଗାମୀ ପ୍ରଡକ୍ସନ୍ 'ଦ ବକିଂହାମ ମର୍ଡର୍ସ'ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଯୋଗ ଦେଇ ସେ କହିଛନ୍ତି ଯେ ମହିଳାମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ନିଶ୍ଚିତ କରିବାକୁ ସଚେତନ ଉଦ୍ୟମ କରାଯିବା ଉଚିତ ।

ଏକତା କପୁର କହିଛନ୍ତି, 'ଅନେକ ସ୍ଥାନରେ ଆମକୁ ମହିଳା ଆବଶ୍ୟକ କରନ୍ତି ଯେଉଁମାନେ ଶୀର୍ଷରେ ଅଛନ୍ତି ଏବଂ ଅତି କମରେ କମ୍ପାନୀ ଚଳାଉଛନ୍ତି । ଏଥିପାଇଁ ମହିଳାମାନଙ୍କୁ ମଧ୍ୟ ପଦକ୍ଷେପ ନେବାକୁ ପଡ଼ିବ । କିନ୍ତୁ କର୍ମକ୍ଷେତ୍ରରେ କିମ୍ବା କୌଣସି ସ୍ଥାନରେ ମହିଳାମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ବଜାୟ ରଖିବା ପାଇଁ ସଚେତନ ଉଦ୍ୟମ କରିବାକୁ ପଡ଼ିବ । ମହିଳା ଏବଂ ସେମାନଙ୍କର ସୁରକ୍ଷା କେବଳ ଏକ ଇଣ୍ଢଷ୍ଟ୍ରି ପ୍ରସଙ୍ଗ ନୁହେଁ, ଯେକୌଣସି କର୍ମକ୍ଷେତ୍ରରେ ଏହା ମହିଳାଙ୍କ ପାଇଁ ଏକ ସମସ୍ୟା । ଏଣୁ ମୁଁ ଭାବୁଛି ମହିଳାମାନଙ୍କୁ ଉଚ୍ଚ ପଦବୀରେ ନିଯୁକ୍ତ କରାଯାଉ ଏବଂ ଏହା ଘଟିବା ଦରକାର।''

ଅନୁଷ୍କା ସେଟ୍ଟୀଙ୍କ ପ୍ରତିକ୍ରିୟା

ଅନୁଷ୍କା ଶେଟ୍ଟୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ହେମା କମିଟି ରିପୋର୍ଟ ସହ ଜଡିତ ଏକ ନୋଟ୍ ସେୟାର କରିଛନ୍ତି । ଏହି ପୋଷ୍ଟରେ ଲେଖା ଅଛି, 'ଆମେ, ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମହିଳାମାନେ ହେମା କମିଟି ରିପୋର୍ଟକୁ ସ୍ୱାଗତ କରୁଛୁ ଏବଂ କେରଳରେ WCC ର ଲଗାତାର ଉଦ୍ୟମକୁ ପ୍ରଶଂସା କରୁଛୁ, ଯାହା ଏହି ମୁହୂର୍ତ୍ତ ପାଇଁ ବାଟ ଫିଟିଛି। WCC ରୁ ଏକ ମାମଲା ଗ୍ରହଣ କରି TFI, The Voice of Women ରେ ମହିଳାମାନଙ୍କ ପାଇଁ ଏକ ସହାୟକ ଗୋଷ୍ଠୀ 2019 ରେ ସୃଷ୍ଟି ହୋଇଥିଲା । ଯୌନ ଉତ୍ପୀଡ଼ନ ଉପରେ ଉପ-କମିଟିର ରିପୋର୍ଟ ପ୍ରକାଶ କରିବାକୁ ଆମେ ତେଲେଙ୍ଗାନା ସରକାରଙ୍କୁ ଅନୁରୋଧ କରୁଛୁ, ଯାହା TFI ରେ ମହିଳାମାନଙ୍କ ପାଇଁ ଏକ ନିରାପଦ କାର୍ଯ୍ୟ ପରିବେଶ ପ୍ରତିଷ୍ଠା ପାଇଁ ସରକାରୀ ତଥା ଶିଳ୍ପ ନୀତି ପ୍ରଣୟନ କରିବାରେ ସହାୟକ ହେବ। ''

ଏହା ମଧ୍ୟ ପଢନ୍ତୁ: ମଲିଉଡରେ 'ମି-ଠୁ'; ହେମା କମିଟି ରିପୋର୍ଟକୁ ସମର୍ଥନ କଲେ ଅଭିନେତା ମାମୁତି, ଘଟଣାର ସଠିକ୍ ତଦନ୍ତ ପାଇଁ କଲେ ଦାବି

ହେମା କମିଟି ରିପୋର୍ଟରେ ଖୁଲାସା

ସୂଚନା ଥାଉ କି, ହେମା କମିଟିର 296 ପୃଷ୍ଠାର ରିପୋର୍ଟ ଶେଷରେ ଅଗଷ୍ଟ 19 ରେ ସାର୍ବଜନୀନ କରାଯାଇଥିଲା । ଏଥିରେ ଇଣ୍ଡଷ୍ଟ୍ରିର ଅନେକ ମହିଳାଙ୍କ ସାକ୍ଷ୍ୟ ଏବଂ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଯଦିଓ ଏହି ରିପୋର୍ଟରେ କୌଣସି ଅଭିନେତ୍ରୀଙ୍କ ନାମ ଉଲ୍ଲେଖ କରାଯାଇନାହିଁ, କିନ୍ତୁ ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏହି ଅନ୍ଧକାର ସତ୍ୟ ପଦାକୁ ଆସିବା ପରେ ଏହା ସମଗ୍ର ଦେଶରେ ଆଲୋଚନା ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.