ETV Bharat / entertainment

ସତୀଶଙ୍କ ଜନ୍ମ ବାର୍ଷିକୀରେ ଭାବବିହ୍ବଳ ହେଲେ ଅନୁପମ ଖେର, ଲେଖିଲେ କୋହଭରା ପୋଷ୍ଟ - Satish Kaushik Birth Anniversary

author img

By ETV Bharat Odisha Team

Published : Apr 13, 2024, 1:08 PM IST

Anupam Kher on Satish Kaushik Birth Anniversary : ଅନୁପମ ଖେର ତାଙ୍କର ପ୍ରିୟ ବନ୍ଧୁ ତଥା ବଲିଉଡ ଅଭିନେତା ସତୀଶ କୌଶିକଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

Satish Kaushik Birth Anniversary
Satish Kaushik Birth Anniversary

ହାଇଦ୍ରାବାଦ: ବଲିଉଡ ଶ୍ରେଷ୍ଠ ଅଭିନେତା ମଧ୍ୟରେ ଅନ୍ୟତମ ସତୀଶ କୌଶିକ । ଯଦିଓ ସେ ଏହି ଦୁନିଆକୁ ଅଲବିଦା କରିସାରିଛନ୍ତି କିନ୍ତୁ ତାଙ୍କ ନାମ ଏବଂ ଅଭିନୟକୁ ଆଜି ସାରା ଦୁନିଆ ମନେ ପକାଉଛି । ସତୀଶ ପ୍ରଶଂସକଙ୍କ ହୃଦୟରେ ସର୍ବଦା ଜୀବିତ ରହିବେ । ଗତବର୍ଷ ମାର୍ଚ୍ଚ ୯ ତାରିଖରେ 66 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ପରିବାରଠୁ ନେଇ ସାଙ୍ଗସାଥୀଙ୍କ ପର୍ଯ୍ୟନ୍ତ ଏହି ଖବରକୁ କେହି ବିଶ୍ବାସ କରିପାରିନଥିଲେ । ଆଜି ହେଉଛି ଅଭିନେତାଙ୍କ ୬୭ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଅଭିନେତା ଅନୁପମ ଖେର ବନ୍ଧୁ ସତୀଶଙ୍କୁ ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ମନେ ପକାଇ ଏକ ଦୁଃଖଭରା ପୋଷ୍ଟ ସେୟାର କରିଛନ୍ତି ।

ଅନୁପମ ଖେର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସତୀଶ କୌଶିକଙ୍କ ସହିତ ଥିବା ଏକ ଫଟୋର ଭିଡିଓ ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି ଯେ, 'ମୋର ପ୍ରିୟର ସତୀଶ ତୁମକୁ ଜନ୍ମଦିନର ଶୁଭେଚ୍ଛା । ତୁମେ ଯେଉଁଠାରେ ବି ଥାଅ ଭଗବାନ ତୁମକୁ ଖୁସି ଦିଅନ୍ତୁ । ମୋ ପାଇଁ ତୁମେ ସବୁବେଳେ ମୋ ପାଖରେ ରହିବ। ଯେତେବେଳେ ମୁଁ ଏକା ରୁହେ କି ଲୋକଙ୍କ ସହିତ ରହେ । ସବୁବେଳେ ତୋ କଥା ମୋ ହୃଦୟରେ ରହିବ । '

ଏହା ମଧ୍ୟ ପଢନ୍ତୁ- ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଅନୁପମ ଏହି ଫିଲ୍ମ ସହ ନିର୍ଦ୍ଦେଶନାରେ କରିବେ କମବ୍ୟାକ

ଏହା ମଧ୍ୟ ପଢନ୍ତୁ-୩୯ ବର୍ଷ ପରେ ପୁରୁଣା ବନ୍ଧୁଙ୍କୁ ଦେଖି ଭାବବିହ୍ୱଳ ହେଲେ ଅନୁପମ

ଏଥିସହ ଅଭିନେତା ପୋଷ୍ଟରେ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ତାନଭି ଦି ଗ୍ରେଟ୍ ଫିଲ୍ମ ଉପରେ ଏକ ଅପଡେଟ୍ ଦେଇଛନ୍ତି । ଅଭିନେତା ଲେଖିଛନ୍ତି, " 34 ଦିନ, ଏହା ଭଲରେ ଚାଲିଛି, । କାହାର ନଜର ନ ଲାଗୁ । ମୁଁ ତୁମର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପରାମର୍ଶକୁ ମନେ ରଖି ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରୁଛି । ଯାହା ଅଦରକାରୀ ମନେ ହୋଇଛି ତାକୁ ଫିଲ୍ମରେ ରଖିନି । କିନ୍ତୁ ତୁମେ ମୋ ପାଖରେ ନାହଁ ସେଥିପାଇଁ ଦୁଃଖିତ । ମୁଁ ତୁମ ଫୋନ୍ କଲ, ତୁମର ମଜା ଓ ଆମର ଗପସପ ମନେ ପଡୁଛି ।" ପ୍ରକାଶ ଥାଉକି, ଅନୁପମ ଖେର ବର୍ତ୍ତମାନ ତାଙ୍କ ଫିଲ୍ମ ତାନଭୀ ଦ ଗ୍ରେଟର ନିର୍ଦ୍ଦେଶନା ଦେଇଛନ୍ତି । ଅନେକ ବର୍ଷ ପରେ ଅଭିନେତା ଫିଲ୍ମର ନିର୍ଦ୍ଦେଶନା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.