ETV Bharat / entertainment

ଆଜି ଅନନ୍ତ-ରାଧିକା ବିବାହ; ସାମିଲ ହେବେ ଦେଶ-ବିଦେଶର ଏହି ସେଲିବ୍ରିଟି, ପରସା ଯିବ ୨୫୦୦ ପ୍ରକାର ବ୍ୟଞ୍ଜନ - Anant Ambani Radhika Wedding

author img

By ETV Bharat Odisha Team

Published : Jul 12, 2024, 11:36 AM IST

Updated : Jul 12, 2024, 4:25 PM IST

Anant Ambani Radhika Merchant Wedding Menu: ଆଜି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ । ଏହି ବିବାହ ଭାରତରେ ହେବାକୁ ଥିବା ବେଳେ ଏଥିରେ ଦେଶ ବିଦେଶରୁ ଅନେକ ସେଲିବ୍ରିଟିମାନେ ସାମିଲ ହେବେ । ଏହି ସମୟରେ ସାମ୍ନାକୁ ଆସିଛି ଅତିଥି ଏବଂ ଫୁଡ୍ ତାଲିକା । ତେବେ ଅତିଥିଙ୍କ ତାଲିକାରେ କେଉଁ ବରିଷ୍ଠ ବ୍ୟକ୍ତି ରହିଛନ୍ତି ଏବଂ ସେମାନଙ୍କୁ କେଉଁ ବ୍ୟଞ୍ଜନ ପରସା ଯିବ ? ଜାଣନ୍ତୁ ଏହି ଆର୍ଟିକିଲରେ,

ଆଜି ଅନନ୍ତ-ରାଧିକା ବିବାହ; ସାମିଲ ହେବେ ଦେଶ-ବିଦେଶର ଏହି ସେଲିବ୍ରିଟି, ପରସା ଯିବ ୨୫୦୦ ପ୍ରକାର ବ୍ୟଞ୍ଜନ
ଆଜି ଅନନ୍ତ-ରାଧିକା ବିବାହ; ସାମିଲ ହେବେ ଦେଶ-ବିଦେଶର ଏହି ସେଲିବ୍ରିଟି, ପରସା ଯିବ ୨୫୦୦ ପ୍ରକାର ବ୍ୟଞ୍ଜନ (ETV Bharat Odisha)

ହାଇଦ୍ରାବାଦ: ସାତ ଜନ୍ମର ସାଥୀ ହେବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ । ଉଭୟଙ୍କ ବିବାହ ଭାରତରେ ଅନୁଷ୍ଟିତ ହେବାକୁ ଯାଉଛି । ମୁମ୍ୱାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଅନନ୍ତ ରାଧିକାଙ୍କ ଆଜି ପଡିବ ହାତଗଣ୍ଠି । ଏହି ବିବାହରେ ଦେଶ ବିଦେଶରୁ ଅନେକ ସେଲିବ୍ରିଟିମାନେ ସାମିଲ ହେବେ । ଏପରିକି ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ଏହି ବିବାହରେ ସାମିଲ ହେବେ । ବର୍ତ୍ତମାନ ସାମ୍ନାକୁ ଆସିଛି ଅତିଥିଙ୍କ ତାଲିକା ଏବଂ ବିବାହରେ ଅତିଥିଙ୍କୁ କେଉଁ ବ୍ୟଞ୍ଜନ ପରସାଯିବ ତାହାର ଲିଷ୍ଟ ଆସିଛି ।

  • ରାତିରେ ପଡିବ ହାତଗଣ୍ଠି

ଅନନ୍ତ ଅମ୍ବାନୀଙ୍କ ବିବାହର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି । ତାଙ୍କର ବାରାତ୍ ଅପରାହ୍ନ 3 ଟାରେ ଜିଓ ୱାର୍ଲ୍ଡ ସେଣ୍ଟରରେ ପହଞ୍ଚିବ । ଏହା ପରେ ଅନନ୍ତ ଏବଂ ରାଧିକାଙ୍କ ବରମାଳା ସେରମନି ରାତି ୮ଟାରେ ହେବ ଏବ ରାତି 9:30 ରେ ଉଭୟଙ୍କ ହାତଗଣ୍ଠି ପଡିବ । ଏହି ସମୟରେ ପୁରା ପରିବାର ସମେତ ଅନେକ ନେତା, ରାଜନେତା, ମନ୍ତ୍ରୀ ଓ ସେଲିବ୍ରିଟି ବର ଏବଂ କନ୍ୟାଙ୍କୁ ଆଶୀର୍ବାଦ କରିବେ ।

  • ଅନନ୍ତ ଅମ୍ବାନୀଙ୍କ ବିବାହର ଅତିଥି ତାଲିକା

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବରେ ଦେଶ ଏବଂ ଅନ୍ତର୍ଜାତୀୟ ସ୍ତରର ଅନେକ ସେଲିବ୍ରିଟି ସାମିଲ ହେବେ । ଶିଳ୍ପପତି, ଉଦ୍ୟୋଗପତିଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ସମସ୍ତେ ଏହି ବିବାହରେ ଯୋଗ ଦେବେ । ତେବେ ଏହି ଅତିଥି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମିଲ ହେବେ । ସେହିପରି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟନି ବ୍ଲେୟାର, ଆମେରିକାର ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ ମଧ୍ୟ ଯୋଗ ଦେବେ ।

  • ଏହି ତାରକା ଏବେ ସାମିଲ

ସେପଟେ ଯଦି ଆମେ ବଲିଉଡ ଏବଂ ହଲିଉଡ ତାରକାଙ୍କ ବିଷୟରେ କଥା ହେବା, ଶାହାରୁଖ ଖାନଙ୍କ ବ୍ୟତୀତ ଆମୀର ଖାନ, ସଲମାନ ଖାନ, ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ରଣଭୀର ସିଂ, କ୍ୟାଟ୍ରିନା କୈଫ, ବିକି କୌଶଲ, ସାହିଦ କପୁର, ଆଲିଆ ଭଟ୍ଟ ଏବଂ ରଣବୀର କପୁର ମଧ୍ୟ ଅନନ୍ତ ଏବଂ ରାଧିକାଙ୍କ ବିବାହରେ ଯୋଗ ଦେବେ। କ୍ରୀଡା ଜଗତର ଡେଭିଡ ବେକହମ ଏବଂ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି ମଧ୍ୟ ସାମିଲ ହେବେ । କେବଳ ଏତିକି ନୁହେଁ ଜନ ସିନା, କିମ କାର୍ଦସିୟନ ଭଳି ତାରକା ମଧ୍ୟ ସାମିଲ ହେବେ ।

  • ଅତିଥିଙ୍କ ପାଇଁ ୧୦୦ରୁ ଅଧିକ ଜେଟ୍ ବ୍ୟବସ୍ଥା

ରିପୋର୍ଟ ଅନୁସାରେ, ଏହି ବିବାହ ଉତ୍ସବରେ ଭାରତ ତଥା ବିଦେଶର ଅନେକ ଭିଭିଆଇପି ଅତିଥି ମୁମ୍ବାଇ ଆସୁଛନ୍ତି। ଏଭଳି ପରିସ୍ଥିତିରେ, ସେମାନଙ୍କ ସୁବିଧା ପାଇଁ ଅମ୍ବାନୀ ପରିବାର ତିନୋଟି ଫାଲକନ୍ -2000 ବିମାନ ଭଡା ନେଇଛନ୍ତି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ପାଇଁ ୩ ଫାଲକନ୍-2000 ଏବଂ 100 ରୁ ଅଧିକ ଘରୋଇ ଜେଟ୍ ବୁକ୍ କରାଯାଇଛି। କହିରଖୁଛୁ କି, ଫାଲକନ୍ -2000 ଜେଟ୍ ହେଉଛି ଏକ ବିଳାସପୂର୍ଣ୍ଣ ବ୍ୟବସାୟ ଜେଟ୍ ଯାହା ସାଧାରଣତଃ କର୍ପୋରେଟ୍ ଏବଂ ବ୍ୟକ୍ତିଗତ ଯାତ୍ରା ପାଇଁ ବ୍ୟବହୃତ ହୁଏ । ଫ୍ରାନ୍ସର କମ୍ପାନୀ ଡାସଲ୍ଟ ଆଭିଏସନ ଦ୍ୱାରା ଏହି ଜେଟ୍ ପ୍ରସ୍ତୁତ କରାଯାଇଛି ।

  • ଅତିଥିଙ୍କୁ ପରସା ଯିବ ୨୫୦୦ ପ୍ରକାରର ବ୍ୟଞ୍ଜନ

ଅନନ୍ତ ଏବଂ ରାଧିକାଙ୍କ ବିବାହ ପାଇଁ 2500 ରୁ ଅଧିକ ଖାଦ୍ୟ ପ୍ରସ୍ତୁତ ହୋଇସାରିଛି, କିନ୍ତୁ ସମସ୍ତ ଜାତୀୟ ତଥା ଅନ୍ତର୍ଜାତୀୟ ଖାଦ୍ୟ ମଧ୍ୟରେ କାଶୀ ଚାଟ୍ ଦେଖିବାକୁ ମିଳିବ । କାରଣ ନୀତା ଅମ୍ବାନୀ କାଶୀ ଚାଟକୁ ବହୁତ ପସନ୍ଦ କରନ୍ତି ଏବଂ ଯେତେବେଳେ ସେ କାଶୀ ଯାଇଥିଲେ, ସେତେବେଳେ ସେ ଦୋକାନୀଙ୍କୁ ତାଙ୍କ ବିବାହକୁ ନିମନ୍ତ୍ରଣ କରିଥିଲେ । ଏଥିପାଇଁ ଅନନ୍ତ ଅମ୍ବାନୀଙ୍କ ବିବାହରେ ଅତିଥିମାନଙ୍କ ପାଇଁ ବନାରସର ସ୍ୱତନ୍ତ୍ର ଚାଟ୍ ବ୍ୟବସ୍ଥା କରାଯାଇଛି। ଏହା ସହିତ ଅତିଥିମାନେ ସେଠାରେ ଥିବା ସ୍ୱତନ୍ତ୍ର ମିଠା ଏବଂ ପାନକୁ ମଧ୍ୟ ସ୍ୱାଦ ପାଇପାରିବେ । ବିବାହରେ ଅତିଥିମାନଙ୍କୁ ମାଡ୍ରାସ ଫିଲ୍ଟର କଫି ମଧ୍ୟ ପରିବେଷଣ କରାଯିବ ।

  • ୧୦୦ରୁ ଅଧିକ ନଡ଼ିଆ ଖାଦ୍ୟ ପରସା ଯିବ

ଦେଶ ବ୍ୟତୀତ ଅନେକ ବିଦେଶୀ ଅତିଥି ମଧ୍ୟ ଏହି ବିବାହ ଉତ୍ସବରେ ଯୋଗଦେବେ । ଏଭଳି ପରିସ୍ଥିତିରେ, ସେମାନଙ୍କର ପସନ୍ଦକୁ ଧ୍ୟାନରେ ରଖି ଇଣ୍ଡୋନେସିଆର ଏକ କ୍ୟାଟରିଂ କମ୍ପାନୀ ତରଫରୁ 100 ରୁ ଅଧିକ ନଡ଼ିଆ ଭିତ୍ତିକ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ଏହା ବ୍ୟତୀତ ଗରାଡୁ ଚାଟ୍, ସାଫ୍ରନ୍ କ୍ରିମ୍ ଏବଂ ଇନ୍ଦୋରର ମୁଙ୍ଗଲେଟ୍ ପରି ଖାଦ୍ୟ ଅତିଥିମାନଙ୍କୁ ପରସା ଯିବ । ପାରମ୍ପାରିକ ଖାଦ୍ୟ ସହ ଅନେକ ବିଦେଶୀ ଖାଦ୍ୟ ମଧ୍ୟ ବିବାହ ମେନୁରେ ଅନ୍ତର୍ଭୁକ୍ତ କରାଯାଇଛି ।

  • ବିବାହରେ ଦୁଲୁକିବ ମୟାନଗରୀ, ମୁମ୍ୱାଇ ପୋଲିସର ସ୍ୱତନ୍ତ୍ର ବ୍ୟବସ୍ଥା

ଜୁଲାଇ ୧୨ ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ବର୍ଷର ସବୁଠାରୁ ବଡ ବିବାହ ସମ୍ପର୍କରେ ମୁମ୍ବାଇ ପୋଲିସ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିବାହ ପାଇଁ ଯେପରି କିଛି ଅନୁବିଧା ନ ହୁଏ ଏବଂ ସହରରେ ଟ୍ରାଫିକ ଅବ୍ୟବସ୍ଥା ନ ହୁଏ । ସେଥିପାଇଁ ଏକ ଆଡଭାଇଜରୀ ଜାରି କରିଛି । ଏହା ଅନୁଯାୟୀ, ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବି.କେ.ସି) ର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟର ନିକଟରେ ଟ୍ରାଫିକ୍ ଏକ ଭିନ୍ନ ମାର୍ଗକୁ ସ୍ଥାନାନ୍ତରିତ କରାଯିବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ମୁମ୍ବାଇ ଟ୍ରାଫିକ ପୋଲିସ ଏହି ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ: ମହଙ୍ଗା ମ୍ୟାରେଜ; ଅନନ୍ତ-ରାଧିକାଙ୍କ ବିବାହ ଭାରତର ସବୁଠୁ ଏକ୍ସପେନସିଭ୍ ବିବାହ କି ?

୩ଦିନ ଧରି ଚାଲିବ ବିବାହ ସମାରୋହ

ଅନନ୍ତ-ରାଧିକାଙ୍କ ବିବାହର ନିମନ୍ତ୍ରଣ କାର୍ଡ ଅନୁଯାୟୀ, ବିବାହ କାର୍ଯ୍ୟ ତିନି ଦିନ ହେବ । ଆଜି (୧୨ ଜୁଲାଇ)ରେ ଶୁଭ ବିବାହ କିମ୍ବା ବିବାହ କାର୍ଯ୍ୟ ହେବ । ଡ୍ରେସ୍ କୋଡ୍ ଭାରତୀୟ ପାରମ୍ପାରିକ ହେବ । ଜୁଲାଇ ୧୩ ଶୁଭ ଆଶୀର୍ବାଦର ଦିନ ହେବ । ଏହି ଦିନ ସମସ୍ତେ ଇଣ୍ଡିଆନ ଫର୍ମାଲ ଡ୍ରେସ କୋଡରେ ନଜର ଆସିବେ । ୧୪ ଜୁଲାଇରେ ଏକ ମଙ୍ଗଳ ଉତ୍ସବ ବା ବିବାହ ରିସେପ୍ସନ୍ ହେବ । ଏହି ଦିନ ସମସ୍ତେ ଇଣ୍ଡିଆନ ଡ୍ରେସ କୋର୍ଡରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 12, 2024, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.