ETV Bharat / entertainment

ଅନନ୍ତ-ରାଧିକାଙ୍କ ଆଜି ପଡିବ ହାତଗଣ୍ଠି; ମୁମ୍ୱାଇକୁ ଛୁଟିଲେଣି ଅତିଥି, ସାମ୍ନାକୁ ଆସିଲା କପଲଙ୍କ ଫଟୋ - Anant Ambani Radhika Wedding

author img

By ETV Bharat Odisha Team

Published : Jul 12, 2024, 3:35 PM IST

Anant Ambani Radhika Merchant Wedding: ଆଜି ହାତକୁ ଦି'ହାତ ହେବେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ । ଏହି ବିବାହରେ ମନ୍ତ୍ରୀ, ନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ ଏବଂ ହଲିଉଡ ସେଲିବ୍ରିଟି ସାମିଲ ହେବାକୁ ଥିବା ବେଳେ ମୁମ୍ୱାଇକୁ ଛୁଟିଲାଣି ଅତିଥିଙ୍କ ସୁଅ । ଦେଖନ୍ତୁ ଭିଡିଓ

ଅନନ୍ତ-ରାଧିକାଙ୍କ ଆଜି ପଡିବ ହାତଗଣ୍ଠି; ମୁମ୍ୱାଇକୁ ଛୁଟିଲେଣି ଅତିଥି, ସାମ୍ନାକୁ ଆସିଲା କପଲଙ୍କ ଫଟୋ
ଅନନ୍ତ-ରାଧିକାଙ୍କ ଆଜି ପଡିବ ହାତଗଣ୍ଠି; ମୁମ୍ୱାଇକୁ ଛୁଟିଲେଣି ଅତିଥି, ସାମ୍ନାକୁ ଆସିଲା କପଲଙ୍କ ଫଟୋ (ETV Bharat Odisha)

ହାଇଦ୍ରାବାଦ: ଆଉ ମାତ୍ର କିଛି ସମୟର ଅପେକ୍ଷା । ବିବାହ ବନ୍ଧନରେ ବାନ୍ଧି ହେବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବିରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ । ଜିଓ ୱାର୍ଲ୍ଡ ସେଣ୍ଟରରେ ଅନନ୍ତ ରାଧିକାଙ୍କ ବିବାହ ସମାରୋହ ଅନୁଷ୍ଠିତ ହେବାକୁ ଥିବା ବେଳେ ମୁମ୍ୱାଇକୁ ଛୁଟିଲାଣି ଅତିଥିଙ୍କ ସୁଅ । ଏହି ବିବାହରେ ସାମିଲ ହେବାକୁ ଅନେକ ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଲିଉଡ ଏବଂ ହଲିଉଡ ସେଲିବ୍ରିଟି ମୁମ୍ୱାଇ ପହଞ୍ଚିଛନ୍ତି । ସେପଟେ ବିବାହ ପୂର୍ବରୁ ଅନନ୍ତ-ରାଧିକାଙ୍କ ଫଟୋ ସାମ୍ନାକୁ ଆସିଛି । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସାମ୍ନାକୁ ଆସିଲା ବିବାହ ପୂର୍ବରୁ ଅନନ୍ତ-ରାଧିକା ଫଟୋ

ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ସମାରୋହରୁ କିଛି ଫଟୋ ସାମ୍ନାକୁ ଆସିଛି । ଫଟୋରେ ଏହି କପଲଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହା ପୂର୍ବରୁ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ଗୃହ ଶାନ୍ତି ପୂଜା କରିଥିଲେ । ଯେଉଁଥିରେ ବରଯାତ୍ରୀ ପୁରା ଗୁଜରାଟୀ ପାରମ୍ପାରିକ ରୂପରେ ହ୍ୱାଇଟ ଶାଢୀରେ ନଜର ଆସିଥିଲେ । ତେବେ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ପରସ୍ପରକୁ ସାତ ଜନ୍ମର ସାଥୀ କରିବେ ଏହି କପଲ ।

ମୁମ୍ୱାଇକୁ ଛୁଟିଲେଣି ଅତିଥି

ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହରେ ସାମିଲ ହେବା ପାଇଁ ବର୍ତ୍ତମାନ ମୁମ୍ୱାଇ ପହଞ୍ଚିଲେଣି ସେଲିବ୍ରିଟି, ମନ୍ତ୍ରୀ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି । ସେହିପରି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ମୁମ୍ବାଇରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ନିକ ଏବଂ ପ୍ରିୟଙ୍କା ପାପରାଜିଙ୍କ ଆଗରେ ପୋଜ ମଧ୍ୟ ଦେଇଥିଲେ । ସେହିପରି ଅନ୍ତର୍ଜାତୀୟ ରିଆଲିଟି ଟିଭି ତାରକା କିମ୍ ଏବଂ ତାଙ୍କ ଭଉଣୀ କ୍ଲାଏ କାର୍ଦସିୟାନ, କାମ ଡାଉନ ତାରକା ରେମା ଏବଂ WWE ତାରକା ଜନ ସିନା ଭଳି ଅନେକ ବିଦେଶୀ ତାରକା ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି । ସେପଟେ ଶାହାରୁଖ ଖାନ ନ୍ୟୁୟର୍କରୁ ମୁମ୍ୱାଇ ଫେରିଛନ୍ତି । ରାଚରଣଙ୍କୁ ମଧ୍ୟ ମୁମ୍ୱାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଆଜି ଅନନ୍ତ-ରାଧିକା ବିବାହ; ସାମିଲ ହେବେ ଦେଶ-ବିଦେଶର ଏହି ସେଲିବ୍ରିଟି, ପରସା ଯିବ ୨୫୦୦ ପ୍ରକାର ବ୍ୟଞ୍ଜନ

ଏମାନେ ହେବେ ସାମିଲ

ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ପାଇଁ ଅନେକ ବଡ ସେଲିବ୍ରିଟଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ବିବାହରେ ସଲମାନ ଖାନ, ରଣବୀର କପୁର, ଆଲିଆ ଭଟ୍ଟ, ଦୀପିକା ପାଦୁକୋନଙ୍କ ଭଳି ବି-ଟାଉନ ତାରକା ଯୋଗ ଦେବେ । ଏଥିସହ ଅନେକ ହଲିଉଡ ତାରକା ମଧ୍ୟ କିମ କାର୍ଦସିୟାନ ଏବଂ କ୍ଲାଏ କାର୍ଦସିୟାନ ଭଳି ତାରକା ଓ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟନି ବ୍ଲେୟାର, ଆମେରିକାର ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନଙ୍କୁ ନିମନ୍ତ୍ରଣ କରାଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ବି ହେବେ ସାମିଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.