ETV Bharat / entertainment

ଅନନ୍ତ-ରାଧିକା ୱେଡିଂ: ଶାହାରୁଖଠାରୁ ରଣଭୀର ଯାଏଁ ମିଳିଲା ଖାସ୍ ଗିପ୍ଟ ,ଦାମ ଜାଣିଲେ ଉଡିଯିବ ହୋସ୍ - Anant Ambani Wedding

author img

By ETV Bharat Odisha Team

Published : Jul 14, 2024, 11:11 AM IST

Anant Ambani Wedding: ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ସମାରୋହ ବର୍ତ୍ତମାନ ଶେଷ ହୋଇଛି । ନିକଟରେ ଆୟୋଜିତ ଏହି ବିବାହରେ ଭାରତ ସମେତ ସାରା ବିଶ୍ୱରୁ ସେଲିବ୍ରିଟିମାନେ ଅଂଶଗ୍ରହଣ କରିଥିଲେ । ତେବେ ଏହି ସମୟରେ ସେ ଅତିଥିଙ୍କୁ କିଛି ଖାସ୍ ଉପହାର ଦେଇଛନ୍ତି । ଯାହାର ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ସେହି ଉପହାର କ'ଣ ଏବଂ କାହାକୁ ମିଳିଛି ? ଜାଣନ୍ତୁ

ଅନନ୍ତ-ରାଧିକା ୱେଡିଂ; ଶାହାରୁଖ ଠାରୁ ରଣଭୀର ଯାଏଁ, ମିଳିଲା ଖାସ୍ ଗିପ୍ଟ ,ଦାମ ଜାଣିଲେ ଉଡିଯିବ ହୋସ୍
ଅନନ୍ତ-ରାଧିକା ୱେଡିଂ; ଶାହାରୁଖ ଠାରୁ ରଣଭୀର ଯାଏଁ, ମିଳିଲା ଖାସ୍ ଗିପ୍ଟ ,ଦାମ ଜାଣିଲେ ଉଡିଯିବ ହୋସ୍ (ETV Bharat Odisha, Ranveer Singh(instagram))

ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ । ହଜାରେ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଏହି ବିବାହରେ ଦେଶ ବିଦେଶର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ସମାରୋହରେ ଯୋଗ ଦେଇଥିବା ଅତିଥିମାନଙ୍କୁ ଅମ୍ବାନୀ ପରିବାର ଦ୍ୱାରା ବହୁ ମୂଲ୍ୟବାନ ଉପହାର ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଶାହାରୁଖଖାନଙ୍କ ଠାରୁ ଆରମ୍ଭ କରି ଅନେକ ତାରକା ଏବଂ ବ୍ୟକ୍ତିଙ୍କୁ ଅନନ୍ତ ଅମ୍ବାନୀଙ୍କ ଠାରୁ ଖାସ୍ ଉପହାର ମିଳିଛି । ଯାହାର ଦାମ୍ ଜାଣିଲେ କୋଟିଏ ଟଙ୍କା ହେବ ।

ଏହା ଉପହାର ଦେଲେ ଅନନ୍ତ

ରିପୋର୍ଟ ଅନୁଯାୟୀ, ଏହି ବିବାହ ସମାରୋହରେ ବରଯାତ୍ରୀରେ ଆସିଥିବା ତାରକାମାନଙ୍କୁ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ଦାମୀ ଘଣ୍ଟା ଉପହାର ଦିଆଯାଇଛି । ଯେଉଁମାନଙ୍କୁ ଏହି ଘଣ୍ଟା ଉପହାର ଦିଆଯାଇଥିଲା ସେମାନଙ୍କ ମଧ୍ୟରେ ବଲିଉଡ ଅଭିନେତା ଶାହାରୁଖ ଖାନ ଏବଂ ରଣଭୀର ସିଂ ମଧ୍ୟ ରହିଛନ୍ତି । ଏହି ଘଣ୍ଟାର ମୂଲ୍ୟ ପ୍ରାୟ ୨ରୁ ୩ କୋଟି ହେବ ବୋଲି କୁହାଯାଉଛି । ଅନନ୍ତ ଅମ୍ବାନୀଙ୍କଠାରୁ ଉପହାର ରୂପେ ଗ୍ରହଣ କରିଥିବା ଘଣ୍ଟା ହେଲା ଅଡେମର୍ସ ପିଗୁଏଟ୍ (Audemars Piguet) ବ୍ରାଣ୍ଡର ।

ଶାହାରୁଖଙ୍କ ସମେତ ଏହି ତାରକାମାନଙ୍କୁ ମିଳିଲା ଉପହାର

ମିଡିଆ ରିପୋର୍ଟ ଅନୁଯାୟୀ, ଅନନ୍ତ ଏହି ଘଣ୍ଟାକୁ ଶାହାରୁଖ ଖାନ, ରଣଭୀର ସିଂ, ଶିଖର ପହରିଆ, ଭୀର ପହରିଆ, ମେଜାନ ଜାଫ୍ରେଙ୍କ ସମେତ କିଛି ବିଶେଷ ବନ୍ଧୁଙ୍କୁ ଉପହାର ଦେଇଛନ୍ତି । ଏହି ଘଣ୍ଟାଗୁଡିକ ୪୧ ମିଲିମିଟର ୧୮ କ୍ୟାରେଡ ପିଙ୍କ ଗୋଲ୍ଡ କେସରେ ରଖାଯାଇଛି, ଯାହା ୯.୫ ମିମି ମୋଟା । ଏହି ଘଣ୍ଟା ହେଉଛି ଏକ ୧୮ କ୍ୟାରେଡ ରୋଜ୍ ଗୋଲ୍ଡ ରୟାଲ୍ ଓକ୍ ପରପ୍ୟାକଚୁଆଲ କ୍ୟାଲେଣ୍ଡର, ଯାହାର ନାମ ଲ୍ୟୁମିନାରୀ ଏଡିସନ । ଏଥିରେ ରୋଜ ଗୋଲ୍ଡ ଡାଏଲ୍ ଏବଂ ବ୍ଲାକ ସବ୍-ଡାଏଲ୍ ରହିଛି । ଏହି ଘଣ୍ଟା ୨୦ ମିଟର ଗଭୀର ଜଳରେ କାମ କରିପାରିବ ଏବଂ ୪୦ ଘଣ୍ଟା ପର୍ଯ୍ୟନ୍ତ ପାୱାର୍ ରିଜର୍ଭ ଅଛି ।

କର୍ମଚାରୀଙ୍କୁ ମିଳିଥିଲା ଏହି ଉପହାର

ଜୁଲାଇ ୧୨ରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ କରିଥିଲେ । ଏହି ସମୟରେ ଅନେକ ରିଲାଏନ୍ସ କର୍ମଚାରୀଙ୍କୁ ମଧ୍ୟ ଉପହାର ଦିଆଯାଇଛି । ଉପହାର ବାକ୍ସ ଭିତରେ ମିଠା ବାକ୍ସ ଏବଂ ଏକ ରୂପା ମୁଦ୍ରା ସହ କିଛି ନମକିନ ରହିଥିଲା । ଯାହାର ଭିଡିଓ ଏବଂ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: ଅନନ୍ତ-ରାଧିକାଙ୍କ ସରିଲା ବିବାହ: ଠୁମକା ଲଗାଇଲେ ବଲିଉଡ ତାରକା, ଆଜି ଗ୍ରାଣ୍ଡ ରିସେପସନ୍

ଆଜି ଅନନ୍ତ-ରାଧିକାଙ୍କ ରିସେପ୍ସନ

ଅନନ୍ତ ଏବଂ ରାଧିକା ଜୁଲାଇ ୧୪ ଅର୍ଥାତ୍ ଆଜି ମୁମ୍ବାଇରେ ଏକ ରିସେପ୍ସନ୍ ପାର୍ଟି ଆୟୋଜନ କରିବେ, ଯାହା ସେମାନଙ୍କ ବିବାହ ଉତ୍ସବର ଗ୍ରାଣ୍ଡ ଫାଇନାଲ୍ ହେବ । ସାତ ବର୍ଷ ପୂର୍ବେ ଏହି ଦମ୍ପତି ପରସ୍ପରକୁ ଡେଟ କରିଥିଲେ । ସାତ ବର୍ଷ ପରେ ଦୁହେଁ ବିବାହ କରିବାକୁ ସ୍ଥିର କଲେ । ଶେଷରେ ଜୁଲାଇ ୧୨ ରେ ଉଭୟଙ୍କ ହାତଗଣ୍ଠି ପଡିଲା । ଏହି ସମାରୋହରେ ବଲିଉଡ ତାରକାଙ୍କ ସହ ସାଉଥ ସେଲିବ୍ରେଟି, ରାଜନେତା, କ୍ରିକେଟର ମାନେ ମଧ୍ୟ ଏହି ମହଙ୍ଗା ବିବାହରେ ସାମିଲ ହୋଇଥିଲେ ଏବଂ ବିବାହରେ ଠୁମକା ମଧ୍ୟ ଲଗାଇଥିଲେ ସେଲିବ୍ରିଟି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.