ETV Bharat / entertainment

ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ, ଜାମିନ ପରେ ବି ହେପାଜତରେ କାଟିଲେ ରାତି - ALLU ARJUN WALKS OUT OF JAIL

ତେଲେଙ୍ଗାନା ହାଇକୋର୍ଟଙ୍କ ଜାମିନ ସତ୍ତ୍ବେ ଜେଲରେ ରାତି କାଟିଲେ ଅଲ୍ଲୁ ଅର୍ଜୁନ । ଆଜି ସକାଳେ ମୁକୁଳିଲେ ।

allu arjun released from jail
allu arjun released from jail (ETV Bharat)
author img

By ETV Bharat Entertainment Team

Published : 3 hours ago

ହାଇଦ୍ରାବାଦ: ଜେଲରୁ ବାହାରିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଆଜି, ଶନିବାର ସକାଳ ପ୍ରାୟ 7.15 ସମୟରେ ହାଇଦ୍ରାବାଦର ଚଞ୍ଚଲଗୁଡା ସେଣ୍ଟ୍ରାଲ ଜେଲରୁ ଅଲ୍ଲୁ ଅର୍ଜୁନଙ୍କୁ ମୁକ୍ତ କରାଯାଇଥିଲା । ଶୁକ୍ରବାର ଦିନ ତେଲେଙ୍ଗାନା ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁଦ୍ଧା ଜେଲରେ ରାତି କାଟିଲେ ଅଲ୍ଲୁ ଅର୍ଜୁନ । ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେଲ କର୍ତ୍ତୃପକ୍ଷ ଜାମିନ କପି ପାଇ ନ ଥିବାରୁ ଅଭିନେତାଙ୍କୁ ଜେଲରେ ରାତି କଟାଇବାକୁ ପଡିଥିଲା ।

ଜେଲରେ ରାତି କାଟିଲେ ଅଲ୍ଲୁ ଅର୍ଜୁନ

ଜାମିନ ପରେ ବି ଜେଲରେ ରାତି କାଟିଲେ ଅଲ୍ଲୁ ଅର୍ଜୁନ । ଜେଲରୁ ମୁକୁଳିବା ଖବର ଶୁଣି ଜେଲ ବାହାରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା । ବର୍ତ୍ତମାନ ଅଲ୍ଲୁ ଅର୍ଜୁନ ଘରକୁ ଫେରିଛନ୍ତି । ତାଙ୍କ ଶ୍ୱଶୁର ଚନ୍ଦ୍ରଶେଖର ରେଡ୍ଡୀ ଏବଂ ପିତା ଅଲ୍ଲୁ ଅରବିନ୍ଦ ଅଭିନେତାଙ୍କୁ ନେବା ପାଇଁ ଜେଲ ବାହାରେ ପହଞ୍ଚିଥିଲେ । କଡା ସୁରକ୍ଷା ମଧ୍ୟରେ ଏଠାରୁ ସେମାନେ ନିଜ ଘରକୁ ଚାଲିଗଲେ । ତାଙ୍କ କାର ରାସ୍ତାରେ ମଧ୍ୟ ଦେଖିବାକୁ ମିଳିଥିଲା, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରାଜନୈତିକ ମାହୋଲ ସରଗରମ

ସେପଟେ ଏହି ହାଇପ୍ରୋଫାଇଲ୍ ଗିରଫ ମଧ୍ୟ ଏକ ରାଜନୈତିକ ମାହୋଲ ସରଗରମ ହୋଇଛି । ତେଲେଙ୍ଗାନାରେ ବିଜେପି ଏବଂ ବିଆରଏସ ଶାସକ କଂଗ୍ରେସ ଉପରେ ତାରକାଙ୍କ ସହ କରାଯାଇଥିବା ବ୍ଚିୟବହାର ଉପରେ ପ୍ରଶ୍ନ ଉଠାଇଛି । ଏଥିସହ TPCC ସଭାପତି ମହେଶ କୁମାର ଗୌର ଜବାବରେ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ଏହା ଏହାର କାର୍ଯ୍ୟ କରିବ । ଏହି ସମୟରେ, ନୂଆଦିଲ୍ଲୀର ଏକ ଇଭେଣ୍ଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ । ସେ ଆହୁରି ମଧ୍ୟ କହିଛନ୍ତି, "ମୃତ୍ୟୁବରଣ କରିଥିବା ମହିଳାଙ୍କ ବିଷୟରେ କିମ୍ବା କୋମାରେ ଥିବା ତାଙ୍କ ପୁଅ ବିଷୟରେ କେହି କହୁ ନାହାଁନ୍ତି । କୋମାରୁ ଉଠିବା ପରେ ସେ ତା ମାଆଙ୍କୁ ପାଇବ ନାହିଁ ।"

ଏହି ଘଟଣାରେ ଗିରଫ ହୋଇଥିଲେ ଅଲ୍ଲୁ ଅର୍ଜୁନ

ସୂଚନା ଥାଉ କି, ଡିସେମ୍ବର 4 ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ 'ପୁଷ୍ପା 2' ପ୍ରିମିୟର ଶୋ ହୋଇଥିଲା । ଯେଉଁଠି ଅଲ୍ଲୁ ଅର୍ଜୁନ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ପୁଷ୍ପାରାଜଙ୍କ ଝଲକ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା । ଫଳରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ଏହି ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶିଶୁର ଗଭୀର ଆହତ ହୋଇଥିଲେ । ସେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏହି ଘଟଣା ପରେ ମୃତକଙ୍କ ସ୍ୱାମୀ ଥିଏଟର ମ୍ୟାନେଜମେଣ୍ଟ ସମେତ ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ଟିମ ନାଁରେ ମାମଲା ରୁଜୁ କରିଥିଲେ । ଯାହା ପରେ ପୋଲିସ ଗତକାଲି (ଡିସେମ୍ୱର 13)ରେ ଅଲ୍ଲୁ ଅର୍ଜୁନଙ୍କ ତାଙ୍କ ବାସଭବନରୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ବନ୍ଧା ହେଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ନାମ୍ପଲି କୋର୍ଟ 14 ଦିନିଆ ରିମାଣ୍ଡରେ ପଠାଇଥିଲେ

ଅଭିନେତାଙ୍କୁ ହାଇଦ୍ରାବାଦର ଚିକ୍କଡପଲ୍ଲି ପୋଲିସ ଗିରଫ କରି ନାମ୍ପଲି କୋର୍ଟରେ ହାଜର କରିଥିଲା । ଘଟଣାରେ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ 14 ଦିନିଆ ରିମାଣ୍ଡରେ ପଠାଇଥିଲେ । ଯାହା ପରେ ପୋଲିସ ଅଲ୍ଲୁ ଅର୍ଜୁନଙ୍କୁ ଚଞ୍ଚଲଗୁଡା ଜେଲକୁ ସ୍ଥାନାନ୍ତର କରିଥିଲା । ଅଲୁ ଅର୍ଜୁନଙ୍କୁ ଚଞ୍ଚଲଗୁଡା ଅଣାଯିବା ପରେ ପୋଲିସ ଜେଲରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା ।

ହାଇକୋର୍ଟ ଦେଇଥିଲେ ଜାମିନ

କହିରଖୁଛୁ କି, ଘଟଣା ନେଇ ଅଲ୍ଲୁ ଅର୍ଜୁନ ହାଇଦ୍ରାବାଦ ପୋଲିସ ଦ୍ୱାରା ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବାକୁ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣି ଗତକାଲି କରି ଅଭିନେତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ 21, 2025 କୁ ଘୁଞ୍ଚାଇ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.