ETV Bharat / entertainment

ଓସ୍କାରରେ ଉପସ୍ଥାପକ ଭାବେ ନଜର ଆସିବେ ଏହି ହଲିଉଡ ସେଲିବ୍ରିଟି, ସାମ୍ନାକୁ ଆସିଲା ଲିଷ୍ଟ୍

author img

By ETV Bharat Odisha Team

Published : Feb 27, 2024, 3:15 PM IST

Oscars 2024 Presenters: ୯୬ତମ ଓସ୍କାର ଆୱାର୍ଡ ୨୦୨୪ ଖୁବଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଚଳିତ ଥର କେଉଁ ସେଲିବ୍ରିଟି ଏହାକୁ ଉପସ୍ଥାପକ ବା ଉପସ୍ଥାପିକା ଭାବେ ନଜର ଆସିବେ, ତାହାର ତାଲିକା ପ୍ରକାଶ ପାଇଛି । ଅଧିକ ପଢନ୍ତୁ,

ଓସ୍କାରରେ ଉପସ୍ଥାପକ ଭାବେ ନଜର ଆସିବେ ଏହି ହଲିଉଡ ସେଲିବ୍ରିଟି, ସାମ୍ନାକୁ ଆସିଲା ଲିଷ୍ଟ୍
ଓସ୍କାରରେ ଉପସ୍ଥାପକ ଭାବେ ନଜର ଆସିବେ ଏହି ହଲିଉଡ ସେଲିବ୍ରିଟି, ସାମ୍ନାକୁ ଆସିଲା ଲିଷ୍ଟ୍

ହାଇଦ୍ରାବାଦ: ୯୬ତମ ଓସ୍କାର ଆୱାର୍ଡ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହେବାକୁ ଯାଉଛି । ଚଳିତ ଥର ଓସ୍କାର ଶୋ' ମାର୍ଚ୍ଚ ୧୦, ୨୦୨୪ରେ ଲସ ଆଞ୍ଜେଲ୍ସର ଓଭେସନ୍ ହଲିଉଡର ଡଲବି ଥିଏଟରରେ ଅନୁଷ୍ଠିତ ହେବ । ଭାରତରେ ମାର୍ଚ୍ଚ ୧୧, ୨୦୨୪ ସକାଳ ୫ଟା ରେ ଲାଇଭ ପ୍ରସାରଣ କରାଯିବ । ଏଭଳି ପରିସ୍ଥିତିରେ ସିନେମାର ଏହି ସମ୍ମାନଜନକ ପୁରସ୍କାର ବିଷୟରେ ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ଓସ୍କାର ପୁରସ୍କାର ୨୦୨୪ର ପ୍ରଥମ ରାଉଣ୍ଡର ଉପସ୍ଥାପକମାନଙ୍କ ନାମ ପ୍ରକାଶ ପାଇଛି ।

ଫେବୃଆରୀ ୨୭(ମଙ୍ଗଳବାର) ରେ ଘୋଷିତ ହୋଇଥିବା ପ୍ରଥମ ଉପସ୍ଥାପକଙ୍କ ମଧ୍ୟରେ ଜୈଡେୟା, ମିସେଲ ଫିଫର ଏବଂ ଓସ୍କାର ବିଜେତା ନିକୋଲସ କେଜ୍ ଏବଂ ଅଲ ପାସିନୋଙ୍କ ନାଁ ରହିଛି । ଓସ୍କାର ଉପସ୍ଥାପକଙ୍କ ପ୍ରଥମ ତାଲିକାରେ ଥିବା ଅନ୍ୟାନ୍ୟ ବ୍ୟକ୍ତି ମାନେ ହେଲେ ମହେରଶାଲା ଅଲି, ଜାମି ଲି କର୍ଟିସ୍, ବ୍ରାଣ୍ଡେନ୍ ଫ୍ରେଜର, ଜେସିକା ଲୈଙ୍ଗ, ମାଥ୍ୟୁ ମ୍ୟାକକୋନାଘି, ଲୁପିତା ନିଓଙ୍ଗୋ, କେ ହ୍ୱି କ୍ୱାନ, ମିସେଲ ୟୋହ ଏବଂ ସାମ ରକୱେଲ ରହିଛି । ଏଥିସହ ରିଆନ୍ ଗସଲିଙ୍ଗର ତାଙ୍କ ହିଟ୍ ଫିଲ୍ମ ବାର୍ବୀର ଗୀତ 'ଆଇ ଏମ ଜଷ୍ଟ କେନ୍'ରେ ଓସ୍କାର ମଞ୍ଚରେ ଡ୍ୟାନ୍ସ ପ୍ରଦର୍ଶନ କରିବେ । ତେବେ ଅନ୍ୟ ଉପସ୍ଥାପକମାନଙ୍କ ବିଷୟରେ ମଧ୍ୟ ଖୁବଶୀଘ୍ର ଘୋଷଣା କରାଯିବ ।

ଏହା ମଧ୍ୟ ପଢନ୍ତୁ: ଓସ୍କାର ଆୱାର୍ଡ ୨୦୨୪: ଶ୍ରେଷ୍ଠ ଫିଲ୍ମ ରେସରେ 'ବାର୍ବି ଓ ଓପେନହାଇମର', ଦେଖନ୍ତୁ ପୁରା ତାଲିକା

ଏହି ଦିନ ଓସ୍କାର ପାଇଁ ମନୋନୀତ ଫିଲ୍ମର ଘୋଷଣା ହୋଇଥିଲା

ଜାନୁଆରୀ ୨୩ରେ ଓସ୍କାର ୨୦୨୪ ପାଇଁ ନାମାଙ୍କନ ଘୋଷଣା କରାଯାଇଥିଲା । ନାମାଙ୍କନ ତାଲିକାରେ ହଲିଉଡ ଫିଲ୍ମ 'ଓପେନହାଇମର' ସର୍ବାଧିକ ୧୩ଟି ବର୍ଗରେ ମନୋନୀତ ହୋଇଥିବା ବେଳେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ବର୍ଗରେ ଭାରତୀୟ ଫିଲ୍ମ ଭାବେ ନିଶା ପାହୁଜାଙ୍କ 'ଟୁ କିଲ ଏ ଟାଇଗର'କୁ ମନୋନୀତ କରାଯାଇଛି।

ଏହା ମଧ୍ୟ ପଢନ୍ତୁ: ଓସ୍କାର ଆୱାର୍ଡ ୨୦୨୪: ଶ୍ରେଷ୍ଠ ଫିଚର ଫିଲ୍ମ ବର୍ଗରେ ଏହି ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ମନୋନୀତ

କହିରଖୁଛି କି, ହୋଷ୍ଟ ଏବଂ ହାସ୍ୟ ଅଭିନେତା ଜିମି କିମେଲ ଓସ୍କାରର ହୋଷ୍ଟ କରିବେ । ୯୬ତମ ଏକାଡେମୀ ପୁରସ୍କାର ରାଜ କପୁର, ମଲ୍ଲିକ ମ୍ୟାକନର୍ନି ଏବଂ କେଟି ମଲାନଙ୍କ ଦ୍ୱାରା ନିର୍ମିତ । ଏକାଡେମୀ ଅଫ ମୋଶନ ପିକ୍ଚର ଆର୍ଟ ଆଣ୍ଡ ସାଇନ୍ସ ଅଫ୍(ଓସ୍କାର) ପୁରସ୍କାର ସିନେମା ସହ ଜଡିତ ଅଭିନେତା, ଲେଖକ ଏବଂ ନିର୍ଦ୍ଦେଶକମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସମ୍ମାନିତ କରେ । ଏହି ପୁରସ୍କାର ୧୯୨୭ରୁ ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.