ETV Bharat / entertainment

ଛାଡ଼ପତ୍ର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ଏକାଠି ନଜର ଆସିଲେ ଐଶ୍ୱର୍ଯ୍ୟା-ଅଭିଷେକ - AISHWARYA RAI ABHISHEK BACHCHAN

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ । ଅଲଗା ହେବେନି ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ । ଏକାଠି ନଜର ଆସିଲେ ଦମ୍ପତି । ଫଟୋ ଭାଇରାଲ ।

aishwarya rai abhishek bachchan
aishwarya rai abhishek bachchan (ANI)
author img

By ETV Bharat Entertainment Team

Published : Dec 6, 2024, 12:24 PM IST

ହାଇଦ୍ରାବାଦ: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ର ଖବର ଦୀର୍ଘ ଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ବାସ୍ତବରେ, ଏହି ଦମ୍ପତିଙ୍କୁ ଅନେକ ସମୟରେ ଅଲଗା ଅଲଗା ଦେଖାଯାଇଥିଲା, ଯେଉଁ କାରଣରୁ ଉଭୟ ଅଲଗା ହେବା ନେଇ ଆଲୋଚନା ହୋଉଥିଲା । ବର୍ତ୍ତମାନ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଦମ୍ପତିଙ୍କ ନୂତନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଏକାଠି ବହୁତ ଖୁସି ନଜର ଆସୁଛନ୍ତି ।

ଏକାଠି ନଜର ଆସିଲେ ଅଭିଷେକ-ଐଶ୍ୱର୍ଯ୍ୟା

ଚଳଚ୍ଚିତ୍ର ନିର୍ମାତା ଅନୁ ରଂଜନ ତାଙ୍କ ଇନଷ୍ଟାଗ୍ରାମରେ ଏକ ପାର୍ଟିର ଫଟୋ ସେୟାର କରିଛନ୍ତି । ଫଟୋରେ ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ଏବଂ ଶାଶୁ ବୃନ୍ଦା ରାଜଙ୍କ ସହ ସେଲ୍ପି କ୍ଲିକ୍ କରୁଥିବା ଦେଖିବାକୁ ମିଳିଛି । ସେହିପରି ଅଭିନେତ୍ରୀ ଆୟେଶା ଜୁଲ୍କା ମଧ୍ୟ ଏହି ପାର୍ଟିର କିଛି ଫଟୋ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ସେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି । ଏହି ସମୟରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବ୍ଲାକ ରଙ୍ଗର ଆଉଟଫିଟରେ ନଜର ଆସିଛନ୍ତି । ଏହି ସମୟରେ ଉଭୟ ବେଶ ଖୁସିଥିବା ନଜର ଆସିଛନ୍ତି । ତେବେ ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଫଟୋ ସାମ୍ନାକୁ ଆସିବା ପରେ ବିବାହ ବିଚ୍ଛେଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

aishwarya rai abhishek bachchan
aishwarya rai abhishek bachchan (instagram)

ଏହା ମଧ୍ୟ ପଢନ୍ତୁ: ଝିଅ ଆରାଧ୍ୟାଙ୍କ ଜନ୍ମଦିନ ଏକାକୀ ସେଲିବ୍ରେଟ କଲେ ଐଶ୍ୱର୍ଯ୍ୟା, ସାମିଲ ହେଲେନି ଅଭିଷେକ

କାହିଁକି ହୋଇଥିଲା ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବିବାହ ବିଚ୍ଛେଦ ଚର୍ଚ୍ଚା

ସୂଚନା ଥାଉ କି, ଅଭିଷେକ ଏବଂ ଐଶ୍ୱର୍ଯ୍ୟା ୨୦ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ । ଦୁହେଁ ଗୁରୁ, ଧୁମ୍ ୨ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି । ନଭେମ୍ବର ୧୬, ୨୦୧୧ରେ ସେମାନେ ଝିଅ ଆରାଧ୍ୟାଙ୍କ ପିତାମାତା ହୋଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟା ରାୟ ଏକତ୍ର ହାଇ-ପ୍ରୋଫାଇଲ୍ ଇଭେଣ୍ଟରେ ଯୋଗ ନଦେବା ଖବର ଅନେକ ହେଡଲାଇନ ସୃଷ୍ଟି କରିଥିଲା । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଠାରୁ ଆରମ୍ଭ କରି ଅନେକ ଇଭେଣ୍ଟରେ ଉଭୟ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ପୃଥକ ପୃଥକ ସ୍ପଷ୍ଟ ହେଉଥିବା ବେଳେ ଉଭୟଙ୍କ ବିଚ୍ଛେଦ ଚର୍ଚ୍ଚା ନେଇ ଆଲୋଚନା ଜୋର ଧରିଛି ।

ଏହା ମଧ୍ୟ ପଢନ୍ତୁ: 'ବଚ୍ଚନ' ସରନେମ ହଟାଇଲେ ଐଶ୍ୱର୍ଯ୍ୟା ରାୟ ! ଭିଡିଓ ଭାଇରାଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.