ETV Bharat / entertainment

'ଦମନ' ପରେ 'ପରବ' ସହ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଦୀପେନ୍ଦ୍ର ସାମଲ, ଏହି ତାରକା ଆସିବେ ନଜର - New Odia Film Parab - NEW ODIA FILM PARAB

'Daman' Producer Deependra Samal New Odia Film 'Parab': ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଓଡ଼ିଆ ଫିଲ୍ମ 'ଦମନ'ର ସଫଳତା ପରେ ଏବେ ନିର୍ମାତା ଦୀପେନ୍ଦ୍ର ସାମଲ ଆଉ ଏକ ମୌଳିକ କାହାଣୀକୁ ନେଇ ଫେରୁଛନ୍ତି । ନିକଟରେ ଫିଲ୍ମ 'ପରବ'ର ଘୋଷଣା କରିବା ସହ ଏହାର ପ୍ରଥମ ଝଲକ ଦେଖାଇଛନ୍ତି । ତେବେ ଫିଲ୍ମର କାହାଣୀ କ'ଣ ରହିଛି ଏବଂ କେଉଁ ତାରକା ଏଥିରେ ନଜର ଆସିବେ ? ଜାଣନ୍ତୁ

'ଦମନ' ପରେ 'ପରବ' ସହ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଦୀପେନ୍ଦ୍ର ସାମଲ, ଏହି ତାରକା ଆସିବେ ନଜର
'ଦମନ' ପରେ 'ପରବ' ସହ ପୁଣି ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଦୀପେନ୍ଦ୍ର ସାମଲ, ଏହି ତାରକା ଆସିବେ ନଜର (ETV Bharat Odisha)
author img

By ETV Bharat Odisha Team

Published : Aug 21, 2024, 4:10 PM IST

ଭୁବନେଶ୍ୱର: 'ଦମନ'ର ସଫଳତା ପରେ ପୁଣି ଆଉ ଏକ ମୌଳିକ କାହାଣୀକୁ ନେଇ ଫେରୁଛନ୍ତି ଓଲିଉଡର ଲୋକପ୍ରିୟ ନିର୍ମାତା ଦୀପେନ୍ଦ୍ର ସାମଲ । ଓଡ଼ିଆ ଫିଲ୍ମ 'ପରବ' ସହ ସେ କମବ୍ୟାକ କରୁଥିବା ବେଳେ ଏହି ଫିଲ୍ମର ପ୍ରଥମ ଝଲକ ମଧ୍ୟ ଦେଖାଇଛନ୍ତି । ସୋସିଆଲ ମିଡିଆରେ ନିର୍ମାତା ଏକ ଟିଜର ସେୟାର କରି ଏହାର ଝଲକ ଦେଖାଇଛନ୍ତି ଏବଂ ଏଥିରେ ଥିବା ଷ୍ଟାରକାଷ୍ଟ ଉପରୁ ପରଦା ହଟାଇଛନ୍ତି । ତେବେ ଏହି ଫିଲ୍ମରେ କେଉଁ ତାରକା ନଜର ଆସିବେ ଏବଂ କ'ଣ ରହିଛି କାହାଣୀ ? ଚାଲନ୍ତୁ ଜାଣିବା ।

ଓଡ଼ିଆ ଫିଲ୍ମ ପରବ (ETV Bharat Odisha)

ଏହି ନିର୍ଦ୍ଦେଶକ ଦେବେ 'ପରବ' ନିର୍ଦ୍ଦେଶନା

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଓଡ଼ିଆ ଫିଲ୍ମ 'ଦମନ' ନିର୍ମାତା ଦୀପେନ୍ଦ୍ର ସାମଲ, ଜେପି ମେଶନ ପିକ୍ଚର ବ୍ୟାନରରେ ଏହି ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ଏହି ଫିଲ୍ମକୁ ନିର୍ଦ୍ଦେଶକ ଚିନ୍ମୟ ଦାସ ନିର୍ଦ୍ଦେଶନା ଦେବେ । ସେ ଏହି ଫିଲ୍ମର ନିର୍ଦ୍ଦେଶନା ସହ ଲେଖକ ମଧ୍ୟ ଅଟନ୍ତି । ଏଥିସହ ଏହି ଫିଲ୍ମରେ ଅନୁ ଚୌଧୁରୀ ସହ ପ୍ରଯୋଜକ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେହିପରି ଡିଓପି କାର୍ତ୍ତିକ କୁମାର ରହିଥିବା ବେଳେ ଅଭିନାଶ ମିଶ୍ର ସାଉଣ୍ଡ ଡିଜାଇନ କରିଛନ୍ତି ।

ଓଡ଼ିଆ ଫିଲ୍ମ 'ପରବ' ଷ୍ଟାରକାଷ୍ଟ

ଦୀପେନ୍ଦ୍ର ସାମଲଙ୍କ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଓଲିଉଡ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଜାତୀୟ ପୁରସ୍କାର ବିଜେତା 'ପ୍ରତୀକ୍ଷା ଏବଂ ଦମନ ଅଭିନୀତ ଅଭିନେତା ଦିପାନ୍ୱିତ ଦାସମହାପାତ୍ର, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ସମେତ ଅନେକ ତାରକା ନଜର ଆସିବେ । ଏଥିସହ ଅନୁ ଚୌଧୁରୀ ଏହି ଫିଲ୍ମରେ ସହ-ନିର୍ମାତା ସହ ଅଭିନେତ୍ରୀ ଭାବେ ବି ନଜର ଆସିବେ । ନିର୍ମାତାଙ୍କ ଦ୍ୱାରା ସେୟାର ହୋଇଥିବା ଭିଡିଓରେ ସମସ୍ତ ତାରକାଙ୍କ ପ୍ରଥମ ଲୁକ ଏବଂ ଝଲକ ଦେଖିବାକୁ ମିଳିଛି । ଯାହାକୁ ଦେଖି ଫ୍ୟାନ୍ସ ଫିଦା ହେବା ସହ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

'ପରବ' କାହାଣୀ

'ପରବ'ର କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଓଡ଼ିଶାର ସୀମା ବିବାଦ ଓ ସମ୍ବେଦନଶୀଳ ବିଷୟକୁ ଆଧାର କରି ନିର୍ମିତ ହୋଇଛି । ଓଡ଼ିଶାର ବିବାଦୀୟ ଘଟଣା ମହାନଦୀ ପ୍ରସଙ୍ଗ ହେଉ ଅବା କୋଟିଆ- ଆନ୍ଧ୍ର ପ୍ରସଙ୍ଗ ହେଉ ଏହି ଘଟଣାମାନକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି । ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ''ଓଡ଼ିଶାର କାହାଣୀ ଲୋକଙ୍କ ପାଖରେ ପହଞ୍ଚୁ । ଲୋକେ ଜାଣନ୍ତୁ କି ଓଡ଼ିଶାର ଗର୍ବ ଏବଂ ଅଭିମାନ କ'ଣ ? ଆମେ ଲୋକଙ୍କ ପାଖରେ ସତ କାହାଣୀ ପହଞ୍ଚାଇବାକୁ ଚାହୁଁଛୁ ତାଙ୍କୁ ନିରାଶ କରିବାକୁ ଚାହୁଁନୁ । ଦମନ ପରି ଏହା ମଦ୍ୟ ଲୋକଙ୍କୁ ବେଶ ଭଲ ଲାଗିବ ବୋଲି ମୋର ଆଶା । ''

ଏହି ଦିନ ରିଲିଜ ହେବ 'ପରବ'

ଏହି ଫିଲ୍ମ ପାର୍ବଣରେ ରିଲିଜ ହେବ । ପୂର୍ବରୁ ଏହି ଫିଲ୍ମ ଦଶହରା ଅବସରରେ ରିଲିଜ ହେବାର ଥିଲା । କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ଦୀପାବଳିରେ ରିଲିଜ ହେବ ବୋଲି କୁହାଯାଉଛି । କିନ୍ତୁ ଏନେଇ କୌଣସି ଅଫିସିଆଲି ଘୋଷଣା ହୋଇନାହିଁ । ତେବେ ଫିଲ୍ମ ଘୋଷଣା ହେବା ଠାରୁ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏହା 3ଟି ଭାଷାରେ ଯଥା, ଓଡିଆ, ତେଲୁଗୁ ଓ ହିନ୍ଦୀରେ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ: ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଶ୍ରେଷ୍ଠ ଅଭିନେତା ଋଷବ ଶେଟ୍ଟୀ, ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ‘ଦମନ’

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଦମନକୁ ଜାତୀୟ ପୁରସ୍କାର

ନିକଟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା । ଏଥିରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି । ୨୦୨୨ ବର୍ଷ ପାଇଁ ଏହି ଫିଲ୍ମ ଆୱାର୍ଡ ମିଳିଥିବା ବେଳେ ପ୍ରଯୋଜକ ଦୀପେନ୍ଦ୍ର ସାମଲ ଏହାକୁ ପ୍ରସ୍ତୁତ କରିଥିଲେ । ଏଥିରେ ବାବୁସାନ ମହାନ୍ତି ଏବଂ ଦିପାନ୍ୱିତ ଦାସମହାପାତ୍ର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । କହିରଖୁଛୁ କି, ଦିପାନ୍ୱିତ ଦାସମହାପାତ୍ରଙ୍କ ଅଭିନୀତ 'ପ୍ରତୀକ୍ଷା' ଫିଲ୍ମ ମଧ୍ୟ ଜାତୀୟ ପୁରସ୍କାର ହାତେଇଛି । ତେବେ ଦୁଇ ଦୁଇଟି ଜାତୀୟ ପୁରସ୍କାର ଫିଲ୍ମରେ କାମ କରିଥିବା ଅଭିନେତା ଦିପାନ୍ୱିତଙ୍କୁ ପୁଣି 'ପରବ' ରେ ଦେଖିବାକୁ ମିଳିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.