ETV Bharat / entertainment

'IC 814 ଦ କନ୍ଧାର ହାଇଜ୍ୟାକ' ବିବାଦ ମାମଲା; ନେଟଫ୍ଲିକ୍ସକୁ ସରକାରଙ୍କ ଭର୍ତ୍ସନା, ସିରିଜରେ ବଦଳିଲା ଆତଙ୍କବାଦୀଙ୍କ ନାଁ - IC814 the kandahar hijack

author img

By ETV Bharat Entertainment Team

Published : Sep 4, 2024, 10:39 AM IST

IC 814: The Kandahar Hijack: ବିଜୟ ବର୍ମାଙ୍କ 'IC 814: ଦ କନ୍ଧାର ହାଇଜ୍ୟାକ' ବିବାଦ ମାମଲା। ସିରିଜରେ ଆତଙ୍କବାଦୀଙ୍କ ନାମ ପରିବର୍ତ୍ତନ କରିଥିବାରୁ କେନ୍ଦ୍ର ସରକାର ନେଟଫ୍ଲିକ୍ସକୁ ତାଗିଦ୍ କରିଥିଲେ । ଯାହା ପରେ ନେଟଫ୍ଲିକ୍ସ ଏହି ସିରିଜରେ ସେମାନଙ୍କର ପ୍ରକୃତ ନାମ ଯୋଡିଛି । ଅଧିକ ପଢନ୍ତୁ,

'IC 814 ଦ କନ୍ଧାର ହାଇଜ୍ୟାକ' ବିବାଦ ମାମଲା; ନେଟଫ୍ଲିକ୍ସକୁ ସରକାରଙ୍କ ଭର୍ତ୍ସନା, ସିରିଜରେ ବଦଳିଲା ଆତଙ୍କବାଦୀଙ୍କ ନାଁ
'IC 814 ଦ କନ୍ଧାର ହାଇଜ୍ୟାକ' ବିବାଦ ମାମଲା; ନେଟଫ୍ଲିକ୍ସକୁ ସରକାରଙ୍କ ଭର୍ତ୍ସନା, ସିରିଜରେ ବଦଳିଲା ଆତଙ୍କବାଦୀଙ୍କ ନାଁ (ETV Bharat Odisha)

ହାଇଦ୍ରାବାଦ: ନେଟଫ୍ଲିକ୍ସର ନୂଆ ୱେବ ସିରିଜ 'IC 814: ଦ କନ୍ଧାର ହାଇଜ୍ୟାକ' ବିବାଦ ମାମଲା । ସିରିଜରେ ଆତଙ୍କବାଦୀଙ୍କ ନାମ ପରିବର୍ତ୍ତନ ନେଇ ଜୋରଦାର ବିବାଦ ଜୋର ଧରିଥିଲା । ଏହି ସିରିଜରେ ଆତଙ୍କବାଦୀ ଭୋଲା ଏବଂ ଶଙ୍କରଙ୍କ ନାମକୁ ନେଇ ବିବାଦ ଲାଗି ରହିଥିଲା । ଏହି ସିରିଜକୁ ବିରୋଧ କରିବା ପରେ ସୋମବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନେଟଫ୍ଲିକ୍ସ ଇଣ୍ଡିଆର ବିଷୟବସ୍ତୁ ମୁଖ୍ୟଙ୍କୁ ଡକାଇ ତାଙ୍କୁ ହାଜର ହେବାକୁ କହିଥିଲେ । ନେଟଫ୍ଲିକ୍ସର ମୁଖ୍ୟ ମୋନିକା ଶେର୍ଗିଲ ମନ୍ତ୍ରଣାଳୟର ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲେ । ଏହି ସମୟରେ ସୂଚନା ଏବଂ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ନେଟଫ୍ଲିକ୍ସ ଇଣ୍ଡିଆର କଣ୍ଟେଣ୍ଟ ମୁଖ୍ୟ ମୋନିକା ଶେର୍ଗିଲଙ୍କୁ ଡକାଇ ୱେବ୍ ସିରିଜର କିଛି ବିଷୟ ଉପରେ ସରକାରଙ୍କ ସହ ଅସହମିତି ପ୍ରକାଶ କରିଥିଲେ । ସରକାରଙ୍କ ଭର୍ତ୍ସନା ପରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସ ସୋ’ର ଆପତ୍ତିଜନକ ବିଷୟବସ୍ତୁରେ ପରିବର୍ତ୍ତନ ଆଣିବାକୁ ରାଜି ହୋଇଛି ।

ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ନେଟଫ୍ଲିକ୍ସ ଇଣ୍ଡିଆର ମୁଖ୍ୟ ମୋନିକାଙ୍କ ସହ ବୈଠକରେ ଏହି ବିବାଦ ଉପରେ ଆଲୋଚନା କରିଥିଲେ । ଏହି ସମୟରେ, ନେଟଫ୍ଲିକ୍ସ ଦ୍ୱାରା କେନ୍ଦ୍ର ସରକାରଙ୍କୁ କୁହାଯାଇଥିଲା ଯେ ୱେବ୍ ସିରିଜ୍ 'IC 814: କାନ୍ଧାର ହାଇଜାକ୍'ର ଆପତ୍ତିଜନକ ଅଂଶରେ ସେମାନେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ । ଭବିଷ୍ୟତରେ ନେଟଫ୍ଲିକ୍ସରେ ଯେକୌଣସି ଚଳଚ୍ଚିତ୍ର କିମ୍ବା ୱେବ୍ ସିରିଜ ରିଲିଜ୍ ହେବ, ଏହା ଦେଶର ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେବ ବୋଲି ମଧ୍ୟ ନିଶ୍ଚିତ କରାଯାଇଥିଲା ।

କେନ୍ଦ୍ର ସରକାର କ’ଣ କହିଛନ୍ତି?

ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର କହିଛନ୍ତି ଯେ ସୃଜନଶୀଳତା ନାମରେ ଭାବନାକୁ ଆଘାତ କରାଯାଇପାରିବ ନାହିଁ । ସରକାର କହିଛନ୍ତି, ''ସମର୍ଥନ କରିବା ସହିତ ଆମେ ବିଷୟବସ୍ତୁ ଏବଂ ବିଷୟବସ୍ତୁ ସୃଷ୍ଟିକର୍ତ୍ତାଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛୁ। କିନ୍ତୁ ତଥ୍ୟଗୁଡିକ ସହିତ ଟାମ୍ପରିଂ କରାଯିବା ଉଚିତ୍ ନୁହେଁ । ଏକ ଚଳଚ୍ଚିତ୍ର କିମ୍ବା ଧାରାବାହିକ ରିଲିଜ୍ ହେବା ପୂର୍ବରୁ ସଠିକ୍ ଅନୁସନ୍ଧାନ କରାଯିବା ଉଚିତ ଏବଂ ଫ୍ୟାକ୍ଟ ଯାଞ୍ଚ ମଧ୍ୟ କରାଯିବା ଉଚିତ ।''

ଆତଙ୍କବାଦୀଙ୍କ ଅସଲି ନାଁ ଦେଲେ ନିର୍ମାତା

ଏହି ସିରିଜରେ ଆତଙ୍କବାଦୀଙ୍କ ପ୍ରକୃତ ନାମ ହେଲା ଇବ୍ରାହିମ ଅଥାର, ସହିଦ ଅଖତର ସଇଦ, ସନ୍ନି, ଅହମ୍ମଦ କାଜୀ, ଜାହୋର ମିଷ୍ଟ୍ରି ଏବଂ ଶାକିର । ଏହି କ୍ରମରେ ସେମାନଙ୍କର ନାମ ଭୋଲା, ଶଙ୍କର, ଡାକ୍ତର ଏବଂ ଚିଫ ରଖାଯାଇଥିଲା, ଯାହାର ନାଁ ବର୍ତ୍ତମାନ ପ୍ରକୃତ ନାମକୁ ପରିବର୍ତ୍ତିତ ହୋଇଛି । ଏହି ଧାରାବାହିକରେ ଆତଙ୍କବାଦୀଙ୍କ ପାଇଁ କୋଡନାମ ବ୍ୟବହାର କରାଯାଇଥିଲା । ଆତଙ୍କବାଦୀଙ୍କ ପ୍ରକୃତ ନାମ ସହ ଏବେ କୋଡେନାମ ମଧ୍ୟ ପରିବର୍ତ୍ତନ କରିଛି ନେଟଫ୍ଲିକ୍ସ ।

ଏହା ମଧ୍ୟ ପଢନ୍ତୁ: IC 814 ସିରିଜ ବିବାଦ ମାମଲା; ନେଟଫ୍ଲିକ୍ସ କଣ୍ଟେଣ୍ଟ ମୁଖ୍ୟଙ୍କୁ ସମନ ଜାରି କଲା ଗୃହ ମନ୍ତ୍ରଣାଳୟ

ସିରିଜରେ ନଜର ଆସିଛନ୍ତି ଏହି କଳାକାର

'IC 814: ଦ କନ୍ଧାର ହାଇଜ୍ୟାକ'ରେ ଅଭିନେତା ବିଜୟ ବର୍ମାଙ୍କ ବ୍ୟତୀତ ନାସିରୁଦ୍ଦିନ ଶାହା, ପଙ୍କଜ କପୁର, ଦିଆ ମିର୍ଜା, ଅରବିନ୍ଦ ସ୍ୱାମୀଙ୍କ ଭଳି ଅଭିନେତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିରିଜ ଅଗଷ୍ଟ 29 ରେ ମୁକ୍ତିଲାଭ କରିଥିଲା ​​ଏବଂ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଛି । ଏହି ସିରିଜର କାହାଣୀ ଏକ ପ୍ରକୃତ ଘଟଣା ଉପରେ ଆଧାରିତ, ଯାହା 1999 ମସିହାରେ ଘଟିଥିଲା । ଯେଉଁଠାରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନକୁ କିଛି ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ କରାଯାଇଥିବାର ଘଟଣା ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.