ETV Bharat / entertainment

ହାତକୁ ଦି'ହାତ ହେଲେ ଅଦିତି-ସିଦ୍ଧାର୍ଥ, ସାମ୍ନାକୁ ଆସିଲା ବିବାହ ଫଟୋ - Aditi Rao Siddharth Wedding

author img

By ETV Bharat Entertainment Team

Published : Sep 16, 2024, 12:27 PM IST

Aditi Rao Hydari-Siddharth Marriage: ବିବାହ ବନ୍ଧନରେ ବାନ୍ଧି ହେଲେ ସିଦ୍ଧାର୍ଥ- ଅଦିତି ରାଓ ହାଇଦରୀ । ସୋସିଆଲ ମିଡିଆରେ ବିବାହର ଫଟୋ ସେୟାର କରି ଉଭୟ ଏନେଇ ସୂଚନା ଦେଇଛନ୍ତି । ଦେଖନ୍ତୁ ବିବାହର ଫଟୋ,

ହାତକୁ ଦି'ହାତ ହେଲେ ଅଦିତି-ସିଦ୍ଧାର୍ଥ, ସାମ୍ନାକୁ ଆସିଲା ବିବାହର ଫଟୋ
ହାତକୁ ଦି'ହାତ ହେଲେ ଅଦିତି-ସିଦ୍ଧାର୍ଥ, ସାମ୍ନାକୁ ଆସିଲା ବିବାହର ଫଟୋ (IANS)

ହାଇଦ୍ରାବାଦ: ବିବାହ କଲେ ବଲିଉଡ ଅଭିନେତ୍ରୀ ଅଦିତି ରାଓ ହାଇଦରୀ । ଅଭିନେତ୍ରୀ ନିଜ ଦୀର୍ଘଦିନର ବୟଫ୍ରେଣ୍ଡ ତଥା ଅଭିନେତା ସିଦ୍ଧାର୍ଥଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ମାର୍ଚ୍ଚରେ ଉଭୟଙ୍କ ନିର୍ବନ୍ଧ ସରିଥିଲା ଏବଂ ସେହି ଦିନଠାରୁ ପ୍ରଶଂସକମାନେ ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ଅପେକ୍ଷାର ଅନ୍ତ ହୋଇଛି । ଏହି ଦମ୍ପତି ସିକ୍ରେଟ ଭାବେ ବିବାହ କରିଛନ୍ତି । ବର୍ତ୍ତମାନ ଦମ୍ପତିଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଅଭିନେତ୍ରୀ ସିଦ୍ଧାର୍ଥଙ୍କ ସହ ତାଙ୍କ ବିବାହର ପ୍ରଥମ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ କରିଛନ୍ତି ।

ସାତଜନ୍ମର ସାଥୀ ହେଲେ ଅଦିତି-ସିଦ୍ଧାର୍ଥ

ଅଦିତି ରାଓ ନିଜ ଇନଷ୍ଟାଗ୍ରାମରେ ବିବାହର ଅନେକ ଫଟୋ ସେୟାର କରିଛନ୍ତି । ଏହି ବିବାହ ଫଟୋରେ ଦମ୍ପତି ପାରମ୍ପାରିକ ଲୁକରେ ନଜର ଆସିଛନ୍ତି । ଫଟୋ ସେୟାର କରି ଅଭିନେତ୍ରୀ ଏକ ହୃଦୟସ୍ପର୍ଶୀ କ୍ୟାପସନ୍ ମଧ୍ୟ ଲେଖିଛନ୍ତି । ଅଦିତି ଲେଖିଛନ୍ତି, "ତୁମେ ମୋର ସୂର୍ଯ୍ୟ, ମୋର ଚନ୍ଦ୍ର ଏବଂ ମୋର ସମସ୍ତ ତାରା । ଅନନ୍ତକାଳ ପାଇଁ ମୋର ହୋଇ ରୁହ । କେବେ ବଡ଼ ହୁଅ ନାହିଁ । ଭଲପାଇବା ଏମିତି ରହୁ । ମିସେସ୍ ଏବଂ ମିଷ୍ଟର ଆଡୁ-ସିଦ୍ଧୁ ।"

ସିକ୍ରେଟ ବିବାହ କରିଛନ୍ତି ଅଦିତି-ସିଦ୍ଧାର୍ଥ

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଦିତି ଏବଂ ସିଦ୍ଧାର୍ଥ ଏକ ମନ୍ଦିରରେ ସିକ୍ରେଟ୍ ସମାରୋହରେ ବିବାହ କରିଛନ୍ତି । ଯେଉଁଥିରେ କେବଳ ସେମାନଙ୍କ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟମାନେ ସାମିଲ ରହିଥିଲେ । ତେବେ ବିବାହ ସମୟରେ ଉଭୟ ହ୍ୱାଇଟ ଏବଂ ଗୋଲ୍ଡେନ ରଙ୍ଗର ଆଉଟଫିଟରେ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ସେୟାର ହୋଇଥିବା ଫଟୋରେ ଏହି ଦମ୍ପତି ମଧ୍ୟ ବରମାଳା ପିନ୍ଧିଥିବାର ନଜର ଆସିଛନ୍ତି । ଘରର ବୟସ୍କମାନେ ମଧ୍ୟ ନବ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ କରୁଥିବା ଦେଖିବାକୁ ମିଳିଛି । ଏଥିସହ ଉଭୟ କିଛି ରୋମାଣ୍ଟିକ ପୋଜ ମଧ୍ୟ ଦେଇତିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ବିବାହ ଫଟୋ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ସମେତ ସେଲିବ୍ରିଟି ଦମ୍ପତିଙ୍କୁ ବିବାହ ଅଭିନନ୍ଦନ ଜଣାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସିଦ୍ଧାର୍ଥଙ୍କ ସହ ଡେଟିଂ କନଫର୍ମ କଲେ ଅଦିତି

ଦ୍ୱିତୀୟ ବିବାହ କଲେ ଅଦିତି-ସିଦ୍ଧାର୍ଥ

ସୂଚନା ଥାଉକି, ଅଦିତି ରାଓ ପୂର୍ବରୁ ବିବାହ କରିଥିଲେ । ତାଙ୍କର ପ୍ରଥମ ବିବାହ 2009ରେ ଅଭିନେତା ସତ୍ୟଦୀପ ମିଶ୍ରଙ୍କ ସହ ହୋଇଥିଲା । ବିବାହର ଚାରି ବର୍ଷ ପରେ ସେମାନେ ପରସ୍ପର ଠାରୁ ଅଲଗା ହୋଇଥିଲେ । ସେପଟେ, 2023ରେ ସତ୍ୟଦୀପ ମିଶ୍ର ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମାସାବା ଗୁପ୍ତାଙ୍କୁ ବିବାହ କରିଥିଲେ । ତେବେ ମାସାବା ଗୁପ୍ତାଙ୍କର ଏହା ମଧ୍ୟ ଦ୍ବିତୀୟ ବିବାହ ଥିଲା । ସେହିପରି ସିଦ୍ଧାର୍ଥ ମଧ୍ୟ ପୂର୍ବରୁ ବିବାହ କରିଥିଲେ । 2003 ମସିହାରେ ପ୍ରଥମ ବିବାହ କରିଥିଲେ ସିଦ୍ଧାର୍ଥ । ବିବାହର ଚାରି ବର୍ଷ ପରେ ସିଦ୍ଧାର୍ଥଙ୍କର ମଧ୍ୟ ଛାଡପତ୍ର ହୋଇଥିଲା । ଛାଡପତ୍ର ପରେ ପରସ୍ପରକୁ ଡେଟ କରିଥିଲେ । ଦୀର୍ଘ ଦିନର ଡେଟ ପରେ ବର୍ତ୍ତମାନ ବିବାହ କରିଛନ୍ତି ଅଦିତି-ସିଦ୍ଧାର୍ଥ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.