ETV Bharat / entertainment

ସିକ୍ରେଟରେ ବିବାହ କଲେ ଅଦିତି ଓ ସିଦ୍ଧାର୍ଥ, ଫଟୋ ଅପେକ୍ଷାରେ ଫ୍ୟାନ୍ସ - Aditi Rao Siddharth Secret Wedding

author img

By ETV Bharat Odisha Team

Published : Mar 27, 2024, 5:28 PM IST

Aditi Rao Hydari And Siddharth Secret Wedding: ଗୋପନରେ ବିବାହ କଲେ ଅଭିନେତ୍ରୀ ଅଦିତି ରାଓ ହାଇଦରି ଓ ସିଦ୍ଧାର୍ଥ । ଅଧିକ ପଢ଼ନ୍ତୁ

ସିକ୍ରେଟରେ ବିବାହ କଲେ ଅଦିତି ରାଓ ଓ ସିଦ୍ଧାର୍ଥ

ହାଇଦ୍ରାବାଦ: ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ଅଦିତି ରାଓ ହାଇଦରି । ଗୋପନରେ ଅଭିନେତା ସିଦ୍ଧାର୍ଥଙ୍କୁ କଲେ ବିବାହ । ତେଲଙ୍ଗାନା ୱାନାପାର୍ଥି ଜିଲ୍ଲା ଶ୍ରୀରଙ୍ଗପୁରରରେ ଥିବା ଶ୍ରୀରଙ୍ଗନାୟକସ୍ୱାମୀ ମନ୍ଦିରରେ ଆଜି(ବୁଧବାର) ବିବାହ କରିଛନ୍ତି ଅଦିତି । ଅଦିତି ବିବାହ କରିଥିବା ନେଇ କିଛି ଗଣମାଧ୍ୟମରୁ ସୂଚନା ମିଳିଛି । ସିଦ୍ଧାର୍ଥ ଓ ଆଦିତି ରାଓ ହାଇଦାରି ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ଖବରକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି । ତେବେ ଅଦିତି ଓ ସିଦ୍ଧାର୍ଥ ବିବାହ ପୂର୍ବରୁ ଲିଭ-ଇନରେ ରହୁଥିଲେ । ମହା ସମୁଦ୍ରାମ ଚଳଚ୍ଚିତ୍ରର (2021) ସୁଟିଂ ସମୟରେ ଉଭୟ ପ୍ରେମରେ ପଡ଼ିଥିବା ବେଳେ ଆଜି ଦୁହେଁ ଗୋପନରେ ବିବାହ କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସିଦ୍ଧାର୍ଥ ଏବଂ ଅଦିତି ଦୁହେଁ ବହୁ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଆଜି ଉଭୟ ଗୋପନରେ ବିବାହ ବନ୍ଧନରେ ବାନ୍ଧି ହୋଇଛିନ୍ତି । ଉଭୟେ ତେଲଙ୍ଗାନା ୱାନାପାର୍ଥି ଜିଲ୍ଲା ଶ୍ରୀରଙ୍ଗପୁରରରେ ଥିବା ଶ୍ରୀ ରଙ୍ଗନାୟକସ୍ୱାମୀ ମନ୍ଦିରରେ ଗୋପନରେ ବିବାହ କରିଛନ୍ତି । ଉଭୟ ଏହି ବିବାହକୁ ସିକ୍ରେଟ ରଖିଥିବା ବେଳେ ଖୁବଶୀଘ୍ର ଏହି ଦମ୍ପତି ସେମାନଙ୍କ ବିବାହକୁ ନେଇ ସର୍ବସାଧାରଣରେ ଘୋଷଣା କରିବାକୁ ଯାଉଛନ୍ତି । ସେପଟେ ଉଭୟଙ୍କ ବିବାହ ଫଟୋ ଅପେକ୍ଷାରେ ରହିଛନ୍ତି ପ୍ରଶଂସକ ।

ସୂଚନାଯୋଗ୍ୟ ଯେ, 2021 ମସିହାରେ ସିଦ୍ଧାର୍ଥ ଓ ଅଦିତି ପ୍ରଥମ ଥର ପାଇଁ ତେଲୁଗୁ ଚଳଚ୍ଚିତ୍ର 'ମହା ସମୁଦ୍ରାମ' ରେ ଏକାଠି ନଜର ଆସିଥିଲେ । ଏହି ଚଳଚ୍ଚିତ୍ର ପରଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହା ପରେ ଉଭୟେ ବି-ଟାଉନର ଅନେକ ଇଭେଣ୍ଟରେ ଏକାଠି ନଜର ଆସିଥିଲେ । ଏହା ସହ ଅନେକ ସମୟରେ ପରସ୍ପରର ସୋସିଆଲ ମିଡିଆ ପୋଷ୍ଟରେ ନିଜର ପ୍ରତିକ୍ରିୟା ରଖୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...‘ବଡ଼େ ମିୟାଁ ଛୋଟେ ମିୟାଁ' ଟ୍ରେଲର ରିଲିଜ, ଆକ୍ସନରେ ଫ୍ୟାନ୍ସଙ୍କୁ ଦିୱାନା କଲେ ଅକ୍ଷୟ ଓ ଟାଇଗର - Bade Miyan Chote Miyan Trailer

ସୂଚନା ଥାଉକି, ଅଦିତି ରାଓ ପୂର୍ବରୁ ବିବାହ କରିଥିଲେ । ତାଙ୍କର ପ୍ରଥମ ବିବାହ 2009ରେ ଅଭିନେତା ସତ୍ୟଦୀପ ମିଶ୍ରଙ୍କ ସହ ହୋଇଥିଲା । ବିବାହର ଚାରି ବର୍ଷ ପରେ ସେମାନେ ପରସ୍ପର ଠାରୁ ଅଲଗା ହୋଇଥିଲେ । ସେପଟେ, 2023ରେ ସତ୍ୟଦୀପ ମିଶ୍ର ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମାସାବା ଗୁପ୍ତାଙ୍କୁ ବିବାହ କରିଥିଲେ । ତେବେ ମାସାବା ଗୁପ୍ତାଙ୍କର ଏହା ମଧ୍ୟ ଦ୍ବିତୀୟ ବିବାହ ଥିଲା । ସେହିପରି ସିଦ୍ଧାର୍ଥ ମଧ୍ୟ ପୂର୍ବରୁ ବିବାହ କରିଥିଲେ । 2003 ମସିହାରେ ପ୍ରଥମ ବିବାହ କରିଥିଲେ ସିଦ୍ଧାର୍ଥ । ବିବାହର ଚାରି ବର୍ଷ ପରେ ସିଦ୍ଧାର୍ଥଙ୍କର ମଧ୍ୟ ଛାଡପତ୍ର ହୋଇଥିଲା । ବର୍ତ୍ତମାନ ସିଦ୍ଧାର୍ଥଙ୍କ ବୟସ 44 ଏବଂ ଅଦିତିଙ୍କ ବୟସ 37 ବର୍ଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.