ETV Bharat / entertainment

Anubhav Reacts: 'ଆଇ ଲଭ ୟୁ 2'ରେ କାହିଁକି ମିଳିଲାନି ରୋଲ୍ ? ଟୁଟୁଙ୍କ ପୋଲ୍ ଖୋଲିଲେ ଅନୁଭବ - Anubhav Slams Tutu Nayak

author img

By ETV Bharat Odisha Team

Published : Sep 6, 2024, 2:29 PM IST

Updated : Sep 6, 2024, 5:34 PM IST

Anubhav Mohanty Slams Tutu Nayak: ମନୋଜ ମିଶ୍ରଙ୍କ ପରେ ଓଡ଼ିଆ ଫିଲ୍ମ ପ୍ରଯୋଜନ ଟୁଟୁ ନାୟକଙ୍କ ପୋଲ୍ ଖୋଲିଲେ ସୁପରଷ୍ଟାର ଅନୁଭବ ମହାନ୍ତି । 'ଆଇ ଲଭ ୟୁ'ର ସିକ୍ୱେଲ' ଆଇ ଲଭ ୟୁ 2' ରେ କାହିଁକି ତାଙ୍କୁ ରୋଲ୍ ମିଳିଲା ନାହିଁ, ସେ ନେଇ ଟୁଟୁଙ୍କ ଗୁମର ଖୋଲିଛନ୍ତି । କ'ଣ କହିଲେ ଅନୁଭବ, ଶୁଣନ୍ତୁ...

Anubhav Mohanty Slams Tutu Nayak
Anubhav Mohanty Slams Tutu Nayak (ETV Bharat Odisha)

ଭୁବନେଶ୍ୱର: ଓଲିଭଡର ସୁପରହିଟ୍ ଫିଲ୍ମ 'ଆଇ ଲଭ ୟୁ'ର ସିକ୍ୱେଲ 'ଆଇ ଲଭ ୟୁ-2' ଏବେ ଚର୍ଚ୍ଚାରେ । ହେଲେ ଫିଲ୍ମ ରିଲିଜ ହେବା ପୂର୍ବରୁ ଅଡୁଆରେ ଛନ୍ଦି ହୋଇଛନ୍ତି ନିର୍ମାତା ଟୁଟୁ ନାୟକ । ଫିଲ୍ମର ଷ୍ଟାରକାଷ୍ଟ ଏବଂ ଓଲିଉଡ ସୁପରଷ୍ଟାରଙ୍କୁ ନେଇ ଦେଇଥିବା ବୟାନ ବର୍ତ୍ତମାନ ନିର୍ମାତାଙ୍କୁ ମହଙ୍ଗା ପଡୁଛି । ଜଣକ ପରେ ଜଣେ ଅଭିନେତା ଏନେଇ ମୁହଁ ଖୋଲିଛନ୍ତି । ପ୍ରଥମେ ମନୋଜ ମିଶ୍ର ଏବଂ ପରେ ପ୍ରତିକ୍ରିୟା ଦେଇଛନ୍ତି 'ଆଇ ଲଭ ୟୁ' ଫିଲ୍ମର ମୁଖ୍ୟ ଅଭିନେତା ଅନୁଭବ ମହାନ୍ତି । ଟୁଟୁ ନାୟକ ନିକଟରେ ଫିଲ୍ମରେ ତାଙ୍କୁ କାଷ୍ଟିଂ ନେଇ ଦେଇଥିବା ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ଅନୁଭବ ।

ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା

ଅନୁଭବ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ''ଟୁଟୁ ଭାଇ ନମସ୍କାର । ଆଜି ଆପଣଙ୍କ ସିନେମା ରିଲିଜ ହେବ ସେଥିପାଇଁ ମୋର ଶୁଭେଚ୍ଛା । ମୁଁ ପ୍ରାଥନା କରୁଛି ଆପଣଙ୍କ ସିନେମା ଓଡ଼ିଆ ସିନେମାର ସବୁ ରେକର୍ଡ ଭାଙ୍ଗି ସୁପହିଟ୍ ହେଉ । ଫିଲ୍ମର ନୂଆ ଷ୍ଟାରକାଷ୍ଟ ଏବେ ପୂରା ଟିମକୁ ମୁଁ ଶୁଭେଚ୍ଛା ଜଣାଉଛି । ନୂଆ ଷ୍ଟାରକାଷ୍ଟ ବହୁତ ପରିଶ୍ରମ କରିଥିବେ ଏବଂ ସୁଧାଂଶୁ ଭାଇଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ସମସ୍ତଙ୍କୁ ନିଶ୍ଚୟ ଭଲ ଲାଗିବ ।''

ଟୁଟୁଙ୍କ ପୋଲ୍ ଖୋଲିଲେ ଅନୁଭବ

" କିନ୍ତୁ ମୋତେ ଗୋଟିଏ କଥା ବହୁତ ଖରାପ ଲାଗିଛି ଏବଂ ଲୋକମାନେ ମୋତେ ଅନେକ ଥର ସେହି ବିଷୟରେ ପଚାରିଲେଣି । କାହାକୁ ଭଲ ଲାଗେନି ମିଛ କଥାକୁ ମୁଣ୍ଡରେ ନେବା । ସେଥିପାଇଁ ମୁଁ ଏହି ଭିଡିଓ ମାଧ୍ୟମରେ ତାହାର ସ୍ପଷ୍ଟୀକରଣ ଦେବାକୁ ଚାହୁଁଛି । ମୋତେ ଆପଣ ଏହି ସିନେମାରେ ନେବାର ଥିଲା କିମ୍ୱା ନଥିଲା କିମ୍ୱା ଆପଣ ମୋତେ ଆପ୍ରୋଚ କରିଥିଲେ ନା ନାହିଁ । ତାହା କେବଳ ମୁଁ ଏବଂ ଆପଣ ଜାଣନ୍ତି । କିନ୍ତୁ ସେ ବିଷୟରେ ଯେଉଁ ମିଛ କଥା ଆପଣ କହୁଛନ୍ତି । କେତେବେଳେ କହୁଛନ୍ତି ଆପଣ ମୁଁ ଆପଣଙ୍କୁ ଡେଟ୍ ଦେଲିନାହିଁ । କେତେବେଳେ କହୁଛନ୍ତି ମୁଁ ଫିଲ୍ମ କରିବାକୁ ମନା କଲି । ଏମିତି ଅନେକ କଥା ଆସିଛି । ଆପଣ ବେଧେ ଜାଣୁନାହାନ୍ତି କଣ କହୁଛନ୍ତି । କାହାକୁ ଆପଣଙ୍କ କଥା ଭଲ ଲାଗୁନି । ଯାହାକୁ ନେଇ ମୁଁ କହିବାକୁ ଚାହୁଁଛି ଯେ, ଦୟାକରି ଏଭଳି ମିଛ କଥା କୁହନ୍ତୁ ନାହିଁ । ଆପଣଙ୍କ ଠାରୁ ଏହା ଆଶା କରାଯାଏ ନାହିଁ । ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ । ଏଣୁ ଦୟାକରି ମିଥ୍ୟା କଥା କୁହନ୍ତୁ ନାହିଁ ।''

'ମିଛ କଥା କହି ନିଜକୁ ମୋ ଆଗରେ ଛୋଟ କରନ୍ତୁ ନାହିଁ'

ଅନୁଭବ ଆହୁରି କହିଛନ୍ତି, ''ନିକଟରେ ମୁଁ ଅରିନ୍ଦମଙ୍କୁ କାଷ୍ଟ ନ କରିବାକୁ ଆପଣଙ୍କୁ କହୁଥିଲି ଏବଂ ବାବୁସାନଙ୍କ ବିଷୟରେ ମୁଁ କଣ କହିଥିଲି ତାହା କହୁଛନ୍ତି । ଏଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ଆପଣ ଆମ ତିନି ଜଣଙ୍କ ଆମ୍ନା ସାମ୍ନାରେ ଏହି କଥାର ସ୍ପଷ୍ଟୀକରଣ କରନ୍ତୁ । ଆପଣଙ୍କ ଏଭଳି କଥା ପରିବାର ମଧ୍ୟରେ କଳାକାର ଭାଇ ଭାଇ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି । ଏଣୁ ମୁଁ ଅନୁରୋଧ କରୁଛି ଏପରି କରନ୍ତୁ ନାହିଁ । ମୋ ନାଁରେ ମିଛ କଥା କହି ନିଜକୁ ଛୋଟ କରନ୍ତୁ ନାହିଁ। ମୋ ପ୍ୟାନ୍ସଙ୍କ ସାମ୍ନାରେ ବି ଛୋଟ ହୁଅନ୍ତୁ ନାହିଁ । ମୁଁ ଷଡଯନ୍ତ୍ରର ଭାଗିଦାରୀ ନୁହଁ । ଏଣୁ ମୋ ନାଁରେ ମିଥ୍ୟା ଅଭିଯୋଗ କରନ୍ତୁନି ।''

ପୂର୍ବରୁ ଟୁଟୁ ଦେଇଥିଲେ ଏହି ବୟାନ :

ନିକଟରେ ଟୁଟୁ ନାୟକ ଫିଲ୍ମର ଷ୍ଟାର କାଷ୍ଟ ବଦଳାଇଥିବା ବେଳେ ଅନୁଭବଙ୍କୁ ପୁଣି କାଷ୍ଟ କାହିଁକି କରିନାହାନ୍ତି ସେନେଇ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ, ଅନୁଭବ ନିଜ ଫାଇଦା ପାଇଁ ମୋ ଫିଲ୍ମ କଲାନି । ଏଥିସହ ସେ ଏହା ମଧ୍ୟ କହିଥିଲେ ଯେ ଅରିନ୍ଦମ, ବାବୁସାନ, ଅନୁଭବଙ୍କୁ ମୁଁ ଷ୍ଟାର କରାଇଛି । ଫିଲ୍ମରେ କାମ କରିବାକୁ ମୁଁ ଅଫର ଦେଇଥିଲି । ମୁଁ ସେମାନଙ୍କୁ ଷ୍ଟାର ବନାଇଛି । ତେବେ ଏହି ବୟାନ ବର୍ତ୍ତମାନ ଟୁଟୁଙ୍କୁ ବେଶ ଭାରି ପଡୁଛି । ଅଭିନେତା ମାନେ ସାମ୍ନାକୁ ଆସି ପ୍ରତିକ୍ରିୟା ଦେବା ସହ ଟୁଟୁଙ୍କ ଉପରେ ବର୍ଷିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Actor Manoj Mishra: 'ଆଇ ଲଭ ୟୁ-ଟୁ' ଫିଲ୍ମ ନିର୍ମାତାଙ୍କୁ ମନୋଜ ମିଶ୍ରଙ୍କ କଟାକ୍ଷ, କହିଲେ 'କର୍ମା ରିଟର୍ଣ୍ଣସ'

ଆଇ ଲଭ ୟୁ ୨ ଫିଲ୍ମ ବିଷୟରେ କହିବାକୁ ଗଲେ,

2004ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଆଇ ଲଭ ୟୁ' ର ସିକ୍ୱେଲ ହେଉଛି 'ଆଇ ଲଭ ୟୁ-ଟୁ' । 'ଆଇ ଲଭ ୟୁ' ଫିଲ୍ମରୁ ଅଭିନେତା ଅନୁଭବ ମହାନ୍ତି ଓଲିଉଡରେ ପାଦ ଦେଇଥିଲେ । ଏହା ପରେ ଫିଲ୍ମ ହିଟ୍ ହେବା ସାଙ୍ଗକୁ ସେ ବି ଆଜି ଓଲିଉଡର ସୁପରଷ୍ଟାର ଅଟନ୍ତି । ତେବେ ଦୀର୍ଘ 20 ବର୍ଷ ପରେ ଫିଲ୍ମର ପାର୍ଟ 2 ଆସୁଛି । ଯାହାକୁ ଦେକିବାକୁ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ହେଲେ ଏହି ଫିଲ୍ମରେ ଅନୁଭବ ନୁହଁ ବରଂ ନୂଆ କଳାକାରଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ନବାଗତ ନାୟକ ଆଦିତ୍ୟ ଓ ନାୟିକା ଅପ୍ସରା ରାଣୀ ନଜର ଆସିବେ । ନିର୍ଦ୍ଦେଶକ ସୁଧାଂଶୁ ସାହୁ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଟୁଟୁ ନାୟକଙ୍କ ନିବେଦିତ ତଥା ବସନ୍ତ ନାୟକ ଏଣ୍ଟର୍ଟେନମେଣ୍ଟ ବ୍ୟାନରରେ ଫିଲ୍ମ ନିର୍ମିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Sep 6, 2024, 5:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.