ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି ଆମୀର ଖାନ ଏବଂ ରଜନୀକାନ୍ତ । ଖବର ଅନୁଯାୟୀ, ଆମୀର ଖାନଙ୍କୁ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ 'କୁଲି'ରେ ଦେଖିବାକୁ ମିଳିବ । 1995 ଚଳଚ୍ଚିତ୍ର 'ଆତଙ୍କ ହେ ଆତଙ୍କ' ରେ ବଲିଉଡ ଅଭିନେତା ଆମୀର ଖାନ ଏବଂ ରଜନୀକାନ୍ତ ଏକାଠି ନଜର ଆସିଥିଲେ। ବର୍ତ୍ତମାନ ଏହି ଯୋଡି 30ବର୍ଷ ପରେ ପୁଣିଥରେ ବଡ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ।
#Coolie Character announcements from tomorrow 6 PM 🔥🔥🔥@rajinikanth sir @anirudhofficial @anbariv @girishganges @philoedit @Dir_Chandhru @sunpictures pic.twitter.com/3vL0FECkc0
— Lokesh Kanagaraj (@Dir_Lokesh) August 27, 2024
'କୁଲି'ରେ ଆମୀର ଖାନଙ୍କ ଏଣ୍ଟ୍ରି
ଜଣାଶୁା ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ନିର୍ଦ୍ଦେଶିତ 'କୁଲି' ଏକ ବଡ ବଜେଟରେ ନିର୍ମିତ ହେଉଛି ଏବଂ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଏହା ଅନ୍ୟତମ। ମିଡିଆ ରିପୋର୍ଟ ଅନୁଯାୟୀ ଆମୀର ଖାନ ଏହି ଫିଲ୍ମରେ ଏଣ୍ଟ୍ରି କରିଥିବା ବେଳେ ରଜନୀକାନ୍ତଙ୍କ ସହ 30 ବର୍ଷ ପରେ ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ । ତେବେ ସେ ଏହି ଫିଲ୍ମରେ ସ୍ୱତନ୍ତ୍ର କ୍ୟାମିଓ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି । ପ୍ରାରମ୍ଭରେ ନାଗାର୍ଜୁନଙ୍କୁ 'କୁଲି'ରେ ଜଣେ ଭିଲେନ୍ ଭାବରେ ଦର୍ଶାଇବା ନେଇ ଖବର ଆସିଥିଲା । ହେଲେ ପରବର୍ତ୍ତୀ ସମୟରେ ନିର୍ମାତା କନ୍ନଡ ଅଭିନେତା ଉପେନ୍ଦ୍ର ରାଓଙ୍କୁ ଭିଲେନ୍ ଭାବରେ କାଷ୍ଟ କରିଥିଲେ ।
'କୁଲି' ଫିଲ୍ମର ଷ୍ଟାରକାଷ୍ଟ
ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ଏବଂ ଲୋକେଶ କାନାଗରାଜଙ୍କ ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ । ଏହି ଫିଲ୍ମରେ ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରିବାକୁ ଯାଉଛନ୍ତି । ତେବେ ଏହା ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ ହେବାକୁ ଥିବା ବେଳେ ଚଳଚ୍ଚିତ୍ରରେ ଅଭିନେତ୍ରୀ ଶ୍ରୁତି ହାସନ ଏବଂ ଅଭିନେତା ରାଣା ଡଗଗୁବତୀଙ୍କ ପରି କଳାକାରମାନେ ନଜର ଆସିବେ । ଏଥିସହ ବାହୁବଲୀ ଖ୍ୟାତି କଟ୍ଟପ୍ପା ଅଭିନେତା ସତ୍ୟରାଜଙ୍କୁ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।
ଏହା ମଧ୍ୟ ପଢନ୍ତୁ: ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମକୁ ମିଳିଲା ଟାଇଟଲ, 'କୁଲି' ସହ ପରଦାକୁ ଫେରିବେ ଥଲାଇଭା
ଫିଲ୍ମ କେବେ ମୁକ୍ତିଲାଭ କରିବ ?
ଚଳିତ ବର୍ଷ ଜୁଲାଇରେ ହାଇଦ୍ରାବାଦରେ 'କୁଲି'ର ସୁଟିଂ ଆରମ୍ଭ ହୋଇଥିଲା । ଯଦିଓ ଅଫିସିଆଲ୍ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, ଫିଲ୍ମ 2025ରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି । ଏହି ସମୟରେ ଉଭୟ ଆମୀର ଏବଂ ରଜନୀକାନ୍ତ ବର୍ତ୍ତମାନ ସେମାନଙ୍କ ପ୍ରୋଜେକ୍ଟରେ କାମ କରୁଛନ୍ତି । ଆମୀରଙ୍କ ପାଇପଲାଇନରେ 'ସୀତାରେ ଜମିନ୍ ପର' ଅଛି, ଯେଉଁଥିରେ ଜେନେଲିଆ ଦେଶମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ସେହିପରି ରଜନୀକାନ୍ତ ତାଙ୍କ ଚଳଚ୍ଚିତ୍ର 'ଭେଟ୍ଟାୟାନ' ରହିଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଟିଜେ ଜ୍ଞାନଭେଲ ।
ଏହା ମଧ୍ୟ ପଢନ୍ତୁ: ଖ୍ରୀଷ୍ଟମାସରେ ରିଲିଜ ହେବ 'ସୀତାରେ ଜମିନ ପର', ଆମୀର ଖାନ ଦେଲେ ସୂଚନା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ