ETV Bharat / entertainment

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଶ୍ରେଷ୍ଠ ଅଭିନେତା ଋଷବ ଶେଟ୍ଟୀ, ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ‘ଦମନ’ - 70th National Film Awards

author img

By ETV Bharat Odisha Team

Published : Aug 16, 2024, 4:32 PM IST

Daman Bags Best Odia Film Award At 70th National Film Awards: ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି । ଏଥିରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମନୋନୀତ କରାଯାଇଛି । ଅଦିକ ପଢ଼ନ୍ତୁ

70th National Film Awards
70th National Film Awards (ETV Bharat Odisha)

ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର (National Film Awards 2024) ଘୋଷଣା ହୋଇଯାଇଛି । ଶ୍ରେଷ୍ଠ ଓଡ଼ିଆ ଫିଚର ଚଳଚ୍ଚିତ୍ର ଭାବେ ଦମନ ହାତେଇଛି ପୁରସ୍କାର । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ରିଜିଓନାଲ କାଟେଗୋରୀରେ ଦମନକୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଯେଉଁଥିରେ ଶ୍ରେଷ୍ଠ ଫିଲ୍ମ ଭାବେ ମନୋଜ ବାଜପେୟୀଙ୍କ ଗୁଲମୋହର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଆୱାର୍ଡ ହାତେଇଥିବା ବେଳେ କାନ୍ତାରା ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ହାତେଇଛନ୍ତି ଋଷବ ଶେଟ୍ଟୀ । ସେହିପରି ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି ।

70th National Film Awards Daman (ETV Bharat Odisha)

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର:

ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଏଥିରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି । ୨୦୨୨ ବର୍ଷ ପାଇଁ ଏହି ଫିଲ୍ମ ଆୱାର୍ଡ ମିଳିଛି । ଫିଲ୍ମ ନ୍ୟାସନାଲ ଆୱାର୍ଡ ପାଇବା ପରେ ଚାରିଆଡୁ ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସହ ମୁଖ୍ୟ ଚରିତ୍ରରେ ଥିବା ଅଭିନେତା ବାବୁଶାନ ମହାନ୍ତିଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ଛୁଟୁଛି ।

'ଦମନ' ଫିଲ୍ମ ପ୍ରଯୋଜକଙ୍କ ପ୍ରତିକ୍ରିୟା:

ପୁରସ୍କାର ଘୋଷଣା ପରେ ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲ କହିଛନ୍ତି, "ଏହି ପୁରସ୍କାର ଲୋକମାନଙ୍କର । ସେମାନଙ୍କର ଭଲପାଇବା ଓ ଆଶାର୍ବାଦରୁ ଏହି ପୁରସ୍କାରଟି ମିଳିପାରିଛି । ପୁରା ଟିମ ସହ ସମସ୍ତ ସିନେପ୍ରେମୀଙ୍କୁ ଧନ୍ୟବାଦ । ଏହି ପୁରସ୍କାର ଓଡ଼ିଶାବାସୀଙ୍କର ।"

‘ଦମନ’ କାହାଣୀ:

ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତରଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି, ତାହା ଦେଖିବାକୁ ମିଳିଥିଲା । ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଥିଲେ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା । ପ୍ରଯୋଜନା ଦୀପେନ୍ଦ୍ର ସାମଲ ଥିବା ବେଳେ ଏଥିରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ତାଙ୍କ ସହ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ଅଭିନେତା ଦ୍ୱିପନିତ ଦାସ ମହାପାତ୍ର । ଜେପି ମୋସନ ପିକଚର୍ସ ବ୍ୟାନରରେ ଏହି ସିନେମାଟି ପ୍ରସ୍ତୁତ ହୋଇଥିଲା ।

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର:

ଅନ୍ୟପଟେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ରିଷବ ଶେଟ୍ଟୀଙ୍କ ନାମ ଘୋଷଣା କରାଯାଇଛି । ଚର୍ଚ୍ଚିତ ଚଳଚ୍ଚିତ୍ର ‘କାନ୍ତାରା’ ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ । ସେହିପରି ତିରୁଚିଟ୍ରମ୍ବଲମ୍ ପାଇଁ ନିତ୍ୟା ମେନେନ୍ ଏବଂ କୁଚ୍ଛ ଏକ୍ସପ୍ରେସ ପାଇଁ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ବାବରେ ମନୋନୀତ ହୋଇଛନ୍ତି । ଭିଜୁଆଲ ଇଫେକ୍ଟ ଓ ଆନିମେସନ ପାଇଁ ‘ବ୍ରହ୍ମାସ୍ତ୍ର’ ଶ୍ରେଷ୍ଠ ଫିଲ୍ମ, ଗୁଲମୋହର ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର, କାର୍ତ୍ତିକେୟ-୨ ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ ସୋରାଜ ବାରଜିତ୍ୟ, ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର ଭାଲଭିକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ସ୍ୱର ଉଠାଇଲେ ବଲିଉଡରୁ ଓଲିଉଡ ଅଭିନେତ୍ରୀ, କହିଲେ-'ଆମେ କେଉଁ ସ୍ୱାଧୀନତା ପାଇଛୁ ?' - Celebs On Kolkata Rape Murder Case

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.