ETV Bharat / entertainment

ଚର୍ଚ୍ଚାରେ ଅନନ୍ତ-ରାଧିକାଙ୍କ ବିବାହ ଖର୍ଚ୍ଚ, ଏତିକି ଟଙ୍କାରେ ହୋଇପାରିଥାନ୍ତା 5ଟି ଚନ୍ଦ୍ର ମିଶନ - Anant Radhika Wedding Budget

author img

By ETV Bharat Odisha Team

Published : Jul 14, 2024, 5:19 PM IST

Anant Radhika Wedding Budget: ଦେଶର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ବିବାହ କରିଛନ୍ତି । ଏହି ବିବାହ ସମାରୋହରେ ଦେଶ ବିଦେଶର ବହୁ ବରିଷ୍ଠ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ସାନ ପୁଅ ବାହାଘରରେ ମୁକେଶ ଅମ୍ବାନୀ ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି । ୫୦୦ କି ୧୦୦୦ ନୁହଁ ଏତେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଅମ୍ୱାନୀ । ଯାହାକୁ ନେଇ ଏବେ ଅନେକ ଲୋକ ଟ୍ରୋଲ କରିଛନ୍ତି । ତେବେ ଜାଣନ୍ତୁ ଅନନ୍ତ ଏବଂ ରାଧିକାଙ୍କ ବିବାହ ବଜେଟ୍ କେତେ ଥିଲା ?

ଅନନ୍ତ-ରାଧିକାଙ୍କ ବିବାହ; ୫୦୦ କି ୧୦୦୦ କୋଟି ନୁହଁ ବରଂ ଖର୍ଚ୍ଚ ହୋଇଥିଲା ଏତିକି କୋଟି
ଅନନ୍ତ-ରାଧିକାଙ୍କ ବିବାହ; ୫୦୦ କି ୧୦୦୦ କୋଟି ନୁହଁ ବରଂ ଖର୍ଚ୍ଚ ହୋଇଥିଲା ଏତିକି କୋଟି (ETV Bharat Odisha)

ହାଇଦ୍ରାବାଦ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚେୟାରମ୍ୟାନ ମୁକେଶ ଅମ୍ୱାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଜୁଲାଇ ୧୨, ୨୦୨୪ରେ ମୁମ୍ବାଇରେ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ବିବାହ କରିଛନ୍ତି । ଏହା ଦେଶର ସବୁଠାରୁ ମହଙ୍ଗା ବିବାହ ହୋଇଛି । ଏହି ବିବାହ ସମାରୋହରେ ଦେଶ ବିଦେଶର ବହୁ ବରିଷ୍ଠ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ଏଥିସହ ଏହି ବିବାହ ଉତ୍ସବରେ ମୁକେଶ ଅମ୍ବାନୀ ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି । ଯାହାର ବଜେଟ ବିଷୟରେ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ୫୦୦ କି ୧୦୦୦ ନୁହଁ ନିଜ ନେଟ୍ ମୂଲ୍ୟର ୦.୫ ପ୍ରତିଶତ ଅର୍ଥ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମୁକେଶ ଅମ୍ୱାନୀ । ତେବେ ଏହି ମହଙ୍ଗା ବିବାହ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ରହିଥିବା ବେଳେ ଏହାକୁ ନେଇ ଟ୍ରୋଲର୍ସ ଟ୍ରୋଲ କରିଛନ୍ତି । ଟ୍ରୋଲର୍ସ କହିଛନ୍ତି ଯେ, ଯେଉଁ ଟଙ୍କା ସେମାନଙ୍କ ବିବାହରେ ଖର୍ଚ୍ଚ ହୋଇଛି ତାହା ଅଳ୍ପ ପରିମାଣ ନୁହେଁ କିନ୍ତୁ ଏହା ଭାରତ ସମେତ ଅନେକ ଦେଶରେ ଦାରିଦ୍ର୍ୟକୁ ଶୀଘ୍ର ଦୂର କରାଯାଇପାରିବ ।

ଅନନ୍ତ-ରାଧିକାଙ୍କ ବିବାହରେ ଏତେ କୋଟି ଖର୍ଚ୍ଚ ହୋଇଛି

ମୁକେଶ ଅମ୍ବାନୀ ତାଙ୍କ ବଡ଼ ପୁଅ ଆକାଶ ଅମ୍ୱାନୀ ବିବାହରେ ପ୍ରାୟ ୧୦୦୦ କୋଟି ଖର୍ଚ୍ଚ କରିଥିବା ବେଳେ ଝିଅ ଇଶା ଅମ୍ୱାନୀଙ୍କ ବିବାହରେ ୭୦୦ କୋଟି ଖର୍ଚ୍ଚ କରିଥିଲେ । ତେବେ ବର୍ତ୍ତମାନ ସାନ ପୁଅ ଅନନ୍ତ ଅମ୍ୱାନୀ ତଥା ଅମ୍ୱାନୀ ପରିବାରର ଶେଷ ବିବାହ ଧୁମଧାମରେ କରିଛନ୍ତି । ଦୁଇ ଦୁଇ ଥର ଗ୍ରାଣ୍ଡ ପ୍ରି-ୱେଡିଂ ପରେ ବର୍ତ୍ତମାନ ଜୁଲାଇ ୧୨ରେ ଅନନ୍ତ ମୁମ୍ବାଇରେ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ବିବାହ କରିଛନ୍ତି । ତେବେ ଏହି ବିବାହରେ ପ୍ରାୟ ୫୦୦୦କୋଟି (୬୦୦ ମିଲିୟନ ଡଲାର) ଖର୍ଚ୍ଚ କରିଛନ୍ତି ମୁକେଶ ଅମ୍ୱାନୀ ।

୫ ହଜାର କୋଟି ବଜେଟରେ ଅନନ୍ତ-ରାଧିକାଙ୍କ ବିବାହ

ସାନ ପୁଅ ଅନନ୍ତ ଅମ୍ୱାନୀ ବାହାଘରରେ ମୁକେଶ ଅମ୍ବାନୀ ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ୟୁଜର୍ସ ଏହାକୁ ନେଇ ଅମ୍ୱାନୀଙ୍କୁ ଟ୍ରୋଲ କରିଛନ୍ତି । ସେ କହିଛନ୍ତି, ଅନନ୍ତ ଅମ୍ବାନୀଙ୍କ ବିବାହରେ ଯାହା ଖର୍ଚ୍ଚ କରିଛନ୍ତି ସେହି ଟଙ୍କାରେ ଭାରତରେ ପାଞ୍ଚଟି ଚନ୍ଦ୍ର ମିଶନ, ୨୦ ଥର 'ବାହୁବଲୀ ୨' ପରି ଫିଲ୍ମ ପ୍ରସ୍ତୁତ କରାଯାଇପାରିଥାନ୍ତା । ଏଥିସହ ଏହା ଭାରତ ସମେତ ଅନେକ ଦେଶରେ ଦାରିଦ୍ର୍ୟକୁ ଶୀଘ୍ର ଦୂର କରାଯାଇପାରିଥାନ୍ତା ।

ଦାରିଦ୍ର୍ୟ ଦୂର ହୋଇଥାନ୍ତା

ଅନନ୍ତ ଅମ୍ବାନୀଙ୍କ ସବୁଠାରୁ ମହଙ୍ଗା ବିବାହ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି । ୫ ହଜାର କୋଟି ଟଙ୍କା ମୁକେଶ ଅମ୍ବାନୀଙ୍କ ନିଟ୍ ମୂଲ୍ୟର ମାତ୍ର ୦.୫ ପ୍ରତିଶତ ଅଟେ । ଯାହାକୁ ନେଇ ବର୍ତ୍ତମାନ ନେଟିଜେନ୍ସ ମାନେ ପ୍ରତିକ୍ରିୟା ଦେଇଛନ୍ତି । ସେମାନେ କହିଛନ୍ତି ଯେ, ଏହି ଟଙ୍କାରେ ଜଣେ ଗରିବଙ୍କ ମିଶନ ପାଇଁ ୧ କୋଟି ଟଙ୍କା ଯଦି ଦିଆଯାଇଥାନ୍ତା ତେବେ ଭାରତ ସମେତ ଅନେକ ଦେଶରେ ଦାରିଦ୍ର୍ୟକୁ ଶୀଘ୍ର ଦୂର କରାଯାଇପାରିଥାନ୍ତେ ।

ପାଞ୍ଚଟି ଚନ୍ଦ୍ର ମିଶନ ଆରମ୍ଭ କରାଯାଇପାରେ

ଭାରତର ଚନ୍ଦ୍ରଯାନ-୨ ମିଶନର ମୂଲ୍ୟ ୯୮୦ କୋଟି ଟଙ୍କା ବଜେଟ ରହିଥିଲା । ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ବଜେଟରେ ଭାରତରେ ପାଞ୍ଚଟି ଚନ୍ଦ୍ର ମିଶନ ଆରମ୍ଭ କରିବା ସମ୍ଭବପର ହୋଇପାରିଥାନ୍ତା ।

ଏହା ମଧ୍ୟ ପଢନ୍ତୁ: ଅନନ୍ତ-ରାଧିକା ୱେଡିଂ: ଶାହାରୁଖଠାରୁ ରଣଭୀର ଯାଏଁ ମିଳିଲା ଖାସ୍ ଗିପ୍ଟ ,ଦାମ ଜାଣିଲେ ଉଡିଯିବ ହୋସ୍

୫୦୦୦କୋଟିରେ ଅନେକ ହିଟ୍ ଫିଲ୍ମ ନିର୍ମାଣ କରିହେବ

ଯଦି ଆପଣ ହିସାବ କରନ୍ତି, ତେବେ ଆମୀର ଖାନଙ୍କ ପତ୍ନୀଙ୍କ ଚଳଚ୍ଚିତ୍ର 'ଲାପତା ଲେଡିଜ୍' (୫ କୋଟି ଟଙ୍କା ବଜେଟ୍) ରେ ନିର୍ମିତ ହୋଇଥିଲା । ଯାହା ୫୦୦୦କୋଟି ଟଙ୍କା ବଜେଟ୍ ସହ ୧୦୦୦ଥର ତିଆରି ହୋଇପାରିବ । ଏଥି ସହିତ ଅଭିନେତା ୟଶଙ୍କ KGF2 (୧୦୦କୋଟି ବଜେଟରେ ହୋଇଥିବା ବେଳେ ଏହା ୫୦ ଥର, ପ୍ରଭାସ ବାହୁବଲୀ-୨ (୨୫୦ କୋଟି ବଜେଟ୍) ୨୦ ଥର, ଶାହରୁଖ ଖାନଙ୍କ ଜବାନ (୩୦୦ କୋଟି ଟଙ୍କା ବଜେଟ୍) ୧୬ ଥର, ଆରଆରଆର (୫୫୦ କୋଟି ବଜେଟ୍) ୯ ଥର, ପ୍ରଭାସଙ୍କ କଲ୍କି 2898AD (୬୦୦ କୋଟି ବଜେଟ୍) ୮ ଥର, ଆଦିପୁରୁଷ (୭୦୦ କୋଟି ବଜେଟ୍) ୭ ଥର, ଓପେନହାଇମର (୮୦୦ କୋଟି ବଜେଟ୍) ୬ ଥର ନିର୍ମାଣ କରାଯାଇପାରିଥାନ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.